କଙ୍ଗନାଙ୍କ ପ୍ରତିକ୍ରିୟାରେ ଜବାବ ରଖିଲେ ସିଦ୍ଧାନ୍ତ: କହିଲେ, ସେମାନଙ୍କ ନାଁ କୁହନ୍ତୁ, ଏମିତିରେ ବି 'ମୁଁ ସୁଟିଂ ସେଟ୍‌ରେ ଡ୍ରିଙ୍କ୍ କରିବାକୁ ଅନୁମତି ଦିଏ ନାହିଁ'

Published By : Prameya-News7 Bureau | September 01, 2020 IST

ଭୁବନେଶ୍ବର୧/୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରାଣଓ୍ବତ ଓଡିଶା ସଂପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ରେଭ୍‌ ପାର୍ଟିରେ ଓଡିଶାର ଖଣି ବେପାରୀ, ଡ୍ରଗ୍ସ ମାଫିଆ ଏବଂ ବଡ ବଡ଼ ବିଲଡର୍ କଳା ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଏହି ପ୍ରସଙ୍ଗରେ ଓଲିଉଡ୍‌ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡିଶା ମୋର ରାଜ୍ୟ। ଯଦି କଙ୍ଗନା କହୁଛନ୍ତି, ତେବେ ତାହା ତଦନ୍ତ ହେବା ଆବଶ୍ୟକ। ଏମିତି କହି ଦେଲେ ହେବ ନାହିଁ, କେଉଁମାନେ ରେଭ୍‌ ପାର୍ଟିରେ ଟଙ୍କା ଖର୍ଚ୍ଚ କରୁଥିଲେ, ସେମାନଙ୍କ  ନାଁ କୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯେହେତୁ ମୁଁ ଫିଲ୍ମ ଇଣ୍ଡ୍ରିଜ୍ ସହ ଜଡିତ, ମୋ ସୁଟିଂ ସେଟରେ ଡ୍ରିଙ୍କ୍ କରିବାକୁ କାହାକୁ ମୁଁ ଅନୁମିତି ଦିଏ ନାହିଁ। ଦେଖନ୍ତୁ କଣ କହୁଛନ୍ତି....

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.