ଅଧିକ ଟମାଟୋ ଶସ୍ ଖାଉଛନ୍ତି କି? : ତେବେ ହୋଇଯାଆନ୍ତୁ ସାବଧାନ,ହୋଇପାରେ ଏହି ରୋଗ

Published By : Prameya-News7 Bureau | March 18, 2019 IST

ଆଜିକାଲି ଟମାଟୋ ଶସ୍ ଆମ ନିତିଦିନିଆ ଡାୟେଟରେ ସାମିଲ ହୋଇଗଲାଣି। ଛୁଆଙ୍କୁ ଏହା ଅଧିକ ପସନ୍ଦ। ପାସ୍ତା ହୋଇଥାଉ କିମ୍ବା ପରଟା,ମ୍ୟାଗି କିମ୍ବା ଆମଲେଟ୍, ଛୁଆଠୁ ଆରମ୍ଭ କରି ବଡ଼ମାନେ ଏହାକୁ ଅତ୍ୟନ୍ତ ପସନ୍ଦ କରିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଟମାଟୋ ଶସ୍ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ?

{"id":94788,"width":594,"height":424}

ଟମାଟୋ ଶସରେ କେମିକାଲ୍ସ ବ୍ୟତୀତ ପ୍ରିଜରଭେଟିବ୍ସର ବ୍ୟବହାର ହୋଇଥାଏ ଯାହା ଦ୍ବାରା ମେଦବହୁଳତା ଏବଂ ମଧୁମେହ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଘରେ ଟମାଟୋ ଶସ୍ ପ୍ରସ୍ତୁତ କରି ଖାଇବା ସବୁଠୁ ଭଲ ଉପାୟ ହୋଇଥାଏ।

{"id":94789,"width":595,"height":446}

ଟମାଟୋ ଶସରେ ଡିଷ୍ଟିଲ୍ଡ ଭିନେଗାର ଏବଂ ଫ୍ରକ୍ଟୋଜ ସୁଗାର ଅତ୍ୟଧିକ ମାତ୍ରାରେ ରହିଥାଏ। ଏହା ବ୍ୟତୀତ ରେଗୁଲାର କର୍ଣ୍ଣ ସିରପ୍ ଏବଂ ଓନିଓନ ପାଉଡର ଥାଏ। ଏହା ଜିଏମଓ କର୍ଣ୍ଣରେ ପ୍ରସ୍ତୁତ ହୋଇଥାଏ ଯେଉଁଥିରେ କେମିକାଲ୍ସ ଏବଂ ପେଷ୍ଟିସାଇଡସର ଅତ୍ୟଧିକ ବ୍ୟବହାର ହୋଇଥାଏ। ଏଥିପାଇଁ ଶସ୍ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ।

{"id":94790,"width":591,"height":332}

ଟମାଟୋ ଶସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟୋକୁ ଫୁଟାଇ ମଞ୍ଜି ଏବଂ ଚମଡ଼ାକୁ ବାହାର କରାଯାଏ। ଏହାପରେ ପୁଣି ଥରେ ଏହାକୁ ରୋଷେଇ କରାଯାଏ। ଏହା ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିଥାଏ ଯାହା ଦ୍ବାରା ଏଥିରେ ଥିବା ପୋଷକ ତତ୍ତ୍ବ କମିଯାଇଥାଏ।

{"id":94791,"width":593,"height":332}

ଟମାଟୋ ଶସରେ ପ୍ରୋଟିନ,ଫାଇବର କି ମିନେରାଲ୍ସ ନଥାଏ। ବରଂ ଏଥିରେ ସୋଡ଼ିୟମ୍ ଏବଂ ସୁଗାରର ମାତ୍ରା ଅଧିକ ମାତ୍ରାରେ ରହିଥାଏ। ଏହା ଦ୍ବାରା ବୃକକ୍ ପ୍ରତି କ୍ଷତିକାରକ ପ୍ରଭାବ ପଡ଼ିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଅନୁପଯୋଗୀ ଅଟେ।

{"id":94792,"width":594,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.