Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶେଷ ଥର ପାଇଁ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିବ ସିଡନାଜ୍ ଯୋଡିକୁ : ଭାଇରାଲ୍ ହେଉଛି ଫଟୋ

11/09/2021 at 9:02 AM

ମୁମ୍ବାଇ ୧୧/୦୯ :  ୪୦ ବର୍ଷୀୟ ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । ହେଲେ ଫ୍ୟାନ୍ସ ଓ ତାଙ୍କ ଫ୍ୟାମିଲି ତାଙ୍କୁ ଏବେ ବି ଝୁରୁଛନ୍ତି । ସିଦ୍ଧାର୍ଥ ‘ବିଗ୍ ବସ୍ ୧୩’ ବିଜେତା ହେବା ପରଠୁ ସଫଳତାର ସିଡି ଚଢ଼ି ଚଢ଼ି ଯାଉଥିଲେ ।, ହେଲେ ଏହି ସଫଳତାକୁ ଉପଭୋଗ କରିବାକୁ ସେ ଆଉ ଏ ଦୁନିଆରେ ନାହିଁନ୍ତି ।

ତେବେ  ସିଦ୍ଧାର୍ଥ ଓ ତାଙ୍କ ଲେଡି ଲଭ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ଆଗାମୀ ଆଲବମ ହାବିଟ୍ (Habit) ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଶେହନାଜଙ୍କ ସହ ଆଉ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ ସିଦ୍ଧାର୍ଥ । ତେବେ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ଏହି ଗୀତ ‘ହାବିଟ୍’ର ଏକ ଅଂଶ ଥିଲା । ଏହି ଯୋଡ଼ି, ଯାହା ଏ ପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ‘ସିଡନାଜ୍’ ଯୋଡ଼ିର ପାଗଳ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଶେଷ ଥର ପାଇଁ ଏକାଠି ଦେଖିବାକୁ ଅନୁରୋଧ କରିଛନ୍ତି ।

ମ୍ୟୁଜିକ୍ ଭିଡିଓର ବିଟିଏସ୍ ପିକ୍ଚର୍ସ ଫଟୋଗ୍ରାଫର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଉଭୟଙ୍କ ଫଟୋ ଶେୟାର ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ପ୍ରଶଂସକମାନେ ମଧ୍ୟ ଏହି ଟ୍ରାକ୍ ରିଲିଜ୍ କରିବାକୁ ଅନୁରୋଧ କରୁଛନ୍ତି । ଏହି ବିଟିଏସ୍ ଫଟୋ ଗୁଡ଼ିକ ସିଦ୍ଧାର୍ଥ ଶୁକ୍ଲା ଓ ଶାହନାଜ ଗିଲ୍ ରୋମାଣ୍ଟିକ ଅନ୍ଦାଜ ଦେଖି ଇମୋସନାଲ ଫ୍ୟାନ୍ସମାନେ ହୋଇପଡ଼ିଛନ୍ତି । ବିଗ ବସ ୧୩’ରେ ସେ ଶେହନାଜଙ୍କ ସହ ରିଲେଶନରେ ଆସିଥିଲେ । ଦୁଇଜଣଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥାଏ । ସବୁବେଳେ ବିନ୍ଦାସ ରହୁଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ଭାଙ୍ଗି ପଡ଼ିଛନ୍ତି ।

   Related Posts