Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଗାନ୍ଧୀ ଜୟନ୍ତୀରୁ ସାରା ଦେଶରେ ନିଷିଦ୍ଧ ହେବ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ !

11/09/2019 at 4:47 PM

 ନୂଆଦିଲ୍ଲୀ ୧୧।୯-  ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ସାରା ଦେଶରେ ବ୍ୟାନ୍ ହୋଇପାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ । ପ୍ରଧାନମନ୍ତ୍ରୀ ମୋଦି ୨୦୨୨ ସୁଦ୍ଧା ସାରା ଦେଶରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ଅଭିଯାନ ଆରମ୍ଭ କରିବେ। ଦୈନନ୍ଦିନ କାମରେ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ କରିବାକୁ ଘୋଷଣା ହୋଇପାରେ ।…

ଜରି ଗୋଟାଳିଙ୍କ ଗହଣରେ ମୋଦି। ନିଜର ମଥୁରା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରିଗୋଟାଳିଙ୍କ ସହିତ ସମୟ ବିତାଇଛନ୍ତି। ବାର୍ତ୍ତା ଦେବାକୁ ଚାହିଁଛନ୍ତି ପ୍ଲାଷ୍ଟିକ ଜନିତ ପ୍ରଦୂଷଣର ଭୟାବହତା ସଂପର୍କରେ ।  ପ୍ଲାଷ୍ଟିକ ପ୍ରଦୂଷଣ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହେଲାଣି ।ଜଳ ସ୍ଥଳ ଆକାଶ ସବୁଠି ପ୍ଲାଷ୍ଟିକ ପ୍ରଦୂଷଣର ଭୟାବହତା।  ଯୁଆଡ଼େ ଚାହିଁଲେ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା । ପ୍ଲାଷ୍ଟିକ ବ୍ୟବହାର କମାଇବା ପାଇଁ ଏବେ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଅଭିଯାନ। ସିଙ୍ଗଲ ୟୁଜ୍ ବା ଥରେ ବ୍ୟବହାର ହୋଇ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ବ୍ୟାନ କରିବାକୁ ଅଣ୍ଟା ଭିଡିଛନ୍ତି ମୋଦି ସରକାର ।ଅକ୍ଟୋବର ୨ ଗାନ୍ଧି ଜୟନୀ ଠାରୁ ସିଙ୍ଗଲ ଏହା ଉପରେ ଲାଗିପାରେ ବ୍ୟାନ।

ପୂର୍ବରୁ ଲାଲକିଲ୍ଲାରେ ଅଗଷ୍ଟ ୧୫ ଭାଷଣ ସମୟରେ ମୋଦି ଦେଶକୁ ଅକ୍ଟୋବର ୨ ଠାରୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ତେବେ କେଉଁଗୁଡ଼ିକ ଏହି ବ୍ୟାନ ଅଧିନରେ ଆସିବ। ତାହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ରହିଛି । ସିଙ୍ଗଲ ୟୁଜ୍ ବା ଡିସ୍ପୋଜେବଲ୍ ପ୍ଲାଷ୍ଟିକ ସାମଗ୍ରୀ ଭିତରେ ପ୍ଲାଷ୍ଟିକ ବ୍ୟାଗ, ପ୍ଲାଷ୍ଟିକ ବୋତଲ, ଷ୍ଟ୍ର, କପ୍, ପ୍ଲେଟ୍, ଫୁଡ୍ ପ୍ୟାକିଂରେ ବ୍ୟବହୃତ ପ୍ଲାଷ୍ଟି, ଗିଫ୍ଟ ରାପର୍ ଭଳି ସାମଗ୍ରୀ ରହିଛି ।ତେବେ ଦେଶରେ ବ୍ୟବହୃତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ୪୦ ପ୍ରତିଶତ ଇ-କମର୍ସ କମ୍ପାନୀ ଗୁଡ଼ିକ ଦ୍ବାରା ବ୍ୟବହୃତ ହୋଇଥାଏ । ସେହିପରି ପାଣି ବୋତଲ, ସିଗରେଟ ବଟ୍, ଏପରିକି କ୍ଷୀର ପାଉଚ ଉପରେ ମଧ୍ୟ କଟକଣା ଲାଗିପାରେ। ରାଜ୍ୟ ସରକାର ଅବଶ୍ୟ ପ୍ଲାଷ୍ଟିକ ବ୍ୟବହାର ଉପରେ ବହୁ ପୂର୍ବରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ରାଜ୍ୟରେ ପଲିଥିନ ବ୍ୟବହାର ଉପରେ ବ୍ୟାନ ଲାଗିଛି। 

ପୂରା ବିଶ୍ବରେ ଏନେଇ ଅଭିଯାନ ଆରମ୍ଭ ହେଲାଣି। ଆଉ ଭାରତ ବି ଏଥିରେ ସାମିଲ ହୋଇଛି।  ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର କମିଲେ ଅଧାରୁ ଅଧିକ ପ୍ଲାଷ୍ଟିକ ଦ୍ବାରା ପରିବେଶ ପ୍ରଦୂଷଣ କମିବ ଓ ଏହା ଦ୍ବାରା ସୃଷ୍ଟି ହେଉଥିବା ଜଟିଳ ରୋଗ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଛି।

   Related Posts