ଯୁବତୀଙ୍କ ସାମ୍ନାରେ ପେଟ୍ରୋଲ ଢ଼ାଳି ନିଜକୁ ଜାଳିଲା ଏକତରଫା ପ୍ରେମିକ, ହସ୍ପିଟାଲରେ ଗଲା ଜୀବନ

Published By : Prameya-News7 Bureau | April 07, 2021 IST

ବରେଲି ୭/୪:  ଏକତରଫା ପ୍ରେମର କରୁଣ ପରିଣତି।  ଭଲ ପାଇବା ଦେଖାଇବାକୁ ଯାଇ ପ୍ରେମିକା ସାମ୍ନାରେ ନିଜକୁ ପେଟ୍ରୋଲ ଢ଼ାଳି ଜାଳିଦେଲେ ଯୁବକ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାରେ ଛାନଭିନ୍‌ ଆରମ୍ଭ କରିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲା ବହେଡି ଥାନା ଅଞ୍ଚଳର ଯୁବକ  ଆକାଶ ଅନ୍ୟ ଏକ ସଂପ୍ରଦାୟର ଯୁବତୀଙ୍କୁ  ଏକତରଫା ପ୍ରେକ କରୁଥିଲେ।

କିନ୍ତୁ ଆକାଶ ବିବାହିତ ଥିବା ଜଣାପଡ଼ିଛି। ୨୨ ବର୍ଷୀୟ ଆକାଶଙ୍କ ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକେ  ଜାଣିପାରିଥିଲେ। ଏହା ପରେ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର ଜୋଖନପୁରକୁ ପଠାଇଦେଇଥିଲେ ପରିବାର ଲୋକେ। ଏନେଇ ଜଣାପଡ଼ିବା ପରେ ଆକାଶ ଜୋଖନପୁରର ଯୁବତୀଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଯାଇଥିଲେ।

ସେଠାରେ ପହଞ୍ଚି  ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଆକାଶ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କ ଶରୀରରୁ ନିଆଁ ଲଭାଇବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆକାଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ବୁଧବାର ଆକାଶଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.