ପପୁଙ୍କ ଫିଲ୍ମ ପୋଷ୍ଟର ନେଇ ବିବାଦ : ସିଦ୍ଧାର୍ଥ ମ୍ୟୁଜିକ ରଖିଲା ଏନେଇ ସ୍ପଷ୍ଟୀକରଣ ,ଜାଣନ୍ତୁ

Published By : Prameya-News7 Bureau | August 18, 2019 IST

ଭୁବନେଶ୍ବର ୧୮/୮: ଫିଲ୍ମର ଅରୁଚିକର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସମାଲୋଚନା ହୋଇଥିଲା । ତେବେ ସିଦ୍ଧାର୍ଥ ମ୍ୟୁଜିକ କହିଛି, ଭାଇରାଲ୍ ପୋଷ୍ଟର ସହ ଫିଲ୍ମ ବିଷୟବସ୍ତୁର କୌଣସି ସଂପର୍କ ନାହିଁ । ଫିଲ୍ମରେ ପପୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି  ୭ଜଣଙ୍କୁ ନୁହେଁ । ଏହାସହ ଫିଲ୍ମରେ ପପୁଙ୍କ ଚରିତ୍ର ଜଣେ ସାହାଯ୍ୟକାରୀ ବ୍ୟକ୍ତି ଭାବରେ ଦର୍ଶାଯାଇଛି । ଯେଉଁଥିରେ ସେ ମହିଳାଙ୍କୁ ସମ୍ମାନ କରୁଛନ୍ତି ଏବଂ ସାହାଯ୍ୟ କରୁଛନ୍ତି ।

ତେଣୁ ଏପ୍ରକାର ଭ୍ରାନ୍ତିମୂଳକ ପୋଷ୍ଟର ପ୍ରତି ଧ୍ୟାନ ନଦେବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ସିଦ୍ଧାର୍ଥ ମ୍ୟୁଜିକ । ତେବେ ପ୍ରଶ୍ନ ଉଠୁଛି  ଏପ୍ରକାର ପୋଷ୍ଟର କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରିଛି । ନେଗେଟିଭ୍ କ୍ୟାମ୍ପେନିଂ ଜରିଆରେ ଫିଲ୍ମର ପ୍ରମୋସନ କରିବାକୁ ଉଦ୍ୟମ କରଯାଇଥିଲା କି । ସୋସିଆଲ ମିଡିଆରେ ତୀବ୍ର କଟାକ୍ଷ ପରେ ଫିଲ୍ମର ପ୍ରଡକ୍ସନ ହାଉସ ସାମ୍ନାକୁ ଆସିଛି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.