ଶେହନାଜ୍‌ଙ୍କୁ ପରାମର୍ଶ ଦେଲେ ସିଦ୍ଧାର୍ଥଙ୍କ ମାଆ: କହିଲେ ନିଜକୁ ବ୍ୟସ୍ତ ରଖ, ଦୁଃଖକୁ ଭୁଲି ପାରିବ

Published By : Prameya-News7 Bureau | September 16, 2021 IST

ମୁମ୍ବାଇ ୧୬/୦୯ : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍ ହୋଇଥିବା ମୃତ୍ୟୁ ସମସ୍ତଙ୍କୁ ଏକ ପ୍ରକାର ଝଟକା ଦେଇଛି । ଏହି ଘଟଣାରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସମାନେ ଖୁବ ଭାଙ୍ଗି ପଡିଛନ୍ତି । ତେବେ ଏହି ଘଟଣାରେ ଯେଉଁ ଦୁଇଜଣଙ୍କୁ ଅଧିକ ପ୍ରଭାବିତ କରିଛି ସେମାନେ ହେଲେ ସିଦ୍ଧାର୍ଥଙ୍କ ମାଁ ରିତା ଶୁକ୍ଳା ଆଉ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହାନ୍ତି ଶେହନାଜ । ବର୍ତ୍ତମାନ ସେ ଗୋଟେ ପ୍ରକାର ଡିପ୍ରେସନକୁ ଚାଲି ଯାଇଛନ୍ତି ବୋଲି କହିଲେ ଭୁଲ ହେବନି । ଏଭଳି ଏକ ସମୟରେ ଶେହନାଜଙ୍କ ସାଥ ଦେଇଛନ୍ତି  ସିଦ୍ଧାର୍ଥଙ୍କ ମାଁ ରିତା । ଏବେ ସେ ଜଣେ ମାଁ ପରି ହିଁ ସେ ଶେହନାଜଙ୍କ ଦେଖା ଚାହାଁ କରୁଛନ୍ତି ।

ତେବେ ସୂଚନାରୁ ଜଣା ପଡିଛିକି ରିତା ଜମା ବି ଚାହୁଁନାହାନ୍ତିକି ଶେହନାଜ କେବଳ ଆକ୍ଟରଙ୍କ ବିଷୟରେ ହିଁ ଚିନ୍ତା କରନ୍ତୁ ବୋଲି । ତାଙ୍କ ମତରେ ଏମିତି ହେଲେ ସେହନାଜ ହୁଏତ ଡିପ୍ରେସନରେ ଚାଲିଯାଇ ପାରନ୍ତି । ଏହି କାରଣରୁ ହିଁ ପୁଣି ଥରେ ନିଜ କାମକୁ ଫେରିବାକୁ ରିତା ଶେହନାଜଙ୍କୁ ପରାମର୍ଶ ଦେଇଛନ୍ତି । କାମରେ ବ୍ୟସ୍ତ ରହିଲେ ହିଁ ସେ ସମସ୍ତ ଦୁଃଖକୁ ଭୁଲି ପାରିବେ ବୋଲି ରିତା କହିଛନ୍ତି । ଖାଲି ସିଦ୍ଧାର୍ଥଙ୍କ ବିଷୟରେ ଭାବିବା ଛଡ଼ା ଅନ୍ୟ କୌଣସି କାମରେ ସେ ନିଜକୁ ବ୍ୟସ୍ତ ରଖିବା ଉଚିତ ।

ପୂର୍ବରୁ ଏକ ଖବର ଆସିଥିଲାକି ସିଦ୍ଧାର୍ଥଙ୍କୁ ହରେଇ ଠିକରେ ଖିଆପିଆ କରୁନାହାନ୍ତି ଶେହନାଜ । ଆଉ ତାଙ୍କୁ ସମ୍ଭାଳିବା ପାଇଁ ଭାଇ ଶହବାଜ ବି ଆସି ମୁମ୍ବାଇରେ ପହଂଚିଥିଲେ । ସେବେଠାରୁ ହିଁ ସେ ତାଙ୍କ ସାଥିରେ ଅଛନ୍ତି । ସୂଚନାରୁ ଜଣାପଡିଥିଲା କି ଚଳିତ ବର୍ଷ ସିଦ୍ଧାର୍ଥ ଓ ଶେହନାଜ୍‌ ଦୁହେଁ ଡିସେମ୍ବରରେ ବିବାହ କରିବାର ଥିଲା । ଏହା ବ୍ୟତୀତ କୁହାଯାଉଥିଲା କି ଦୁହିଁଙ୍କ ନିର୍ବନ୍ଧ ପୂର୍ବରୁ ସରିଥିଲା । ଆଉ ଦୁହେଁ ବିବାହ ପ୍ରସ୍ତୁତିରେ ଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସ ପେଜରେ ଉଭୟଙ୍କ ଫଟୋ ବି ଖୁବ ଭାଇରଲ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.