Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ମାଳଦ୍ଵୀପରେ ନୂଆବର୍ଷ ପାଳନ କଲେ ସିଦ୍ଧାର୍ଥ-କିଆରା: ବ୍ୟାକଲେସ୍ ଡ୍ରେସରେ ବୋଲ୍ଡ ଫଟୋ ସେୟାର୍ କଲେ ଅଭିନେତ୍ରୀ

2/01/2021 at 4:25 PM

ମୁମ୍ବାଇ ୦୨/୦୧ : ମାଳଦ୍ଵୀପ ବର୍ତ୍ତମାନ ମିନି ମୁମ୍ବାଇ ଭଳି ନଜର ଆସୁଛି। ମାଳଦ୍ଵୀପରେ ଲଗାତାର ସେଲିବ୍ରିଟି ଛୁଟି ମନାଉଥିବା ଦେଖିବାକୁ ମିଳିଛି। ଅନେକ ସେଲିବ୍ରିଟି ନୂଆବର୍ଷ ପାଳନ କରିବାକୁ ମାଳଦ୍ଵୀପରେ ପହଞ୍ଚିଥିଲେ। ଟାଇଗର ଶ୍ରଫ୍, ଦିଶା ପଟାନି, ହୀନ ଖାନଙ୍କୁ ମଧ୍ୟ ମାଳଦ୍ଵୀପରେ ଦେଖିବାକୁ ମିଳିଥିଲା।

ଏମାନେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଫଟୋ ସେୟାର କରିଥିଲେ। ବଲିଉଡ ଇଣ୍ଡଷ୍ଟ୍ରିର ଆଉ ଜଣେ ଚର୍ଚ୍ଚିତ ଯୋଡି ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଳଦ୍ଵୀପର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ହେଉଛି।

ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଉଭୟ ମାଳଦ୍ଵୀପରେ ଚିଲ କରୁଥିବା ଦେଖିବାକୁ ମିଳିଛି। କିଆରା ଓ ସିଦ୍ଧାର୍ଥ ନୂଆବର୍ଷ ୨୦୨୧କୁ ସ୍ୱାଗତ କରି ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିଛନ୍ତି।

କିଆରା ୱାଟର୍ ସ୍ଲାଇଡ୍ ଏଞ୍ଜଏ କରୁଥିବା ଏକ ଭିଡିଓ ସେୟାର କରିଛନ୍ତି। ତେବେ ଖାସ୍ କଥା ହେଲା, ଏହି ୱାଟର୍ ସ୍ଲାଇଡ୍ ର ଫଟୋ ସିଦ୍ଧାର୍ଥ ପୂର୍ବରୁ ହିଁ ସେୟାର କରିସାରିଥିଲେ।

https://www.instagram.com/p/CJbDjdQnT-t/?utm_source=ig_embed

ଫଳରେ ପ୍ରଶଂସକ ଅନ୍ଦାଜା ଲଗାଇଛନ୍ତି ଯେ ଉଭୟ ମିଶି ମାଳଦ୍ଵୀପରେ ଛୁଟି ମନାଉଛନ୍ତି ଏବଂ ନୂଆବର୍ଷ ମଧ୍ୟ ମିଶିକି ପାଳନ କରିଛନ୍ତି। ମାଳଦ୍ଵୀପରୁ କିଆରାଙ୍କ ଆଉ କିଛି ଫଟୋକୁ ନେଇ ଚର୍ଚ୍ଚା ହୋଇଛି। ଏହି ଫଟୋରେ କିଆରା ବ୍ୟାକଲେସ ଡ୍ରେସରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। କିଆରାଙ୍କ ଏଇ ହଟ ଲୁକ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି।

   Related Posts