ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା : ସ୍ଥାନ ପାଇଲେ ରୋହିତ ଓ ନବଦୀପ, ମୟଙ୍କ ଅଗ୍ରଓ୍ୱାଲ ବାଦ୍

Published By : Prameya-News7 Bureau | January 06, 2021 IST

ସିଡନୀ,୦୬/୦୧:  ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ରୋହିତ ଶର୍ମା ଓ ନବଦୀପ ସୈନୀଙ୍କୁ ସୁଯୋଗ ମିଳିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ବାଦ୍ ପଡିଛନ୍ତି । ଗୁରୁବାରଠାରୁ ଏହି ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ ।

ରୋହିତ ତୃତୀୟ ଟେଷ୍ଟରେ ସ୍ଥାନ ପାଇବା ସହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ସିଡନୀରେ ୪୩ ବର୍ଷ ପରେ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଦ୍ରୁତ ବୋଲର ନବଦୀପ ସୈନୀ ପଦାର୍ପଣ କରିବେ ।

wp:html /wp:html

ବର୍ତ୍ତମାନ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ମେଲବର୍ଣ୍ଣ ଟେଷ୍ଟରେ କଙ୍ଗାରୁ ଟିମକୁ ୮ ଓ୍ୱିକେଟରେ ମାତ୍ ଦେଇଥିଲା । କିନ୍ତୁ ଦଳ ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.