Wednesday, January 22, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳନେତା ପଦରୁ ସିଦ୍ଧରମୈୟାଙ୍କ ଇସ୍ତଫା

ବେଙ୍ଗାଲୁରୁ ୯।୧୨ : କର୍ଣ୍ଣାଟକ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଯୋଗୁ ବିଧାୟକ ଦଳ ନେତା ପଦରୁ ସିଦ୍ଧ ରମୈୟା ସୋମବାର ଇସ୍ତଫା ଦେଇଛନ୍ତି। ଦଳର ଏପରି ପରାଜୟ ଲାଗି ସେ ନିଜକୁ ଦାୟି କରି ଏଭଳି ପଦକ୍ଷେପ ନେଇଛନ୍ତି। ମୋଟ ୧୫ଟି ଆସନ ନିମନ୍ତେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରୁ ୧୨ଟିରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୨ଟି ଆସନ।

ଗତ ସାଧାରଣ ନିର୍ବାଚନରେ ଯେଉଁ ଆସନଗୁଡିକ କଂଗ୍ରେସର ଥିଲା ଉପନିର୍ବାଚନରେ ସେହି ସବୁ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହେବା କଂଗ୍ରେସ ଲାଗି ରାଜ୍ୟରେ ବଡ ଝଟକା ସାବ୍ୟସ୍ତ ହୋଇଛି। ଏଣୁ ସିଦ୍ଧ ରମୈୟା ତାଙ୍କର ଇସ୍ତଫା ଘୋଷଣା କରିବା ସହ ‘ବିଧାୟକ ଦଳ ନେତା ହୋଇଥିବା ଯୋଗୁ ଜନାଦେଶକୁ ସମ୍ମାନ ଜଣାଉଛି’ ବୋଲି କହିଛନ୍ତି।

ସିଦ୍ଧ ରମୈୟା ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ୫ ବର୍ଷ ଧରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ତେବେ ଗତ ସାଧାରଣ ନିର୍ବାଚନରେ ପାର୍ଟି ବହୁମତ ହାସଲକରିବାରେ ବିଫଳ ହେବା ଯୋଗୁ ତାଙ୍କୁ ବିଧାୟକ ଦଳ ନେତା ମନୋନୟନ କରାଯାଇଥିଲା। ହେଲେ ଉପନିର୍ବାଚନରେ ଦଳ ହାରିଯାଇଥିବାରୁ ସେ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି।

384 Views

   ସମ୍ବନ୍ଧିତ ଖବର


Loading...