ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା : ସାମ୍ନାକୁ ଆସିଲା ୫୧ ମାମଲା, ଜଣେ ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ, ୧୭|୦୧: ସାରା ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି କରୋନା ଭାକସିନର ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଟିକାକରଣକୁ ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନ ଅର୍ଥାତ ଶନିବାର ୧ ଲକ୍ଷ ୬୫ ହଜାର ୭୧୪ଜଣଙ୍କୁ ଟିକା ଦିଆଯାଇଛି । ରାଜଧାନୀ  ଦିଲ୍ଲୀରେ କରୋନା ଭାକସିନ ପାର୍ଶ୍ୱ ପ୍ରତିକ୍ରିୟାର ୫୧ଟି ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିଲ୍ଲୀରେ ପ୍ରଥମ ଦିନରେ ୪୩୧୯ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି ।

ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିଛି । ଏହି ଦୁଇ ଅଞ୍ଚଳରେ ୧୧ଟି ଏପରି ମାମଲା ସାମ୍ନାକୁ ଆସିଛି । ସେହିପରି ଚରକ ପାଳିକା ହସ୍ପିଟାଲରେ ୨ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଉଭୟଙ୍କୁ ଏଇଏଫଆଇ ଟିମ୍‌ର ତତ୍ୱାବଧାନରେ ରଖାଯାଇଥିଲା । ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ତଥ୍ୟ ଅପଲୋଡ୍ କରିବାରେ ସାମାନ୍ୟ ସମସ୍ୟା ଉପୁଜିଥିଲା । ଏହା ବ୍ୟତୀତ ଏପରି କିଛି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଗଲା ଯେଉଁମାନଙ୍କ ନାଁ ପୂର୍ବରୁ ପଞ୍ଜିକୃତ ହୋଇନଥିଲା । ତଥ୍ୟାନୁସାରେ, ପ୍ରଥମ ଦିନରେ ୧୬୭୫୫ଜଣ ଟିକାକର୍ମୀ ୧ ଲକ୍ଷ ୯୦ ହଜାର ଜଣଙ୍କୁ ଟିକା ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ଟିକାକରଣକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଥିଲେ ଯେ, ଭାରତ ସଫଳତା ଅଭିମୁଖେ ଗତି କରୁଛି । ସମସ୍ତେ ଏକାଠି ହୋଇ କରୋନା ସହ ଲଢୁଛନ୍ତି । ବିଭିନ୍ନ ରାଜ୍ୟରୁ ଭଲ ଫିଡବ୍ୟାକ୍ ମିଳୁଛି । ଭାରତ ଧିରେଧିରେ କରୋନା ଯୁଦ୍ଧରେ ବିଜୟୀ ହେବାକୁ ଯାଉଛି ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.