Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦିଲ୍ଲୀରେ ପ୍ରିୟଙ୍କା ଓ ରାହୁଲଙ୍କୁ ଭେଟିଲେ ନଭଜୋତ ସିଦ୍ଧୁ, ଦୀର୍ଘ ୩ଘଣ୍ଟା ଚାଲିଲା ରୁଦ୍ଧଦ୍ୱାର ବୈଠକ

30/06/2021 at 8:46 PM

ନୂଆଦିଲ୍ଲୀ ୩୦।୬: ପଞ୍ଜାବ ବିଧାନସଭା ଲାଗି ଆଗାମୀ ବର୍ଷ ନିର୍ବାଚନ । ତେବେ ଶାସକ କଂଗ୍ରେସରେ ତୁଟୁନି ଆଭ୍ୟନ୍ତରିଣ କନ୍ଦଳ। ଏଥିରେ ପଞ୍ଜାବ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ବୁଧବାର ଦିଲ୍ଲୀରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ ସିଦ୍ଧୁ ପ୍ରିୟଙ୍କାଙ୍କ ସହ ତାଙ୍କ ଫଟୋ ଟ୍ୱିଟ୍ କରିଥିବା ବେଳେ ଦୀର୍ଘ ଆଲୋଚନାର ସୂଚନା ଦେଇଛନ୍ତି।

ତେବେ ରାହୁଲ ଓ ପ୍ରିୟଙ୍କାଙ୍କ ସହ ସିଦ୍ଧୁଙ୍କ ଆଲୋଚନାର ବିସ୍ତୃତ ବିବରଣୀ ମିଳି ନାହିଁ।  କଂଗ୍ରେସ ମୁଖିଆ ସିଦ୍ଧୁଙ୍କୁ କୌଣସି ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିବାର ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି। ତେବେ ସିଦ୍ଦୁ ଲଗାତାର ଗୋଟିଏ କଥା କହି ଆସୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ତାଙ୍କ ସହ କାମ କରିପାରିବେନି। ଏହି କଥାକୁ ନେଇ ପଞ୍ଜାବ କଂଗ୍ରେସର କିଛି ନେତା ଓ ସିଦ୍ଦୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିକଟଅତୀତରେ ବିଦ୍ରୋହକୁ ଓହ୍ଲାଇ ଆସିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଏଆଇସିସି ୩ ସଦସୀୟ କମିଟି ପଞ୍ଜାବ ପଠାଇବାକୁ ବାଧ୍ୟ ହୋଇଥିଲେ।

କମିଟି ପରିସ୍ଥିତି ଆକଳନ କରି ପଞ୍ଜାବରୁ ଫେରିବା ପରେ ଏଆଇସିସିକୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ପଞ୍ଜାବ କଂଗ୍ରେସରେ ସେଭଳି କୌଣସି ଗୁରୁତର ସମସ୍ୟା ନଥିବା ବେଳେ ଗୋଷ୍ଠୀ ରାଜନୀତି ନଥିବାର ସୂଚିତ କରିଥିଲେ। ସେହିପରି ସିଦ୍ଦୁଙ୍କ ପକ୍ଷରୁ ଦଳ ଅଥବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେପରି କୌଣସି ଚାଲେଞ୍ଜ ନଥିବା ସୂଚିତ କରିଥିଲେ। ଏହା ପରେ ସିଦ୍ଦୁ ମଙ୍ଗଳବାର ଦିଲ୍ଲୀ ଆସି ଡେରା ପକାଇବା ଚର୍ଚ୍ଚାର ବିଷୟ ପାଲଟିଥିଲା।

ମଙ୍ଗଳବାର ରାହୁଲ ସିଦ୍ଦୁଙ୍କୁ ଭେଟିବାକୁ ସଫାସଫା ମନା କରିଥିଲେ। ତେବେ ବୁଧବାର ପ୍ରିୟଙ୍କାଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ରାହୁଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏଥିରୁ ପଞ୍ଜାବ କଂଗ୍ରେସକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ସିଦ୍ଧୁ ତାଙ୍କ ସାକ୍ଷାତ ଆଲୋଚନା ନେଇ ବିସ୍ତୃତ ସୂଚନା ଦେଇନାହାନ୍ତି। ହେଲେ ଟ୍ୱିଟରରେ  ପ୍ରିୟଙ୍କାଙ୍କ ସହ ଫଟୋ ସେୟାର କରି ଦୀର୍ଘ ଆଲୋଚନାର ସୂଚନା ଦେଇଛନ୍ତି।ତେବେ ପ୍ରିୟଙ୍କାଙ୍କ ସହ ଏହି ସାକ୍ଷାତ ଆଲୋଚନା ପରେ ରାହୁଲଙ୍କ ସହ କଥାବାର୍ତ୍ତା ଲାଗି ସିଦ୍ଧୁଙ୍କ ବାଟ ଫିଟିଥିବା ଜଣାପଡିଛି। ଏଥିରେ ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ସିଦ୍ଧୁଙ୍କ ସହ ରାହୁଲ ଓ ପ୍ରିୟଙ୍କା କଣ ଆଲୋଚନା କରିଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସମୀକ୍ଷକ କହିଛନ୍ତି।

   Related Posts