ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି : କ'ଣ କରିବେ କ'ଣ ନ କରିବେ ଜାଣନ୍ତୁ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ୱର ୩/୪ : ଏଥର ଚୈତ୍ର ନବରାତ୍ରି ଏପ୍ରିଲ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୯ ଦିନ ଯାଏଁ ପାଳନ କରାଯିବ | ଚଳିତ ଥର ନବରାତ୍ରିରେ ଅନେକ ଶୁଭ ଯୋଗ ମଧ୍ୟ ହେଉଛି | ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ନବରାତ୍ରିରେ କାର୍ଯ୍ୟସିଦ୍ଧି, ଅର୍ଥସିଦ୍ଧି, ପଦ ପ୍ରତିଷ୍ଠା ପାଇଁ ଦେବୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ | ନବରାତ୍ରି ଅବସରରେ ଦେବୀଙ୍କୁ ଆରାଧନା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ |

{"id":99576}


ନବରାତ୍ରି ଅବସରରେ ୯ଦିନ ୯ ଦେବୀଙ୍କ ଉପାସନା କରାଯାଇଥାଏ | ମା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ମା' ସିଦ୍ଧିଦାତ୍ରୀଙ୍କୁ ଉପାସନା କରାଯାଇଥାଏ |

{"id":99577}


ଚୈତ୍ର ନବରାତ୍ରିରୁ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ | ଚୈତ୍ର ମାସ ଆରମ୍ଭରୁ ହିନ୍ଦୁ ଧର୍ମରେ ପାଞ୍ଜି ଗଣନା ମଧ୍ୟ ଆରମ୍ଭ ହୋଇଥାଏ | ପୁରାଣ ଅନୁଯାୟୀ, ଚୈତ୍ର ନବରାତ୍ରି ପୂର୍ବରୁ ମା'ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଥିଲେ | ବ୍ରହ୍ମା ପୁରାଣ ଅନୁଯାୟୀ, ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ନିର୍ମାଣ କରିବା ପାଇଁ କହିଥିଲେ | ଚୈତ୍ର ନବରାତ୍ରିର ତୃତୀୟ ଦିନ ଭଗବାନ ବିଷ୍ଣୁ ମୃତ୍ୟୁ ରୂପରେ ଅବତାର ଗ୍ରହଣ କରିଥିଲେ | ଶ୍ରୀରାମଙ୍କ ଜନ୍ମ ମଧ୍ୟ ଚୈତ୍ର ମାସରେ ହୋଇଥିଲା | ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସର ବିଶେଷ ମହତ୍ୱ ରହିଛି | କାରଣ ଚୈତ୍ର ମାସରେ ରବିଙ୍କ ରାଶି ପରିବର୍ତ୍ତନ ହୋଇଥାଏ | ନବରାତ୍ରିରେ ଦେବୀ ଏବଂ ନବଗ୍ରହଙ୍କ ପୂଜା କରିବା ଦ୍ୱାରା ବର୍ଷସାରା ଗ୍ରହଙ୍କ ସ୍ଥିତି ଅନୁକୂଳ ରହିଥାଏ | ଚୈତ୍ର ନବରାତ୍ରି ସମୟରେ ସ୍ୱୟଂ ମା' ଧରାପୃଷ୍ଠକୁ ଅବତରଣ କରିଥାନ୍ତି ବୋଲି ପଣ୍ଡିତମାନେ ବିଚାର କରନ୍ତି | ସେଥିପାଇଁ ମା'ଙ୍କ ଆରାଧନା କରିବା ଦ୍ୱାରା ଇଛା ମୁତାବକ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି |

{"id":99578}


ନବରାତ୍ରି ବେଳେ କ'ଣ କ'ଣ କରିବେ :
ନବରାତ୍ରି ବେଳେ ମା' ଦୁର୍ଗାଙ୍କ ପ୍ରତିମା ବା ମୂର୍ତ୍ତି ସମ୍ମୁଖରେ ପ୍ରତିଦିନ ଲାଲ ଫୁଲ ଅର୍ପଣ କରିବେ |


ଏହି ୯ ଦିନ ପର୍ଯ୍ୟନ୍ତ ଚୁଟି କିମ୍ବା ନିଶ ଦାଢ଼ି କାଟିବା ଅନୁଚିତ |


ନବରାତ୍ରି ବେଳେ ମାଂସାହାରୀ ଭୋଜନ, ପିଆଜ ରସୁଣ ଖାଇବା ଅନୁଚିତ |


୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କଦାପି କାଟିବା ଉଚିତ ନୁହେଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ |

{"id":99579}


୯ ଦିନ ପର୍ଯ୍ୟନ୍ତ ଦିନବେଳେ କିମ୍ବା ଦ୍ବିପ୍ରହର ସମୟରେ ଶୋଇବା ଉଚିତ ନୁହେଁ | ଶୋଇବା ଦ୍ୱାରା ବ୍ରତ ରଖିବାର ମହତ୍ୱ ରହେନାହିଁ ଏବଂ ବ୍ରତର ଫଳ ମଧ୍ୟ ପ୍ରାପ୍ତି ହୁଏନାହିଁ |


ଏହି ୯ ଦିନ ପର୍ଯ୍ୟନ୍ତ କଳା ପୋଷାକ ପିନ୍ଧି କଥା ନୁହେଁ |


ପିଆଜ ରସୁଣ ଛଡା ଅନ୍ନ ସେବନ ମଧ୍ୟ କରିବା ଅନୁଚିତ | ଏହାସହ ଲୁଣ ମଧ୍ୟ ଖାଇବା ଅନୁଚିତ |

{"id":99580}


ନବରାତ୍ରିବେଳେ ୯ ଦିନ ପର୍ଯ୍ୟନ୍ତ ଚମଡାରେ ତିଆରି ହୋଇଥିବା ଜିନିଷ କଦାପି ପିନ୍ଧିବା ଉଚିତ ନୁହେଁ |

ଛୋଟ କନ୍ୟାଙ୍କୁ ଘରେ ଭୋଜନ କରାଇବା ଅତ୍ୟନ୍ତ ଶୁଭ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.