Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱପ୍ନ ଶାସ୍ତ୍ର : ମରି ଯାଇଥିବା ବ୍ୟକ୍ତି ସ୍ୱପ୍ନରେ ଆସିବା କଣ ଦେଇଥାଏ ସଂକେତ ଜାଣନ୍ତୁ

17/05/2019 at 1:36 PM

ଭୁବନେଶ୍ୱର ୧୭/୫ : ଶୋଇଥିବା ସମୟରେ ଆମେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାଉ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନର ଅଲଗା ଅଲଗା ମହତ୍ୱ ରହିଛି । ସ୍ୱପ୍ନ ମାଧ୍ୟମରୁ ମଣିଷକୁ ନିଜର ଭବିଷ୍ୟତ ସମ୍ପର୍କରେ ସଂକେତ ଦେଇଥାଏ । ଯଦି ଶୋଇଥିବା ସମୟରେ ସ୍ୱପ୍ନରେ କୌଣସି ମୃତ ବ୍ୟକ୍ତି ଆସନ୍ତି ତାହେଲେ ଜାଣିବେ ଏହାର କିଛି ନା କିଛି ମହତ୍ୱ ରହିଛି । ମୃତ ବ୍ୟକ୍ତି ସ୍ୱପ୍ନ ମାଧ୍ୟମରେ ଆପଣଙ୍କୁ କିଛି ସୁଚନା ଦେବା ପାଇଁ ଚେଷ୍ଟା କରିଥାନ୍ତି ।

ଆସନ୍ତୁ ଜାଣିବା କମ ସେହି ସଂକେତ :

୧. ସ୍ୱପ୍ନ ଶାସ୍ତ୍ର ମୃତ ବ୍ୟକ୍ତି କୌଣସି ସଂକେତ ପାଇଁ ସ୍ୱପ୍ନରେ ଆସିଥାନ୍ତି । ଯଦି ମୃତ ବ୍ୟକ୍ତି ଆପଣଙ୍କର ନିକଟତମ ହୋଇଥାନ୍ତି ତାହେଲେ ସେ ଆପଣଙ୍କ ଜୀବନକୁ ସକାରାତ୍ମକ କରିବା ପାଇଁ ଭବିଷ୍ୟତରେ ଆସୁଥିବା ସମସ୍ୟା ପୁର୍ବରୁ ଅବଗତ କରାଇଥାନ୍ତି ।

୨. ଯଦି ରୋଗରେ ପଡି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ଏବଂ ସେ ସ୍ୱପ୍ନରେ ସୁସ୍ଥ ଦେଖାଯାଉଛନ୍ତି, ଏହାର ଅର୍ଥ ହେଲା ସେ ଆଉ କେଉଁଠାରେ ଜନ୍ମ ନେଇସାରିଛନ୍ତି । ଆପଣ ତାଙ୍କ ବିଷୟରେ ଚିନ୍ତା ନକରନ୍ତୁ ବୋଲି ସେ ସୁଚାଇ ଦେଇଥାନ୍ତି ।

୩. ଯଦି କୌଣସି ସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥାଏ ଏବଂ ସେ ସ୍ୱପ୍ନରେ ରୋଗୀଣା ଦେଖାଯାଉଥାନ୍ତି, ତାହେଲେ ଜାଣିବେ ସେ ଆପଣଙ୍କ ଠାରୁ କିଛି ଚାହୁଁଛନ୍ତି । ମରିବା ପୁର୍ବରୁ ତାଙ୍କର କୌଣସି ଇଚ୍ଛା ଅଧୁରା ରହିଯାଇଥାଇପାରେ । ଏହି ଅଧୁରା ଇଚ୍ଛାକୁ ସେ ଆପଣଙ୍କ ମାଧ୍ୟମରେ ପୁରା କରିବା ପାଇଁ ସ୍ୱପ୍ନରେ ଆସିଥାନ୍ତି ।

୪. ସ୍ୱପ୍ନରେ କୌଣସି ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖିବା ତାଙ୍କ ଆୟୁଷ ବୃଦ୍ଧିର ସଂକେତ ଦେଇଥାଏ ।

୫. ମୃତ ବ୍ୟକ୍ତି ସ୍ୱପ୍ନରେ ମୌନ ଥିବା ଦେଖାଦେବା ଅର୍ଥ ହେଲା କୌଣସି ଭୁଲ କାମ କରିବା ପୁର୍ବରୁ ଆପଣଙ୍କୁ ଅଟକାଇବା ।

୬. ମୃତ ବ୍ୟକ୍ତି ସ୍ୱପ୍ନରେ ଆସି ଆଶିର୍ବାଦ ଦେବା ଅର୍ଥ ହେଲା ଆପଣଙ୍କ କାର୍ଯ୍ୟ ସଫଳ ହେବା ।

   Related Posts