ନବରାତ୍ରିର ୯ ଦିନର ମହତ୍ୱ : ମା'ଙ୍କ ଉପାସନା କଲେ ମିଳିବ କେଉଁ ସବୁ ସମସ୍ୟାରୁ ମୁକ୍ତି ଜାଣନ୍ତୁ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ୱର ୭/୪ : ଚୈତ୍ର ନବରାତ୍ରି ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ | ୯ ଦିନ ଯାଏଁ ଧୂମଧାମରେ ମା'ଙ୍କ ପୂଜାର୍ଚ୍ଚନା କରାଯିବ | ୯ ଦିନ ୯ ଉପାସନା କଲେ ମା'ଙ୍କ ଆଶୀର୍ବାଦରୁ ୯ ବରଦାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି | ବିଧି ଅନୁସାରେ ଶ୍ରଦ୍ଧାର ସହ ନବରାତ୍ରି ପାଳନ କଲେ ସମସ୍ତ ମନୋସ୍କାମନା ପୁର୍ଣ ହୁଏ ବୋଲି କୁହାଯାଏ | ଏହି ୯ଦିନର ଅନେକ ମହତ୍ୱ ରହିଛି | ଆସନ୍ତୁ ଜାଣିବା ନବରାତ୍ରିର ୯ଦିନର ମହତ୍ୱ

{"id":101100,"width":579,"height":434}


ପ୍ରଥମଦିନ- ଆରୋଗ୍ୟ ଏବଂ ଆୟୁ ପ୍ରାପ୍ତି
ନବରାତ୍ରିର ପ୍ରଥମଦିନ ମା' ଶୈଳପୁତ୍ରୀଙ୍କ ପୂଜା କରାଯାଏ | ମା' ଶୈଳପୁତ୍ରୀଙ୍କୁ ସୌଭାଗ୍ୟ, ପ୍ରକୃତି ଏବଂ ଆୟୁର ଦେବୀ ବୋଲି କୁହାଯାଏ | ମା'ଙ୍କ ଆରାଧନା ଦ୍ୱାରା ଆରୋଗ୍ୟ ଏବଂ ଆୟୁ ପ୍ରାପ୍ତି ହୋଇଥାଏ | ନବରାତ୍ରିର ପ୍ରଥମଦିନ ମା' ଶୈଳପୁତ୍ରୀଙ୍କ କୃପା ସହ କୁଣ୍ଡଳିର ରବିଙ୍କୁ ମଧ୍ୟ ବଳବାନ କରାଯାଇପାରେ |

{"id":101090}


ଦ୍ୱିତୀୟ ଦିନ- ସମସ୍ୟାର ସମାଧାନ ଏବଂ ସଫଳତା ପ୍ରାପ୍ତି
ନବରାତ୍ରିର ଦ୍ୱିତୀୟଦିନ ମା' ବ୍ରହ୍ମଚାରୀଣିଙ୍କୁ ପୂଜା କରାଯାଏ | ମା'ଙ୍କ ଏହି ରୂପ ଭକ୍ତଙ୍କୁ ଅନନ୍ତ କୋଟି ଫଳ ପ୍ରଦାନ କରିଥାଏ | ମା'ଙ୍କ ଉପାସନାରୁ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଏବଂ ସଂଯମ ଭାବନା ଜାଗୃତ ହୋଇଥାଏ | ବିଦ୍ୟାର୍ଥୀଙ୍କ ପାଇଁ ମା' ବ୍ରହ୍ମଚାରୀଣିଙ୍କ ପୂଜାର ଅନେକ ମହତ୍ୱ ରହିଛି | ମା'ଙ୍କ ପୂଜା ଫଳରେ ଜଟିଳରୁ ଜଟିଳ ସମସ୍ୟାର ସମାଧାନ ହୋଇଥାଏ |ଯେଉଁମାନଙ୍କ କୁଣ୍ଡଳିର ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଥାଆନ୍ତି, ସେମାନେ ମା' ବ୍ରହ୍ମଚାରୀଣିଙ୍କ ପୂଜା ଅବଶ୍ୟ କରିବା ଉଚିତ | ମା'ଙ୍କ ଉପାସନା କରିବା ଦ୍ୱାରା ଚନ୍ଦ୍ରଙ୍କ ସ୍ଥିତି ସୁଦୃଢ ହୋଇଥାଏ ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ |

{"id":101091}


ତୃତୀୟ ଦିନ- ପାପରୁ ମୁକ୍ତି
ତୃତୀୟ ଦିନରେ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ | ମା'ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଧଚନ୍ଦ୍ର ରହିଛି, ସେଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ | ମା'ଙ୍କ ଶରୀରର ରଙ୍ଗ ସୁନା ଭଳି ଚକ ଚକ କରୁଥାଏ | ଚନ୍ଦ୍ରଘଣ୍ଟା ମା' ଦୁର୍ଗାଙ୍କ ତୃତୀୟ ରୂପ | ମା'ଙ୍କୁ ଉପାସନା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ |

{"id":101092}


ଚତୁର୍ଥ ଦିନ- ନିରୋଗ ଜୀବନ ଏବଂ ଆୟୁ
ନବରାତ୍ରିର ଚତୁର୍ଥ ଦିନ ମା କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ | ଯେତେବେଳେ ସୃଷ୍ଟିର ଅସ୍ତିତ୍ବ ନଥିଲା ସେତେବେଳେ ମା' କୁଷ୍ମାଣ୍ଡା ବ୍ରହ୍ମାଣ୍ଡ ରଚନା କରିଥିଲେ ବୋଲି ବିଶ୍ୱାସ ରହିଛି | ମା' ମନ୍ଦ ହଂସୀରୁ ବ୍ରହ୍ମାଣ୍ଡ ଉତ୍ପର୍ଣ୍ଣ କରିଥିଲେ | ମା'ଙ୍କ ୮ଟି ହାତ, ସେଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ | ମା'ଙ୍କ ଉପାସନା କରିବା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇଥର ଏବଂ ସମସ୍ତ ରୋଗ ଶୋକ ଦୂର ହୋଇ ଆୟୁ ବୃଦ୍ଧି ହୋଇଥାଏ |

{"id":101093,"width":586,"height":329}


ପଞ୍ଚମ ଦିନ- ଇଛା ପୁର୍ଣ
ନବରାତ୍ରିର ପଞ୍ଚମ ଦିନରେ ମା' ସ୍କନ୍ଦମାତାଙ୍କୁ ପୂଜା କରାଯାଏ | ମା'ଙ୍କ ଉପାସନା ଦ୍ୱାର ମୋକ୍ଷ ଦ୍ୱାର ଖୋଲିଯାଇଥାଏ | ମା' ପରମ ସୁଖ ଦାୟିନୀ | ସ୍କନ୍ଦମାତାର ୪ଟି ଭୁଜ | ମା' ନିଜ ଭକ୍ତଙ୍କ ସମସ୍ତ ଇଛା ପୁରାଣ କରନ୍ତି | ବଚନ ଏବଂ କର୍ମ ଦ୍ୱାର ମା'ଙ୍କ ଭରସା ରଖିଲେ ସେ ଭକ୍ତଙ୍କ ଡାକ ଅବଶ୍ୟ ଶୁଣନ୍ତି |

{"id":101094,"width":580,"height":298}


ଷଷ୍ଠ ଦିନ- ବିଜୟ ଏବଂ ବିବାହ
ନବରାତ୍ରିର ଷଷ୍ଠ ଦିନ ମା' କାତ୍ୟାୟନୀଙ୍କୁ ଉପାସନା କରାଯାଏ | ମା'ଙ୍କ ପୂଜା କରିବା ଅଦ୍ଭୁତ ଶକ୍ତିର ସଂଚାର ହୋଇଥାଏ | ମା' ଶତ୍ରୁ ସଂହାର କରିବା ପାଇଁ ସକ୍ଷମ କରାଇଥାନ୍ତି | ମା'ଙ୍କ ଉପାସନା କରିବା ଦ୍ୱାର ବିବାହରେ ଉପୁଜୁଥିବା ସମସ୍ୟା ଦୂର ହୋଇଥାଏ | ମା' ସୁଖ ସମୃଦ୍ଧି ଏବଂ ମାନସିକ ଶାନ୍ତି ପ୍ରଦାନ କରିଥାନ୍ତି | ମା' କାତ୍ୟାୟନୀଙ୍କୁ ହିଁ ମହିଷାସୁର ମାର୍ଣ୍ଡିଣି କୁହାଯାଏ |

{"id":101095,"width":585,"height":329}


ସପ୍ତମ ଦିନ- ଶତ୍ରୁ ପରାଜୟ
ନବରାତ୍ରିର ସପ୍ତମ ଦିନରେ ମା' କାଳରାତ୍ରିଙ୍କୁ ଉପାସନା କରାଯାଏ | କାଳରାତ୍ରିଙ୍କୁ ଦେଖି ଦୁଷ୍ଟଙ୍କ ଭୟଭୀତ ହୋଇଥାନ୍ତି | ଦେଖିବାରେ ମା' କଥତା ଦେଖାଯାନ୍ତି କିନ୍ତୁ ତାଙ୍କ ହୃଦୟରେ ମମତା ଭାରି ରହିଛି | ମା' ତ୍ରିନେତ୍ରଧାରୀ ଦେବୀ | ମା'ଙ୍କ ବେକରେ ବିଜୁଳିର ଅଦ୍ଭୁତ ମାଳା ରହିଛି | ମା'ଙ୍କ ପୂଜା ଦ୍ୱାର ନକାରାତ୍ମକ ଶକ୍ତି ଲୋପ ପାଇଥାଏ ଏବଂ ଶତ୍ରୁଙ୍କ ବିନାଶ ହୋଇଥାଏ | ମା'ଙ୍କ ପୂଜା ଦ୍ୱାର ଭୟ, ଦୁର୍ଘଟଣା ମଧ୍ୟ ଦୂର ହୋଇଥାଏ |

{"id":101096,"width":576,"height":434}


ଅଷ୍ଟମ ଦିନ- ଧନ ଓ ସମ୍ପନ୍ନତା
ଅଷ୍ଟମ ଦିନ ମା' ଗୌରୀଙ୍କୁ ଉପାସନା କରାଯାଏ | ଗୌରୀ ମା'ଙ୍କୁ ଅଷ୍ଟମୀ ଦିନ ପୂଜା କରାଯାଏ | ମା' ଗୌରୀ ପରମ କଲ୍ୟାଣକାରୀ | ମା' ଭକ୍ତଙ୍କ ସବୁ ମନୋସ୍କାମନା ପୁର୍ଣ କରିଥାନ୍ତି | ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ମା' ଗୌରୀଙ୍କୁ ଉପାସନା କରିବା ଦ୍ୱାର ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ | ଏହାଛଡା ମା'ଙ୍କୁ ପୂଜା କରିବା ଦ୍ୱାର ଇଛା ମୁତାବକ ବିବାହ ମଧ୍ୟ ହୋଇଥାଏ |

{"id":101098,"width":577,"height":467}


ନବମ ତଥା ଶେଷ ଦିନ- ସିଦ୍ଧି ପ୍ରାପ୍ତି
ନବମ ଦିନ ମା' ସିଦ୍ଧିଦାତ୍ରୀଙ୍କ ଆରାଧନା କରାଯାଇଥାଏ | ମା'ଙ୍କୁ ଶକ୍ତିର ଅବତାର ବୋଲି କୁହାଯାଏ | ମା'ଙ୍କୁ ଉପାସନା କରିବା ଦ୍ୱାର ସବୁ ପ୍ରକାର ସିଦ୍ଧି ପ୍ରାପ୍ତ ହୋଇଥାଏ | ମା'ଙ୍କୁ ସମସ୍ତ ୯ଦେବୀଙ୍କ ସଂଯୁକ୍ତ ସ୍ୱରୂପ ବୋଲି କୁହାଯାଏ | ସେଥିପାଇଁ କେବଳ ମା' ସିଦ୍ଧି ଦାତ୍ରୀଙ୍କ ଉପାସନା ଦ୍ୱାର ୯ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |

{"id":101099,"width":580,"height":436}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.