ସୋନିଆ ଓ ରାହୁଲଙ୍କୁ ଭେଟିବା ପରେ ନରମିଲା ସିଦ୍ଧୁଙ୍କ ମିଜାଜ୍, ମିଳିଲାଣି ପଞ୍ଜାବ କଂଗ୍ରେସରେ ପରିବର୍ତ୍ତନର ସୂଚନା

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭।୭ : ଶୁକ୍ରବାର ଜାତୀୟ ରାଜଧାନୀରେ ୨ଟି ରାଜନୈତିକ ଗତିବିଧି ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏଥିରୁ ଗୋଟିଏ ଶରଦ ଯାଦବଙ୍କ ସହ ବିଜେପି ନେତାମନ୍ତ୍ରୀଙ୍କ ଭେଟ ହୋଇଥିବା ବେଳେ ଅନ୍ୟଟି ଥିଲା ପଞ୍ଜାବ କଂଗ୍ରେସର ନବଜ୍ୟୋତ ସିଂ ସିଦ୍ଧୁଙ୍କ ସୋନିଆଙ୍କ ସହ ସାକ୍ଷାତ ଆଲୋଚନା। ପ୍ରଥମ ରାଜନୈତିକ ଗତିବିଧି ଉପରୁ ଏବେବି ପର୍ଦା ହଟିନି। ତେବେ ସିଦ୍ଧୁଙ୍କ ସାକ୍ଷାତ ଆଲୋଚନାର ଫଳାଫଳ ସାମ୍ନାକୁ ଆସିଗଲାଣି। ସିଦ୍ଧୁ ଶୁକ୍ରବାର ସୋନିଆ ଓ ରାହୁଲଙ୍କୁ ଭେଟିବା ପରେ ତାଙ୍କ ମିଜାଜ ଆଉ ପୂର୍ବପରି ନାହିଁ। ସେ ବେଶ୍ ନରମି ଯାଇଛନ୍ତି। 

{"id":482075,"sizeSlug":"large","linkDestination":"none"}

ସାକ୍ଷାତ ଆଲୋଚନାରେ ସୋନିଆ ଓ ରାହୁଲ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ଲଢାଯିବ ବୋଲି ସିଦ୍ଧୁଙ୍କୁ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ରାଜ୍ୟରେ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ବିବାଦ ଅଧିକ ନ ବଢାଇବା ଲାଗି ହାଇକମାଣ୍ଡ  ତାଗିଦ  କରିଛନ୍ତି। ସୋନିଆଙ୍କୁ ଭେଟିବା ପରେ ସିଦ୍ଧୁ ଅମରିନ୍ଦର ସିଂହଙ୍କ ନିକଟ ସମ୍ପର୍କୀୟ ତଥା ଦିଲ୍ଲୀରେ ରହୁଥିବା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଝାକରଙ୍କୁ ତାଙ୍କ ଘରେ ଭେଟିଥିବା ଜଣାପଡିଛି।

{"id":482076,"width":840,"height":473,"sizeSlug":"large","linkDestination":"none"}

ଏଥିରୁ ପଞ୍ଜାବ କଂଗ୍ରେସରେ ବିଶାଳ ପରିବର୍ତ୍ତନର ସୂଚନା ମିଳିଛି। ଯେଉଁଥିରେ ସିଦ୍ଧୁ ପଞ୍ଜାବ କଂଗ୍ରେସର ମଙ୍ଗ ସମ୍ଭାଳିବେ ବୋଲି ଜଣାପଡିଥିବା ବେଳେ ଜଲନ୍ଧର ସାଂସଦ ଆଗକୁ କାର୍ଯ୍ୟକାରୀ ସଭାପତି ଭାବେ ଦଳର କାର୍ଯ୍ୟ ପରିଚାଳନା କରିବେ ବୋଲି ଜଣାଗଲାଣି। ଏହା ଛଡା ଦଳରେ ଜନୈକ ହିନ୍ଦୁ ଚେହାରା ମଧ୍ୟ ଖୁବ୍ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ତେବେ ଦିଲ୍ଲୀରେ ସିଦ୍ଧୁଙ୍କ ସାକ୍ଷାତ ଆଲୋଚନା ପର୍ବ ଏବେବି ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.