Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସିଦ୍ଧୁଙ୍କୁ ‘କ୍ୟାପ୍ଟେନ’ ମାନିବାକୁ ରାଜି ଅମରିନ୍ଦର ସିଂହ, ପିସିସି ସଭାପତିଙ୍କ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ହେବେ ସାମିଲ୍‌

22/07/2021 at 6:42 PM

ନୂଆଦିଲ୍ଲୀ ୨୨/୭: ପଞ୍ଜାବ କଂଗ୍ରେସରେ ନବଜୋତ ସିଂହ ସିଦ୍ଧୁ ବନାମ କ୍ୟାପ୍ଟେନ ଅମରିନ୍ଦର ସିଂହ ଫାଇଟ୍‌ରେ ବ୍ରେକ୍‌ ଲାଗିବାକୁ ଯାଉଛି। ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି କରାଯିବା ପରେ ଶୁକ୍ରବାର ସେ ଦାୟିତ୍ବ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁସାରେ, ନବଜୋତ ସିଦ୍ଧୁଙ୍କ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଅମରିନ୍ଦର ସିଂହ ସାମିଲ ହେବେ। ଦଳର ବରିଷ୍ଠ ନେତୃତଙ୍କ ହସ୍ତକ୍ଷେପ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମାନସ ଭଞ୍ଜନ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ହେବାକୁ ଥିବା କଂଗ୍ରେସ ଭବନକୁ ମୁଖ୍ୟମନ୍ତ୍ରୀଙ୍କ ସହିତ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରୀଶ ରାଓ୍ବତ ଯିବେ। ସିଦ୍ଧୁଙ୍କ ଦାୟିତ୍ବ ଦିଆଯିବା ପୂର୍ବରୁ ଏକ ଚା’ ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ସିଏମ ଅମରିନ୍ଦରଙ୍କ ସମେତ ସମସ୍ତ ବିଧାୟକ ସାମିଲ୍‌ ହେବେ। ଏହାରି ମଧ୍ୟରେ ଅମରିନ୍ଦର ସିଂହ ସମସ୍ତ କଂଗ୍ରେସ ବିଧାୟକ, ସାଂସଦ ଏବଂ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ସହ ଶୁକ୍ରବାର ସକାଳ ୧୦ରେ ଚା’ ପାଇଁ ନିମନ୍ତ୍ରଣ କରିଛନ୍ତି । ଚା’ ପିଇ ସାରି ସେଠାରୁ ସମସ୍ତେ କଂଗ୍ରେସ ଭବନ ଯିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି ।

ସୁନୀଲ ଜାଖଡ଼ଙ୍କ ସ୍ଥାନ ନେବେ ସିଦ୍ଧୁ
ସିଦ୍ଧୁ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ଼ଙ୍କ ସ୍ଥାନ ନେବେ। ତେବେ​‌ ଏହାକୁ ନେଇ ସିଦ୍ଧୁ ଏବଂ ଅମରିନ୍ଦରଙ୍କ ମଧ୍ୟରେ ଗତ କିଛି ଦିନ ହେଲା ବିବାଦ ଚାଲିଥିଲା । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ସିଂହ ରାଜ୍ୟ କଂଗ୍ରେସ ସଭାପତି ଭାବେ ନବଜୋତ ସିଂହଙ୍କ ନିଯୁକ୍ତିକୁ ବିରୋଧ ମଧ୍ୟ କରିଥିଲେ। ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ପରେ ଅପମାନଜନକ ଟ୍ବିଟ୍‌ ପାଇଁ କ୍ଷମା ନମାଗିବା ଯାଏଁ ତାଙ୍କୁ ଭେଟିବେ ନାହିଁ ବୋଲି କହିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ।

   Related Posts