Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କୃଷି ବିଲ୍ ବିରୋଧି ରାହୁଲଙ୍କ ସଭାରେ ସିଧୁ ! ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ଗୋଟିଏ ମଞ୍ଚରେ

5/10/2020 at 8:34 PM

ମୋଗା:  ପଞ୍ଜାବ ମୋଗାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଅନୁଷ୍ଠିତ ଏକ ସଭା ସାରା ଦେଶର ଧ୍ୟାନ ଆକର୍ଷଣ କରିଛି। ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପୂର୍ବତନ କଂଗ୍ରେସ ନେତା ନବଜୋତ ସିଂ ସିଧୁଙ୍କୁ ମଧ୍ୟ ସେଠାରେ ଦେଖାଯାଇଛି। କେବଳ ଦେଖାଯାଇଛି କହିଲେ ଅତ୍ୟୁକ୍ତି ହେବ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି।

‘ଆଜି ମୋତେ ମୋ ମନର କହିବାକୁ ଦିଅନ୍ତୁ, ଆପଣମାନେ ହିଁ ମୋତେ ଦୀର୍ଘ ଦିନରୁ ଏହି ଆସନରେ ବସାଇଛନ୍ତି ’ ବୋଲି ସିଧୁ କହିବା ଉପସ୍ଥିତ ଚାଷୀ ଓ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଥିଲା। ୨୦୧୯ ସଂସଦ ନିର୍ବାଚନ ପରଠାରୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସିଧୁଙ୍କୁ କେବେ ବି ଦେଖାଯାଇନି। ଗତବର୍ଷ ଜୁନମାସରେ ସିଧୁ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ତା ପରଠାରୁ ସିଧୁ ରାଜନୀତିରେ ସକ୍ରିୟ ନଥିଲେ। ତେବେ ଦୀର୍ଘ ସମୟ ପରେ ସେ ପୁଣି ରାଜନୀତିକୁ ଫେରିଥିବା ବେଳେ ସିଧା କୃଷକ ବିଲ ବିରୋଧୀ ମଞ୍ଚରେ ଦେଖାଯାଇଛନ୍ତି।

ଗତ ୨୦୧୯ ଲୋକସଭା ନିର୍ବାଚନ ପରେ ସିଧୁ ଜୁନ ୧୦ ତାରିଖ ଦିନ ତାଙ୍କ ଇସ୍ତଫା ପତ୍ର ସିଧା ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀରେ ଧରାଇ ଦେଇଥିଲେ। ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ କାହାରିକୁ ସୂଚିତ ମଧ୍ୟ କରିନଥିଲେ। ତେବେ ମାସକ ପରେ ଘଟଣା ଜଣାପଡିବା ପରେ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା।  ଏହାପରେ ସେ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ସାର୍ବଜନିକ ଜୀବନରୁ ଦୂରେଇ ଯାଇଥିଲେ।

ତେବେ ରବିବାର ରାଲିରେ ତାଙ୍କର ଉପସ୍ଥିତି ଦଳରେ ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ବିରାମ ଲଗାଇଛି। ହୁଏତ ସେ କଂଗ୍ରେସରୁ ଅନ୍ୟ ଦଳକୁ ଚାଲିଯାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଥିଲା। ତେବେ ଦଳରେ ପୁଣି ତାଙ୍କର ଉପସ୍ଥିତି ଲାଗି ପଞ୍ଜାବ କଂଗ୍ରେସ ବ୍ୟାପାର ପ୍ରମୁଖ ହରିଶ ରାୱତଙ୍କ ଉଦ୍ୟମକୁ ଏବେ ସାଧୁବାଦ ଦିଆଯାଉଛି। ରାୱତ ସିଧୁଙ୍କୁ ତାଙ୍କ ଅମ୍ରିତସର ବାସଭବନରେ ଗତ ଗୁରୁବାର ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ଦଳ ଓ ରାଜନୈତିକ ଜୀବନରେ ଯାହାବି ଅସନ୍ତୋଷ ରହିଛି ତାହା ଦୂର କରାଯାଇପାରେ ବୋଲି କହିଥିଲେ। ତେବେ ଦଳର କାର୍ଯ୍ୟକ୍ରମରେ ଯୋଗ ନଦେବାର କୌଣସି କାରଣ ନାହିଁ ବୋଲି ତାଙ୍କୁ ବୁଝାଇଥିଲେ। ହୁଏତ ଏହାପରେ ସିଧୁ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ବୋଲି ଏବେ ଆକଳନ କରାଯାଉଛି।

   Related Posts