Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଚା’ ପିଇବାବେଳେ ଏହି ସବୁ ଭୁଲ୍ କରୁଛନ୍ତି କି? ଧୀରେ ଧୀରେ ଏହି ସବୁ ଅଙ୍ଗ ହୋଇଯିବ ଅକାମୀ

14/09/2019 at 12:17 PM

କେବଳ ଭାରତ ନୁହେଁ ବରଂ ଦେଶ ସାରା ଚା’ପ୍ରେମୀଙ୍କ ଅଭାବ ନାହିଁ। ସକାଳେ କିମ୍ବା ଅଫିସରେ କାମ କରୁଥିବାବେଳେ ଚା’ ପିଇଲେ ଫୂର୍ତ୍ତି ଅନୁଭବ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଚା’ ପିଇଲେ ଯେତିକି ଲାଭ ହୋଇଥାଏ ତା’ଠାରୁ କ୍ଷତି ଅଧିକ ହୋଇଥାଏ। ଚା’ ପିଇବା ଏବଂ କରିବାବେଳେ ଲୋ​କେ କେତେକ ଭୁଲ୍ କରି ବସନ୍ତି ଯାହା ଧୀରେ ଧୀରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ଚା’କୁ କମ୍ ଫୁଟାଇବା ଖରାପ ଏବଂ ଚା’କୁ ଅଧିକ ଫୁଟାଇବା ମଧ୍ୟ ଖରାପ ଅଟେ। ଏହାକୁ ଅଧିକ ସମୟ ଫୁଟାଇବା ଦ୍ବାରା ଏଥିରେ ଟ୍ୟାନିନ ନାମକ ରାସାୟନିକ ତରଳ ପଦାର୍ଥ ବାହାରିଥାଏ ଯାହା ପେଟ ସମସ୍ୟାର କାରଣ ହୋଇଥାଏ। ସେହିଭଳି କେତେକ ଲୋକ ଦିନରେ ଅତି କମରେ ୪ରୁ ୫କପ୍ ଚା’ ପିଇଥାଆନ୍ତି। ଏପରି କରିବା ଦ୍ବାରା ଆପଣଙ୍କ ଶରୀରର କେତେକ ଅଙ୍ଗ ପ୍ରତ୍ୟେଙ୍ଗକୁ କ୍ଷତି ପହଞ୍ଚିଥାଏ।

୧. ଭୁଲରେ ଖାଲି ପେଟରେ ଚା’ ପିଅନ୍ତୁ ନାହିଁ : ସକାଳେ ଉଠିବାମାତ୍ରେ କେବେବି ଖାଲି ପେଟରେ ଚା’ ପିଇବା ଅନୁଚିତ୍। ଏପରି କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ଅମ୍ଳପିତ୍ତ ଏବଂ କ୍ୟାନସର ଭଳି ଗମ୍ଭୀର ରୋଗ ହୋଇପାରେ। କେବଳ ଏତିକି ନୁହେଁ,ଅଧିକ ଚା’ ପିଇବା ଦ୍ବାରା ବୟସ ଆଧିକ୍ୟ ପ୍ରଭାବ ମଧ୍ୟ ପଡ଼ିଥାଏ। ଯାହା ଫଳରେ କମ୍ ବୟସରେ ଆପଣ ବୟସ୍କ ଦେଖାଯାଇଥାଆନ୍ତି। ସେଥିପାଇଁ ସକାଳେ ଆପଣ ଯଦି ଚା’ ପିଉଛନ୍ତି ତେବେ ଖାଲି ପେଟରେ ଚା’ ନ ପିଇ ପାଣି କିମ୍ବା ବିସ୍କୁଟ ସହ ଚା’ ପିଅନ୍ତୁ।

୨. ଖାଇବାର ତୁରନ୍ତ ପରେ ଚା’ ପିଅନ୍ତୁ ନାହିଁ : ଖାଇବା ପରେ ଭୁଲରେ ତୁରନ୍ତ ଚା’ ପିଅନ୍ତୁ ନାହିଁ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ଆପଣ ଖାଇବାବେଳେ ଖାଦ୍ୟରେ ଯେଉଁ ପୋଷକ ତତ୍ତ୍ବ ରହିଥାଏ ତାହା ଆମ ଶରୀରକୁ ଅବଶୋଷିତ କରିବାକୁ ଅଳ୍ପ ସମୟ ନେଇଥାଏ,କିନ୍ତୁ ଯଦି ଆପଣ ଖାଇବାର ତୁରନ୍ତ ପରେ ଚା’ ପିଉଛନ୍ତି, ତେବେ ଆପଣଙ୍କ ଖାଦ୍ୟର ପୋଷକ ତତ୍ତ୍ବ ଅବଶୋଷିତ ହୋଇପାରେ ନାହିଁ। ଏହା ଫଳରେ ଆପଣଙ୍କ ଶରୀରକୁ ପୋଷକ ମିଳିପାରେ ନାହିଁ। ଏପରି ପରିସ୍ଥିତିରେ ଆପଣଙ୍କୁ ମଧୁମେହ ଭଳି ରୋଗ ହେବାର ସମ୍ଭାବନା ରହିଥାଏ।

୩. କଡ଼ା ଚା’ ପିଅନ୍ତୁ ନାହିଁ : ଅନେକ ଲୋକ କଡ଼ା ଚା’ ପିଇବାକୁ ଭଲ ପାଇଥାଆନ୍ତି। କିନ୍ତୁ ସେମାନଙ୍କୁ ଜଣା ନଥାଏ ଚା’କୁ ଅଧିକ ଫୁଟାଇ ପିଇବା ଦ୍ବାରା  ତାଙ୍କୁ କି କି ପରିଣାମ ଭୋଗିବାକୁ ପଡ଼ିଥାଏ। ଥରେ ଚା’ ଗରମ ହେବା ପରେ ପୁଣି ଥରେ ଏହାକୁ ଫୁଟାନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କୁ ଅମ୍ଳପିତ୍ତ ହେବାର ଆଶଙ୍କା ଥାଏ।

୪. ଚା’ରେ ଅଧିକ ମସଲା ମିଶାନ୍ତୁ ନାହିଁ : ଅନେକ ଥର ଲୋକେ ଚା’ରେ ଗୋଲମରିଚ,ଶୁଣ୍ଠି,ତୁଳସୀ,ପିପର ମିଣ୍ଟ,ଜାଇଫଳ ଆଦି ମିଶାଇ ଚା’ ପ୍ରସ୍ତୁତ କରିଥାଆନ୍ତି। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଚା’ରେ ଥିବା କ୍ୟାଫିନ୍ ଏହି ସବୁ ମସଲାର ଔଷଧୀୟ ଗୁଣକୁ ନଷ୍ଟ କରି ଦେଇଥାଏ ଯାହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ।

   Related Posts