Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ହଠାତ ୟୁଜରଙ୍କ ସଂଖ୍ୟା ବଢ଼ିଯିବାରୁ ଡାଉନ୍‌ ହେଲା Signal App, ମେସେଜ୍‌ ପଠାଇ ପାରୁନାହାନ୍ତି ଲୋକେ

16/01/2021 at 5:03 PM

ନୂଆଦିଲ୍ଲୀ ୧୬/୦୧: ହ୍ବାଟ୍‌ସଆପ୍‌ର ନୂଆ ପ୍ରାଇଭେସି ପଲିସିକୁ ନେଇ ଚିନ୍ତିତ ଲୋକେ ଏବେ ସିଗନାଲ୍‌ ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ହ୍ବାଟସ୍‌ଆପ୍‌ ପ୍ରତି ଲୋକଙ୍କ ଭରସା ଗୋଟିଏ ପଟେ ତୁଟୁଥିବା ଦେଖିବାକୁ ମିଳୁଥିବା ବେଳେ ସିଗ୍‌ନାଲ୍‌ ଆପ୍‌କୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଯଦିଓ କମ୍ପାନୀ ପାଇଁ ଏହା ଭଲ ଖବର କିନ୍ତୁ ହଠାତ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇବା ବି କ୍ଷତି ପହଞ୍ଚାଇଛି। ୟୁଜରଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାରୁ ଆପ୍‌ ଉପରେ ଲୋଡ୍‌ ପଡ଼ିବାରୁ ଡାଉନ୍‌ ହୋଇଯାଇଛି।

ସିଗନାଲ୍‌ ଆପ୍‌ ଡାଉନ୍ ହୋଇଯିବା ପରେ ବିଶ୍ବବ୍ୟାପୀ ୟୁଜର ହଇରାଣରେ ପଡ଼ିଛନ୍ତି। ସେମାନେ ନିଜ ବନ୍ଧୁମାନଙ୍କୁ ମେସେଜ୍‌ ପଠାଇପାରୁନଥିବା ଅଭିଯୋଗ କରିଛନ୍ତି। ସିଗ୍‌ନାଲ୍‌ ପକ୍ଷରୁ ଏନେଇ ଟ୍ବିଟ୍‌ କରି ମଧ୍ୟ ସୂଚନା ଦିଆଯାଇଛି। ସିଗନାଲ୍‌ ପକ୍ଷରୁ ଲେଖାଯାଇଛି, ‘ଆପ୍‌ରେ ଟେକ୍‌ନିକ୍‌ ଜନିତ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି। ଖୁବଶୀଘ୍ର ସମସ୍ୟା ଦୂର ହୋଇଯିବ।’

କୁହାଯାଉଛି ଦ୍ରୁତ ଗତିରେ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆପ୍‌ ଡାଉନ୍‌ ହୋଇଛି। ହ୍ବାଟସଆପ୍‌ର ପ୍ରାଇଭେସି ପଲିସି ବିବାଦ ପରେ ଲୋ​କେ​‌ ସିଗନାଲ୍‌ ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଏହା ବି ଏକ ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍‌। କିନ୍ତୁ ଏହା ୟୁଜରଙ୍କୁ ପ୍ରାଇଭେସି ସୁରକ୍ଷିତ ରଖିବାର ଗ୍ୟାରେଣ୍ଟି ଦେଉଛି।

ତେବେ ସିଗ୍‌ନାଲ୍‌ ଆପ୍‌ ଡାଉନ୍‌ ହେବାକୁ ନେଇ ଲୋକେ ଚିନ୍ତିତ ଅଛନ୍ତି ଆଉ ଖୁସି ବି ଅଛନ୍ତି। କାରଣ ଆପ୍‌ ଡାଉନ୍‌ ହେବାର ଅର୍ଥ ଲୋକେ ଏହାକୁ ପସନ୍ଦ କରୁଛନ୍ତି ଓ ଏହାକୁ ବ୍ୟବହାର ବି କରୁଛନ୍ତି। ଆପ୍‌ ଠିକ୍‌ ହୋଇଯିବା ପରେ ଏନେଇ ସୋସିଆଲ୍‌ ମିଡିଆରେ ସୂଚନା ଦିଆଯିବ ବୋଲି ସିଗ୍‌ନାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts