Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁନ୍ଦର ଶରୀର ପାଇଁ ଆପଣ ବି କରୁନାହାନ୍ତି ତ ଏହିସବୁ ଭୁଲ ? ହୋଇଯାଆନ୍ତୁ ସାବଧାନ

13/02/2019 at 1:39 PM

ଭୁବନେଶ୍ୱର ୧୩/୨ : ଯୁବପିଢ଼ି ମଧ୍ୟରେ ବଡି ବିଲଡିଂ କ୍ରେଯ ଦିନକୁ ଦିନ ବଢ଼ିବାରେ ଚାଲିଛି | ବଡି ବିଲଡିଂ ପାଇଁ ଆଜିକାଲି ଯୁବକମାନେ ଷ୍ଟେରଏଡ ବ୍ୟବହାର କରୁଛନ୍ତି | ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ କମ ବ୍ୟାୟାମ କରି ଅଳ୍ପ ସମୟ ମଧ୍ୟରେ ସୁନ୍ଦର ଶରୀର ଗଠିତ ହୋଇଥାଏ | କିନ୍ତୁ ଏହାର ଅଧିକ ବ୍ୟବହାର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ | ଅଧିକ ଷ୍ଟେରଏଡ଼ର ବ୍ୟବହାର କଲେ ହର୍ମୋନ ଏପଟ ସେପଟ ହେବାସହ ହୃଦୟ, କିଡ଼ନୀ ଏବଂ ଲିଭର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ | ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ ଶରୀର ୫ଟି ଅଙ୍ଗ ଉପରେ ପ୍ରଭାବ ପଡିଥାଏ | ଯାହାଫଳରେ ମଣିଷର ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି | ଯେଉଁଥିପାଇଁ ଡାକ୍ତର ମଧ୍ୟ ଷ୍ଟେରଏଡ଼ର ବ୍ୟବହାର କରିବା ପାଇଁ ମନା କରିଥାନ୍ତି |


୧. ହର୍ମୋନ ଉପରେ ପ୍ରଭାବ :
ଷ୍ଟେରଏଡ଼ର ଯୋଗୁଁ ହର୍ମୋନ ପରିବର୍ତନ ହୋଇଥାଏ | ଷ୍ଟେରଏଡ଼ର ବ୍ୟବହାର ଯୋଗୁଁ ପୁରୁଷମାନଙ୍କ ଶକ୍ତି ଧୀରେ ଧୀରେ କମି ଯାଇଥାଏ | ସେମାନେ ବହୁତ ଶୀଘ୍ର ହାଲିଆ ହୋଇଯାଇଥାନ୍ତି | ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତନ ଦେଖା ଦେଇଥାଏ | ଷ୍ଟେରଏଡ଼ ବ୍ୟବହାର ପରେ ମହିଳାଙ୍କ ସ୍ୱର ମୋଟା ହୋଇଯାଇଥାଏ | ଏହାଛଡା ଶରୀରରେ ପୁରୁଷଙ୍କ ଭଳିଆ ଚୁଟି ଉଠିଥାଏ |


୨. ଶାରୀରିକ ପରିବର୍ତନ :
କମ ବୟସରେ ଷ୍ଟେରଏଡ଼ ବ୍ୟବହାର କଲେ ବୟସ ଅନୁସାରେ ଉଚ୍ଚତା ବଢ଼ିନଥାଏ | ସ୍ନାୟୁ ରୋଗ, ହାଡରେ ରୋଗ ଆଦି ଦେଖା ଦେଇଥାଏ |


୩. ହୃଦୟ ଉପରେ ପ୍ରଭାବ :
ଷ୍ଟେରଏଡ଼ ବ୍ୟବହାର ପରେ ଭଲ ମେଦ କମିଯାଇଥାଏ ଏବଂ ଶରୀରକୁ କ୍ଷତି ପହଞ୍ଚାଉଥିବା ମେଦ ବଢ଼ିଯାଇଥାଏ | ଶିରା ପ୍ରଶିରା ସଂକୁଚିତ ହୋଇଯିବା, ହୃଦଘାତ, ଲିଭର ଖରାପ ହୋଇଯିବା ଭଳି ସମସ୍ୟା ଦେଖା ଦେଇଥାଏ | ବିଶେଷଜ୍ଞଙ୍କ ମତରେ ଷ୍ଟେରଏଡ଼ କ୍ୟାନସର, ଟ୍ୟୁମର, ରକ୍ତ ଗଣ୍ଠି, ଜଣ୍ଡିସ, ଲିଭର ଡ୍ୟାମେଜ ଭଳି ସମସ୍ୟା ସୃଷ୍ଟି କରିଥାଏ |


୪. ଚର୍ମ ରୋଗ :
ଷ୍ଟେରଏଡ଼ ବ୍ୟବହାର ଯୋଗୁଁ ମୁହଁରେ ବ୍ରଣ, ଶରୀରର ଅନେକ ଅଙ୍ଗରେ ନାଲି ନାଲି ଦାନା ହେବା, ମୁଣ୍ଡ ତେଲିଆ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ |


୫. ଯୁବପିଢ଼ିଙ୍କ ସର୍ଟକଟ ଜୀବନଶୈଳୀ :
ଯୁବପିଢ଼ିଙ୍କ ଖାଇବା ପିଇବା ଅଭ୍ୟାସ ଯୋଗୁଁ ଜୀବନ ଆଜିକାଲି ସମୟରେ ୫୦ ରୁ ୬୦ ବର୍ଷରେ ହିଁ ସୀମିତ ହୋଇ ରହିଯାଇଛି | ଯେଉଁମାନଙ୍କୁ ଖାଦ୍ୟରେ ଭିଟାମିନ ପ୍ରୋଟିନ ଆଦି ମିଳୁନାହିଁ ତାଙ୍କ ପାଇଁ ଷ୍ଟେରଏଡ଼ ଉପଯୁକ୍ତ | ଷ୍ଟେରଏଡ଼ ଆଜିକାଲି ଜିମ ସଂଚାଳକଙ୍କ ଆୟର ଏକ ପନ୍ଥା ହୋଇଗଲାଣି | ଯୁବପିଢ଼ିଙ୍କ ଉପରେ ଏହାର କ’ଣ ପ୍ରଭାବ ପଡିବ ତା’ସହ ଜିମ ସଂଚାଳକଙ୍କ କିଛି ଯାଏଆସେ ନାହିଁ |


ଜଣେ ଫିଲ୍ମ ଅଭିନେତାଙ୍କ ପ୍ରଶିକ୍ଷକ କହିଛନ୍ତି ଯେ, ସାଧାରଣ ଭାବେ ଦେଶୀ ଖାଇବା ଖାଇ ୧ ଇଞ୍ଚ ବଢିବା ପାଇଁ ୮ ମାସ ସମୟ ଲାଗିଥାଏ | କିନ୍ତୁ ଷ୍ଟେରଏଡ଼ ବ୍ୟବହାର ପରେ ମାସେ ରୁ ଦେଢ଼ ମାସରେ ୧ ଇଂଚ ବଢ଼ିଯାଇଥାଏ | ସେ କହିଛନ୍ତି ଯେ, ବଜାରରେ ନକଲି ଷ୍ଟେରଏଡ଼ ବିକ୍ରି ହେଉଛି | ଯାହା ଶରୀର ପାଇଁ ବହୁତ କ୍ଷତିକାରକ |

   Related Posts