Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସାବଧାନ ! ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ସେବନ କରୁଛନ୍ତି କି ଏହି ୩ଟି ଜିନିଷ ? ପଡିପାରେ ବିପରୀତ ପ୍ରଭାବ

15/07/2020 at 3:11 PM

ନୂଆଦିଲ୍ଲୀ ୧୫/୦୭ : କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ପ୍ରତିରୋଧକ କ୍ଷମତା ମଜବୁତ କରାଯାଇପାରେ | ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଖାଦ୍ୟ-ପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ | ସେଥିପାଇଁ ଡାଏଟରେ ପ୍ରତିରୋଧକ କ୍ଷମତା ବର୍ଦ୍ଧକ ଜିନିଷ ସାମିଲ କରିବା ଉଚିତ | ପ୍ରତିରୋଧକ ବଢାଇବା ପାଇଁ ଲୋକେ କାଢ଼ା, ହଳଦୀ ମିଶା କ୍ଷୀର, ଲେମ୍ବୁ ପାଣି ଆଦି ସେବନ କରୁଛନ୍ତି | ଏହିସବୁ ସେବନ କରି ଇମ୍ୟୁନ ସିଷ୍ଟମ ମଜବୁତ କରାଯାଇପାରେ | କିନ୍ତୁ ଅଧିକ ମାତ୍ରାରେ ଏସବୁ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ |

ଏହିସବୁ ସେବନ କରିବା ସମୟରେ କିଛି ବିଶେଷ ଜିନିଷ ଉପରେ ଦୃଷ୍ଟି ଦିଅନ୍ତୁ :

କାଢ଼ା – କାଢ଼ା ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ | କାଢ଼ା ପିଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ | କିନ୍ତୁ ଅଧିକ ମାତ୍ରାରେ କାଢ଼ା ପିଇବା ଦ୍ୱାରା ଶ୍ୱାସ ଉପରେ ବିପରୀତ ପ୍ରଭାବ ପଡିଥାଏ | ଅଧିକ ମାତ୍ରାରେ କାଢ଼ା ପିଇବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖାଦେଇଥାଏ, ଯେପରିକି ପେଟ ସମ୍ବନ୍ଧୀୟ ସମସ୍ୟା, ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଆଦି

ଅନେକ ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରତିଦିନ କାଢ଼ା ପିଇବା ଅନୁଚିତ | ଦିନେ ଛାଡି ଦିନେ କାଢ଼ା ପିଇ ପାରିବେ | ଯଦି ଆପଣ ବହୁତ ଦିନ ଧରି କାଢ଼ା ପିଉଛନ୍ତି ତାହେଲେ କିଛି ଦିନ ପାଇଁ ଏହାକୁ ପିଇବା ବନ୍ଦ କରିଦିଅନ୍ତୁ | ସପ୍ତାହକୁ ୨ରୁ ୩ଥର କିମ୍ବା ଦିନେ ଛାଡି ଦିନେ କାଢ଼ା ପିଇବା ଉଚିତ |

ହଳଦୀ କ୍ଷୀର – ହଳଦୀ ମିଶା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଏହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ | କିନ୍ତୁ ଅଧିକ ମାତ୍ରାରେ ହଳଦୀ କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ | ବର୍ତ୍ତମାନ କରୋନା ସଙ୍କଟ ସମୟରେ ଅନେକ ଲୋକ ରାତିରେ ଶୋଇବା ସମୟରେ ହଳଦୀ କ୍ଷୀର ପିଉଛନ୍ତି | ଯଦି ଆପଣ ମଧ୍ୟ ହଳଦୀ କ୍ଷୀର ସେବନ କରୁଛନ୍ତି ତାହେଲେ କ୍ଷୀରରେ ହଳଦୀର ମାତ୍ରା ବହୁତ କମ ରଖିବା ଉଚିତ | କ୍ଷୀରରେ ହଳଦୀ ମାତ୍ରା ଅଧିକ ରଖିଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ |

ଲେମ୍ବୁ ପାଣି – ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଏହାର ଅନେକ ଗୁଣ ରହିଛି | ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଓଜନ ମଧ୍ୟ କମିଥାଏ | ଲେମ୍ବୁ ବହୁ ମାତ୍ରାରେ ଭିଟାମିନ-ସି ରହିଛି | ଭିଟାମିନ-ସି ପ୍ରତିରୋଧକ କ୍ଷମତା ମଜବୁତ କରିବାରେ ସାହାଯ୍ୟ କରିଥାଏ | ବିଶେଷଜ୍ଞଙ୍କ ଅନୁସାରେ ଦିନକୁ ଦୁଇଥର ଲେମ୍ବୁ ପାଣି ପିଇ ପାରିବେ | ଅଧିକ ମାତ୍ରାରେ ଲେମ୍ବୁ ପାଣି ସେବନ କଲେ ଶରୀରର କ୍ଷାରୀୟତା ହ୍ରାସ ପାଇଥାଏ |

କେଉଁମାନେ ଲେମ୍ବୁ ପାଣି ସେବନ କରିବା ଅନୁଚିତ : ଯେଉଁମାନଙ୍କର ଗ୍ୟାସ ସମସ୍ୟା କିମ୍ବା ଏସିଡ଼ିଟି ସମସ୍ୟା ରହିଛି ସେମାନଙ୍କୁ ଲେମ୍ବୁ ପାଣି ପିଇବା ଅନୁଚିତ | ଯେଉଁମାନଙ୍କ ଏସିଡ଼ିଟି ସମସ୍ୟା ରହିଛି ସେମାନେ ଲେମ୍ବୁ ପାଣି ପିଇଲେ ଅଧିକ ଏସିଡ ହୋଇଥାଏ | ସେଥିପାଇଁ ଲେମ୍ବୁ ପାଣିରୁ ଦୁରେଇ ରହିବା ଉଚିତ |

   Related Posts