Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର

18/05/2021 at 8:22 AM

ନୂଆଦିଲ୍ଲୀ, ୧୮/୦୫ : ଭାକସିନ୍ ନେବା ପରେ କିଛି ବ୍ୟକ୍ତି ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରୁଛନ୍ତି । ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା କିଛି ବ୍ୟକ୍ତିଙ୍କଠାରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦେଖାଦେଇଥିଲା । ଭାରତରେ କୋଭିସିଲ୍ଡ ଟିକାକୁ ନେଇ ମଧ୍ୟ ଅନେକଙ୍କ ମନରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଦ୍ୱନ୍ଦ୍ୱ ରହିଛି । ଏହାମଧ୍ୟରେ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ୱାସ୍ଥ୍ୟ କର୍ମୀ ଓ ଭାକସିନ୍ ନେଇଥିବା ବ୍ୟକ୍ତିଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆଡଭାଇଜାରୀ ଜାରି କରିଛି । ଏଥିରେ ୨୦ ଦିନ ମଧ୍ୟରେ ବ୍ଲଡ୍ କ୍ଲଟସ୍ ଲକ୍ଷଣ ଚିହ୍ନଟ କରିବାକୁ କୁହାଯାଇଛି ।ଯଦି କୌଣସି ଗୁରୁତର ଲକ୍ଷଣ ଦେଖାଯାଏ ତେବେ ଟିକାକରଣ କେନ୍ଦ୍ରରେ ଅଭିଯୋଗ କରିବାକୁ ମଧ୍ୟ ଅବଗତ କରାଯାଇଛି ।

ଆଡଭାଇଜାରୀରେ କୁହାଯାଇଛି ଯେ, କୋଭିସିଲ୍ଡ ନେବା ପରେ ଯଦି ଜୋରରେ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା, ଶରୀରରେ ପୀଡା, ବାନ୍ତି, ପେଟ କାଟିବା ଓ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ହୁଏ ତେବେ ଟିକାକରଣ କେନ୍ଦ୍ରରେ ଅଭିଯୋଗ କରିବାକୁ ହେବ । ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଲାଲ୍ ଦାଗ ଦେଖାଗଲେ ତାକୁ ଚିହ୍ନଟ କରିବାକୁ ହେବ । ମାଇଗ୍ରେନ୍ ସମସ୍ୟା ନଥିଲେ ଯଦି ମୁଣ୍ଡବିନ୍ଧା ଓ ବାନ୍ତି ହୁଏ ତେବେ ଏହା ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଅଟେ ।

ଏତତ୍ ବ୍ୟତୀତ ଟିକା ଲଗାଇବା ପରେ କୌଣସି ଅଙ୍ଗ କାମ ନକଲେ, ଆଖିରେ ପୀଡା, ଧୂଆଁ ଧୂଆଁ ଦେଖାଯିବ, ମାନସିକ ଅବସାଦ ଦେଖାଗଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ।ଏହି ସବୁ ଲକ୍ଷଣ ବାବଦରେ ଟିକାକରଣ କେନ୍ଦ୍ରରେ ଥିବା ଡାକ୍ତରଙ୍କୁ ଅବଗତ କରାଇବା ଜରୁରୀ ।

ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଗଠିତ କମିଟି କହିଛି ଯେ, ଭାରତରେ ବହୁତ କମ୍ ବ୍ଲଡ୍ କ୍ଲଟ୍ ସମସ୍ୟା କୋଭିସିଲ୍ଡ ସହ ଜଡିତ । ପ୍ରତି ୧୦ ଲକ୍ଷ ଡୋଜରେ ବ୍ଲଡ୍ କ୍ଲଟ୍ ସମସ୍ୟା ୦.୬୧ ପ୍ରତିଶତ । ବ୍ରିଟେନ ଅନୁସାରେ ଭାରତରେ ବ୍ଲଡ୍ କ୍ଲଟ୍ ସମସ୍ୟା ବହୁତ କମ୍ । ତେବେ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନରେ ଏହି ସମସ୍ୟା ଏବେସୁଦ୍ଧା ଦେଖିବାକୁ ମିଳିନାହିଁ । ରିପୋର୍ଟ ଅନୁସାରେ, ଭାକସିନ୍ ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଓ ମୃତ୍ୟୁ ମାମଲା ସଂଖ୍ୟା ହେଉଛି ୬୧୭ । ମାର୍ଚ୍ଚ ୨୯ ସୁଦ୍ଧା ଦେଶରେ ଟିକାକରଣ ପରେ ୧୮୦ଟି ମୃତ୍ୟୁ ମାମଲା ଆସିଛି ।

ସୂଚନାଯୋଗ୍ୟ, କୋଭିସିଲ୍ଡର ଭାଇରସ ବିରୋଧରେ ପ୍ରଭାବ କ୍ଷମତା ହେଉଛି ୭୦ ପ୍ରତିଶତ । ଗୋଟିଏ ମାସ ପରେ ଦ୍ୱିତୀୟ ଡୋଜ୍ ନେଲେ ଏହି କ୍ଷମତା ୯୦ ପ୍ରତିଶତକୁ ବୃଦ୍ଧି ପାଇଥାଏ । ଏହି ଭାକସିନ୍ ନେବା ପରେ କରୋନା ଲକ୍ଷଣରୁ ମୁକ୍ତି ମିଳିବା ସହ ସଂକ୍ରମିତ ହେଲେ ଆକ୍ରାନ୍ତ ଦ୍ରୁତ ଆରୋଗ୍ୟ ଲାଭ କରନ୍ତି ।

   Related Posts