ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା : ୨୦୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବନ୍ଦ ହେଲା ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର

Published By : Prameya-News7 Bureau | March 16, 2020 IST

ମୁମ୍ବାଇ ୧୬/୦୩ : କରୋନା ବିପଦ ବର୍ତ୍ତମାନ ଭଗବାନ ଓ ତାଙ୍କ ଭକ୍ତଙ୍କ ମଧ୍ୟରେ ଦୂରତା ବଢ଼ାଇ ଦେଇଛି | କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ପ୍ରସିଦ୍ଧ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି | ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ମନ୍ଦିର ବନ୍ଦ କରିଦିଆଯାଇଛି | ମହାରାଷ୍ଟ୍ରରେ ୩୮ଜଣ କରୋନା ସଂକ୍ରମିତ ହେବାପରେ ମହାରାଷ୍ଟ୍ର ସରକାର ମୁମ୍ବଇ ସ୍ଥିତ ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି |

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ଦିରରେ ଭିଡ କମ କରିବାକୁ ଲୋକଙ୍କୁ ଅପିଲ କରିଥିଲେ | ମନ୍ଦିର ଟ୍ରଷ୍ଟ ଏନେଇ ଏକ ବୈଠକ କରିଥିଲା | ବୈଠକର ନିଷ୍ପତ୍ତି ପରେ ମନ୍ଦିର ବନ୍ଦ କରିଦିଆଯାଇଛି | ବିଶ୍ୱ ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ୧୮୦୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା | ବିଗତ ୨୦୦ ବର୍ଷ ମଧ୍ୟରେ ପ୍ରଥମଥର ମନ୍ଦିର ବନ୍ଦ କରାଯାଇଛି |

କୋଲକାତା ସ୍ଥିତ ରାମକୃଷ୍ଣଙ୍କ ମୁଖ୍ୟ ମଠ ବେଲୁର ମଠରେ ମଧ୍ୟ ସଭା ଆଦି ବନ୍ଦ କରିଦିଆଯାଇଛି | ପ୍ରସାଦ ବଣ୍ଟନରେ ମଧ୍ୟ କଟକଣା ଜାରି କରାଯାଇଛି |

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ନିୟମାବଳୀ ଜାରି କରାଯାଇଛି | ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧି ଆସିବାକୁ ଆଦେଶ ଦିଆଯାଇଛି | ନିଜ ହାତ ଲଗାତାର ଧୋଇବାକୁ ନିର୍ଦେଶ ଦିଆଯାଇଛି |

କରୋନାର ପ୍ରଭାବ କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛି | ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାନି | ପୂଜା ସମୟରେ ହାତ ଧୋଇବା, ମାସ୍କ ଲଗାଇବା ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଛି | ଏଠାରେ ଭଗବାନଙ୍କୁ ମଧ୍ୟ ମାସ୍କ ପିନ୍ଧାଇ ଦିଆଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.