ପଞ୍ଜାବ କଂଗ୍ରେସରେ ମେଲିଲା ଫାଟ, କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ

Published By : Prameya-News7 Bureau | July 02, 2021 IST

ଚଣ୍ଡିଗଡ ୨।୭:  ପଞ୍ଜାବ କଂଗ୍ରେସର ଅନ୍ତରିଣ କନ୍ଦଳକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏପର୍ଯନ୍ତ ଅସ୍ୱୀକାର କରିଆସୁଥିଲା। ତେବେ ଦିଲ୍ଲୀରେ ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କୁ ସିଦ୍ଧୁ ଭେଟିବା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନୀତିକୁ ଏବେ ଖୋଲାଖୋଲି ବିରୋଧ କରିବାରେ ଲାଗିଲାଣି। ଏହିକ୍ରମରେ ରାଜ୍ୟରେ ଉପୁଜିଥିବା ବିଦ୍ୟୁତ ସଂକଟ ନେଇ ସିଦ୍ଧୁ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟାର କରିବା ବେଳେପ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

wp:embed {"url":"https://twitter.com/sherryontopp/status/1410841045974224897","type":"rich","providerNameSlug":"twitter","responsive":true,"className":""}
https://twitter.com/sherryontopp/status/1410841045974224897
/wp:embed wp:embed {"url":"https://twitter.com/sherryontopp/status/1410841356759552005","type":"rich","providerNameSlug":"twitter","responsive":true,"className":""}
https://twitter.com/sherryontopp/status/1410841356759552005
/wp:embed

ପଞ୍ଜାବରେ ବିଦ୍ୟୁତ ଗ୍ରାହକ ଶୁଳ୍କ ବାବଦେ ଅଧିକ ଦେୟ ପୈଠ କରୁଛନ୍ତି। ହେଲେ ୨୪ ଘଣ୍ଟା ବିଦ୍ୟୁତ ପାଇ ପାରୁନାହାନ୍ତି। ଅତୀତରେ ରାଜ୍ୟର ବାଦଲ ସରକାର ବିଦ୍ୟୁତ ଲାଗି କରିଥିବା ପିପିଏ ଚୁକ୍ତିନାମା ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବୋଝ ପାଲଟିଛି। ମୁଖ୍ୟମନ୍ତ୍ରୀ ସବୁ ଜାଣନ୍ତି ହେଲେ ଏଥିରୁ ମୁକୁଳିବାକୁ ରାସ୍ତା ବାହାର କରୁନଥିବାରୁ ବିଦ୍ୟୁତ ଗ୍ରାହକ ଓ ରାଜ୍ୟ ସରକାର ଏବେ ଉଭୟ କ୍ଷତିର ସମ୍ମୁଖୀନ ହେଉଥିବା ସିଦ୍ଧୁ ତାଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚିତ କରିଛନ୍ତି।

wp:embed {"url":"https://twitter.com/sherryontopp/status/1410841662012620803","type":"rich","providerNameSlug":"twitter","responsive":true,"className":""}
https://twitter.com/sherryontopp/status/1410841662012620803
/wp:embed wp:embed {"url":"https://twitter.com/sherryontopp/status/1410842107992936449","type":"rich","providerNameSlug":"twitter","responsive":true,"className":""}
https://twitter.com/sherryontopp/status/1410842107992936449
/wp:embed

ସେପଟେ ପିପିଏ ଚୁକ୍ତିକୁ ଆଇନଗତ ସଂରକ୍ଷଣ ମିଳିଛି। ଏଣୁ ସରକାର ଚାହିଁଲେ ମଧ୍ୟ ପିପିଏକୁ ନେଇ ପୁଣିଥରେ ନୂଆକରି କଥାବାର୍ତ୍ତା କରିପାରୁନାହାନ୍ତି। ଏଥିରେ ମଧ୍ୟ ଅନ୍ୟ ଉପାୟ ଅଛି, ତାହା ହେଉଛି ବିଦ୍ୟୁତ କ୍ରୟ ବାବଦ ବ୍ୟୟ କାଟ୍‌ ଲାଗି ଆଇନରେ ସରକାର ସଂଶୋଧନ କରିପାରିବେ। ଯେଉଁଥିରେ ପଞ୍ଜାବ ନିଜ ଲାଗି ଓରିଜିନାଲ ପାୱାର ମଡେଲ ମଧ୍ୟ କରିପାରିବ ବୋଲି ଉଲ୍ଲେଖ କରିଛନ୍ତି। ତେବେ ରାଜ୍ୟର ବିଦ୍ୟୁ ସମସ୍ୟା ସରକାରଙ୍କ ସମସ୍ୟା ଏଥିରେ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିବା ରାଜ୍ୟ କଂଗ୍ରେସରେ ନୂଆ ସମିକରଣର ସୂଚନା ଦେଉଛି ବୋଲି ସମୀକ୍ଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.