ସ୍ବପ୍ନରେ ଭଗବାନ ଶିବ ଏବଂ ସାପ ଦେଖୁଛନ୍ତି କି ? ଜାଣନ୍ତୁ ଏହା ଦେଇଥାଏ କେଉଁ ସଙ୍କେତ

Published By : Prameya-News7 Bureau | March 04, 2020 IST

ସ୍ବପ୍ନରେ ଆମେ ଅନେକ ଥର ଦେଖୁ ଯାହା ବିଷୟରେ ଆମେ କଥାବାର୍ତ୍ତା କରୁ କିମ୍ବା ଯାହା ଆମ ମନରେ ରହିଥାଏ । କିନ୍ତୁ ଅନେକ ଥର ଏପରି ସ୍ବପ୍ନ ଆସିଥାଏ ଯାହାକୁ ଦେଖିବା ପରେ ଆମେ ଭାବୁ ଯେ, କାହିଁକି ଏପରି ସ୍ବପ୍ନ ଦେଖିଲୁ ବୋଲି । ମାତ୍ର ଏହି ସ୍ବପ୍ନଗୁଡିକ ଆପଣଙ୍କୁ କିଛି ସଂକେତ ଦେବା ପାଇଁ ଉଦ୍ଦିଷ୍ଟ ଥାଏ । ଭଗବାନ ସ୍ବପ୍ନ ମାଧ୍ୟମରେ ମନୁଷ୍ୟମାନଙ୍କ ସହିତ ଘଟିବାକୁ ଥିବା ଶୁଭ ଏବଂ ଅଶୁଭ ଘଟଣା ସଂପର୍କରେ ସଂକେତ ଦେଇଥାନ୍ତି  । ଖରାପ ଦିନଗୁଡିକ କଟିବାକୁ ଯାଉଥିଲେ ମଧ୍ୟ ସ୍ବପ୍ନଗୁଡିକ ସଂକେତ ଦେଇଥାଏ ଏବଂ ଯଦି ସଙ୍କଟ ଆସିବାକୁ ଥାଏ ତେବେ ସ୍ବପ୍ନଗୁଡିକ ମଧ୍ୟ ସୂଚିତ କରାଯାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବ ଏବଂ ତାଙ୍କ ସହ ଜଡିତ ସ୍ବପ୍ନ ଆମକୁ କଣ ସଂକେତ ଦେଇଥାଏ ।

ସ୍ବପ୍ନରେ ଶିବ ଲିଙ୍ଗ ଦେଖିବା :

{"id":232472,"width":577,"height":331,"sizeSlug":"large"}

ଯଦି ଆପଣଙ୍କ ସ୍ବପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଶିବ ଲିଙ୍ଗ ଦେଖିବାର ଅର୍ଥ ହେଉଛି ଅସୁବିଧାରୁ ମୁକ୍ତିର ସଙ୍କେତ । ଏଭଳି ସଂକେତ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଏକ ଜଟିଳ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ଯେତେବେଳେ ଶିବ ଲିଙ୍ଗକୁ ସ୍ବପ୍ନରେ ଦେଖାଯାଏ, ତାହେଲେ ପରଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗରେ ଜଳାଭିଷେକ ଅଥବା ଦୁଗ୍ଧାଭିଷେକ କରି ବେଲପତ୍ର ଏବଂ ଦୁଦୁରା ଫୁଲ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ।

ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡର କରିବାର ଦେଖିବା :

{"id":232473,"sizeSlug":"large"}

ଯଦି ଆପଣ ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡର କରିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ । ଶିବଙ୍କ ତାଣ୍ଡବ ଏକ ଅପାରଗତାର ପ୍ରତୀକ ଏବଂ ଯଦି ଆପଣ ଏହାକୁ ନିଜ ସ୍ବପ୍ନରେ ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କର ବୃଦ୍ଧି ହୋଇପାରେ । ଯେଉଁ ଦିନ ଆପଣ ଆପଣଙ୍କ ସ୍ବପ୍ନରେ ଭଗବାନ ଶିବଙ୍କର ତାଣ୍ଡ ଦେଖିବେ, ପରଦିନ ସକାଳେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଶିବ ଚାଳିସା ପାଠ କରି ପ୍ରାର୍ଥନା କରନ୍ତୁ ଯେ, ଅସୁବିଧାରୁ ମୁକ୍ତ କରିବେ । ଆହୁରି ମଧ୍ୟ ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କଠାରୁ ବର୍ତ୍ତିବା ପାଇଁ ଆପଣ ସଚେତନ ହେବା ଉଚିତ୍ ।

ସ୍ବପ୍ନରେ ଶିବ ମନ୍ଦିର ଦେଖିବା :

{"id":232474,"sizeSlug":"large"}

ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଅତ୍ୟନ୍ତ ଶୁଭ ଅଟେ । ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଆପଣଙ୍କର ଶାରୀରିକ ସମସ୍ୟାର ନିରାକରଣର ସଙ୍କେତ ଦେଇଥାଏ । ସ୍ବପ୍ନରେ ଶିବ ମନ୍ଦିର ଦେଖିଲେ, ପରଦିନ ସକାଳେ ଶିବ ମନ୍ଦିରକୁ ଯାଇ ଶିବଙ୍କୁ ବେଲପତ୍ର, ଦୁଦୁରା ଏବଂ ଭାଙ୍ଗ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ଭଗବାନ ଶିବଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ସ୍ବପ୍ନରେ ସାପ ଦେଖିବା :

{"id":232475,"width":576,"height":383,"sizeSlug":"large"}

ସ୍ବପ୍ନରେ ଭଗବାନ ଶିବ ଦେଖାଯାଇନପାରନ୍ତି, କିନ୍ତୁ ଯଦି ଆପଣକୁ ସାପମାନେ ଘେରି ରହିଥିବାର ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଅର୍ଥ ସଙ୍କଟ ଦୂର ହେବ । ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଯଦି କୌଣସି ଅର୍ଥ ସଙ୍କଟ ନଥାଏ, ତେବେ ଆପଣଙ୍କୁ ହଠାତ୍ ଧନ ଲାଭର ସଂକେତ ଦେଇଥାଏ ।

ସ୍ବପ୍ନରେ ସାପ ଛୁଆ ଦେଖିଲେ :

{"id":232476,"sizeSlug":"large"}

ଯଦି ସ୍ବପ୍ନରେ ଆପଣ ସାପ ଛୁଆମାନଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ଆସୁଥିବା ନୂତନ ଅତିଥିଙ୍କ ସଙ୍କେତ ହୋଇପାରେ । ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ଭଗବାନ ଶିବଙ୍କ କୃପା ଦ୍ବାରା ସନ୍ତାନପ୍ରାପ୍ତିର ସୁଖ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.