ଜିଦ୍‌ରୁ ହଟୁ ନାହାନ୍ତି ସିଦ୍ଧୁ! କହିଲେ ଯଦି ଏହା ସମ୍ଭବ ନୁହେଁ ତେବେ ପଞ୍ଜାବରେ ମୋର କାମ କ’ଣ ?

Published By : Prameya-News7 Bureau | October 03, 2021 IST

ଚଣ୍ଡିଗଡ ୩।୧୦:  ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁ ଏବେବି ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ। ରବିବାର ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ୍‌ କରି ନିଜ ସରକାରଙ୍କୁ ସତର୍କ କରାଇଛନ୍ତି। ସେ ୨୦୧୫ ଗୁରୁ ଗ୍ରନ୍ଥ ଶାହିବ ଅବମାନନା ଘଟଣାକୁ ନେଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଘଟଣାରେ ଏବେବି ପୋଲିସ ମହାନିର୍ଦ୍ଦେଶକ ଓ ଆଟର୍ଣ୍ଣି ଜେନେରାଲଙ୍କୁ ପଦରୁ ହଟାଇବା ଜିଦରେ ଅଡି ରହିଛନ୍ତି। ଏ ନେଇ ସେ ରବିବାର ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ଏହା ନ ହେଲେ ପଞ୍ଜାବରେ ତାଙ୍କର ଓ ତାଙ୍କ ସରକାରର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ମାମଲାରେ ନ୍ୟାୟ ଦାବି ଓ ରାଜ୍ୟରେ ନିଶା ସାମଗ୍ରୀର ପ୍ରସାର ରୋକିବା ପ୍ରସଙ୍ଗରେ ଲୋକେ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ଆମକୁ ଭୋଟ ଦେଇଥିଲେ। ରାଜ୍ୟରେ ସରକାର ଗଠନ ହୋଇଥିଲା ହେଲେ ବିଫଳତା ଯୋଗୁ ଶେଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ହଟିଲେ। ହେଲେ ଏବେବି ଏଡିଜି ଓ ଡିଜି ଲୋକଙ୍କୁ କଟାଘାରେ ଚୁନ ପରି ଲାଗୁଛନ୍ତି। ସେମାନଙ୍କୁ ବଦଳାଯିବା ଦରକାର ନଚେତ ମୋର କୌଣସି ଆବଶ୍ୟକତା ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/sherryontopp/status/1444554983169396743","type":"rich","providerNameSlug":"twitter","responsive":true}
https://twitter.com/sherryontopp/status/1444554983169396743
/wp:embed

୨୦୧୫ ମସିହାରେ ଫରିଦକୋଟରେ ଶିଖ ଧାର୍ମିକ ଗ୍ରନ୍ଥ ପ୍ରତି ଅବମାନନା ହୋଇଥିଲା। ଘଟଣାକୁ ନେଇ ଲୋକେ ସଡ଼କକୁ ଓହ୍ଲାଇ ଆସିବାରୁ ପୋଲିସ ଗୁଳିକାଣ୍ଡରେ ୨ ଜଣ ପ୍ରାଣ ହରାଇଥିଲେ। ଏହା ସେହି ପ୍ରସଙ୍ଗମଧ୍ୟରେ ଗୋଟିଏ ଯାହା ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା। ଚଳିତ ସପ୍ତାହ ଆରମ୍ଭରେ ଶିଦ୍ଧୁ ଅଚାନକ ତାଙ୍କ ପଦବୀରୁ ଚୁପଚାପ୍ ଇସ୍ତଫା ଦେଇ ଦେଇଥିଲେ। ଦିନକ ପରେ ସେ ନିରବତା ଭଙ୍ଗ କରି ଡିଜି, ଏଡିଜି ଓ ଦାଗି ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ।

ସେ କହିଥିଲେ ଯେ ଯେ କୌଣସି ବଳିଦାନ ଲାଗି ପ୍ରସ୍ତୁତ ହେଲେ ସିଦ୍ଧାନ୍ତରୁ ହଟିବି ନାହିଁ। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେଲେ ରାଜ୍ୟରେ ଦଳ ଲାଗି ସିଦ୍ଧୁ ନୂଆ ସମସ୍ୟା ଛିଡା କରିଦେଇଛନ୍ତି। ରାଜ୍ୟରେ ଚରଣଜିତ ଚନ୍ନୀଙ୍କ ନେତୃତ୍ୱରେ ନୂଆ ସରକାରଙ୍କ ବିଭାଗ ବଣ୍ଟନକ ଦିନକ ପରେ ସିଦ୍ଧୁ ପଦରୁ ଇସ୍ତଫା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.