ଇମ୍ରାନଙ୍କ ଶପଥ ଉତ୍ସବରେ ସିଦ୍ଧୁଙ୍କ ଉପସ୍ଥିତି ନେଇ ବିବାଦ

Published By : Prameya-News7 Bureau | August 18, 2018 IST

ପାକିସ୍ତାନର ପ୍ରଧାନମନ୍ତ୍ରୀଭାବେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟ ଖେଳାଳୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଯୋଗଦାନ ନେଇ ବିବାଦ ସୃଷ୍ଟି ହୋଇଛି। ଶନିବାର ଦିନ ଇମ୍ରାନଙ୍କ ଶପଥ ଉତ୍ସବରେ ଯୋଗ ଦେବା ପୂର୍ବରୁ ପାକିସ୍ତାନର ସାମରିକ ମୁଖ୍ୟ ଜେନେରାଲ କମର ଜାଭେଦଙ୍କୁ ସାକ୍ଷାତ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଥମ ଧାଡ଼ିରେ ସିଦ୍ଧୁ ପାକ୍ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ମସୁଦ୍ ଖାନ୍ଙ୍କ ପାଖ ଆସନରେ ବସିଥିଲେ। ସୂଜନା ଯୋଗ୍ୟ ଯେ,ପାକ୍ ଅଧିକୃତ କାଶ୍ମୀରକୁ ଭାରତ ସ୍ବିକୃତୀ ପ୍ରଦାନ କରିନାହିଁ। ସିଦ୍ଧୁଙ୍କ ପାକିସ୍ତାନ ଗସ୍ତର ସମସ୍ତ ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏପରିକି ସିଦ୍ଧୁ ପାକିସ୍ତାନ ଯିବା ପୂର୍ବରୁ କଂଗ୍ରେସ ଦଳରୁ ଅନୁମତି ନେଇଥିଲେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଭାରତୀୟ ଜନତା ପାର୍ଟିର କିଛି ନେତା ଏଥିପାଇଁ କଂଗ୍ରେସ ଦେଶ ନିକଟରେ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରିଛନ୍ତି। ସୂଚନା ଯୋଗ୍ୟ ଯେ,ସିଦ୍ଧୁ ଏବେ ପଞ୍ଜାବର ଜଣେ ଦାୟିତ୍ବ ସମ୍ପନ୍ନ ବିଧାୟକ ଏବଂ ମନ୍ତ୍ରୀ ଅଛନ୍ତି। ସମଗ୍ର ଦେଶ ବାଜପେୟୀଙ୍କ ଦେହାନ୍ତ ଏବଂ ଅନ୍ତିମ ସଂସ୍କାର ପାଇଁ ଦୁଃଖରେ ଥିବାବେଳେ ଶୁକ୍ରବାର ଦିନ ସିଦ୍ଧୁ ପାକିସ୍ତାନ ଗସ୍ତ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ ଯେ,ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ହିଁ ସିଦ୍ଧୁଙ୍କୁ ରାଜନୀତିକୁ ଆଣିଥିଲେ। ବାଜପେୟୀଙ୍କୁ ନିଜ ରାଜନୈତିକ ଗୁରୁ ବୋଲି ମଧ୍ୟ ସିଦ୍ଧୁ କହି ଆସୁଥିଲେ। ଅନ୍ୟ ପକ୍ଷରେ ପାକିସ୍ତାନରେ ପହଞ୍ଚିବାପରେ ସେଠାରେ ସରକାରୀ ଟେଲିଭିଜନକୁ ସାକ୍ଷାତକାର ଦେଇ ସିଦ୍ଧୁ କହିଛନ୍ତି ଯେ,ପ୍ରେମ,ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ନେଇ ଭାରତର ରାଷ୍ଟ୍ରଦୂତ ହୋଇ ସେ ପାକିସ୍ତାନରେ ପହଞ୍ଚିଛନ୍ତି। ଜଣେ ରାଜନେତା ହିସାବରେ ନୁହେଁ ବରଂ ଜଣେ ବନ୍ଧୁଙ୍କ ଖୁସୀର ମୁହୂର୍ତ୍ତରେ ସାମିଲ ହେବା ପାଇଁ ସେ ପହଞ୍ଚିଛନ୍ତି। ଦୁଇ ଦେଶର ବନ୍ଧୁତା କ୍ଷେତ୍ରରେ ଖେଳାଳୀ ଓ କଳାକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ମଧ୍ୟ ସେ କହିଛନ୍ତି। ନିଜ ଚିରାଚରିତ କାବି୍ୟକ ଶୈଳୀରେ ପାକିସ୍ତାନ ଜୀଭେ …ଭାରତ ଜୀଭେ ଇମ୍ରାନଙ୍କ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସିଦ୍ଧୁ କହିଛନ୍ତି ଯେ,ଜାଣନ୍ତି ଇମ୍ରାନ କିଭଳି ନିଜ ଦୁର୍ବଳତାକୁ ଶକ୍ତିରେ ରୂପାନ୍ତରିତ କରିପାରନ୍ତି। ଇମ୍ରାନ ପାକିସ୍ତାନ ବିକାଶର ପ୍ରତୀକ ହୁଅନ୍ତୁ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି। ଇମ୍ରାନଙ୍କ ପାଇଁ କ’ଣ ଉପହାର ଆଣିଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ସିଦ୍ଧୁ କହିଥିଲେ ଯେ,ସେ ଇମ୍ରାନଙ୍କ ପାଇଁ ଏକ କାଶ୍ମିରୀ ଶାଲ ଉପହାର ଆାଣିଛନ୍ତି। ସୂଜନା ଯୋଗ୍ୟ ଯେ,ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, କପିଲ ଦେବଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା।ବ୍ୟକ୍ତିଗତ କାରଣ ଦର୍ଶାଇ ଏମାନେ ପାକିସ୍ତାନ ଯାଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.