ଏୟାର ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଲେ ସିଦ୍ଧୁ, ପଚାରିଲେ ପ୍ରକୃତରେ କ’ଣ ୩୦୦ଆତଙ୍କବାଦୀ ମରିଛନ୍ତି ?

Published By : Prameya-News7 Bureau | March 04, 2019 IST

ମୁମ୍ବାଇ ୪/୩: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଏବଂ ଟିଭି ସେଲିବ୍ରିଟି ନବଜ୍ୟୋତ ସିଂହ ସିଦ୍ଧୁ ‘ଦ କପିଳ ଶର୍ମା ଶୋ’କୁ ଫେରି ପାରନ୍ତି। ସିଦ୍ଧୁ ପୁଲଓ୍ବାମା ଆକ୍ରମଣର ଜବାବରେ ପାକିସ୍ତାନର ବାଳାକୋଟରେ କରାଯାଇଥିବା ଭାରତୀୟ ସେନାଙ୍କ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ନିର୍ବାଚନ ଜିତିବା ପାଇଁ ସରକାର ଏୟାର ଷ୍ଟ୍ରାଇକକୁ ହାତ ବାରିଶି କରିଛନ୍ତି ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି।

{"id":90559,"width":596,"height":447}

ସିଦ୍ଧୁ ଟ୍ବିଟ୍ କରି ସନ୍ଦେହ ପ୍ରକାଶ କିଛନ୍ତି ଯେ, ୩୦୦ ଆତଙ୍କବାଦୀ ମରିଛନ୍ତି କି ନାହିଁ?ଏହାର ଉଦ୍ଦେଶ୍ୟ କ’ଣ ଥିଲା? ଆତଙ୍କବାଦୀଙ୍କୁ ମାରି ଦିଆଯାଇଥିଲା ନା କେବଳ ଗଛ କାଟି ପକା ଯାଇଥିଲା? ଏହା କ’ଣ ନିର୍ବାଚନୀ ଡ୍ରାମା ଥିଲା?ଶତ୍ରୃଙ୍କ ସହ ଲଢ଼ିବା ଆଳରେ ଆମ ସ୍ଥାନରେ ଆମକୁ ଠକି ଦିଆଯାଉଛି। ସେନାଙ୍କୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ବନ୍ଦ କରାଯାଉ ବୋଲି ସିଦ୍ଧୁ କହିଛନ୍ତି। ‘ଉଚ୍ଚି ଦୋକାନ,ଫିକା ପକଓ୍ବାନ’ ବୋଲି ମଧ୍ୟ ସିଦ୍ଧୁ ଟୁଇଟ କରିଛନ୍ତି।

{"id":90560,"width":596,"height":447}

ସିଦ୍ଧୁଙ୍କ ଏହି ଟ୍ବିଟ୍ ସେତେବେଳେ ଆସିଥିଲା ଯେତେବେଳେ ଶୋ ର ପ୍ରଡ୍ୟୁସର ସଲମାନ ଖାନ୍ ସିଦ୍ଧୁଙ୍କୁ ଶୋକୁ ପୁଣି ଥରେ ଆଣିବାକୁ ବିଚାର କରୁଛନ୍ତି। ପୁଲଓ୍ବାମା ଆକ୍ରମଣବେଳେ ସିଦ୍ଧୁ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇଥିଲେ। ଏହା ପରେ ତାଙ୍କୁ ଶୋ ରୁ ବାହାର କରି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.