ରିଲିଜ୍ ହେଲା ଅପକମିଂ ଫିଲ୍ମ ‘ଶେରସାହ’ର ଫାଷ୍ଟ ଲୁକ୍
16/01/2020 at 4:53 PM

ମୁମ୍ବାଇ୧୬|୧: ଆଜି ଡ୍ୟାସିଂ ଅଭିନେତା ସିଦ୍ଧାର୍ଥଙ୍କର ଜନ୍ମଦିନ। ଜନ୍ମଦିନ ଉପଲକ୍ଷେ ତାଙ୍କ ଆଗାମୀ ଫିଲ୍ମର ଲୁକ୍ ସାମ୍ନାକୁ ଆସିଛି। ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ ‘ଶେରସାହ’ର ପ୍ରଥମ ଲୁକ୍ ରିଲିଜ ହୋଇଛି। ଏହି ଫିଲ୍ମଟି ଜୁଲାଇ ମାସ ୩ ତାରିଖରେ ରିଲିଜ ହେବ ବୋଲି କୁହାଯାଉଛି। ସୋସିଆଲ୍ ମିଡିଆରେ ଫିଲ୍ମର ତିନୋଟି ଫଟୋ ସେୟାର ହୋଇଛି।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି କାରଗିଲ୍ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବାୟୋପିକ୍ ହେବ । ଏହି ପୋଷ୍ଟରରେ ସିଦ୍ଧାର୍ଥ ହାତରେ ବନ୍ଧୁକ ଧରି ପାହାଡ ଚଢୁଥିବାର ନଜର ଆସୁଛନ୍ତି । ସିଦ୍ଧାର୍ଥ ଏହି ଫିଲ୍ମରେ ଅଭିନୟ କରିବା ନେଇ ବେଶ ଉତ୍ସାହିତ ଓ ଗର୍ବିତ। ତାଙ୍କୁ ଏଭଳି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି। ସିଦ୍ଧାର୍ଥ ନିଜେ ଏହି ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।