Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସଭାପତି ପଦରୁ ଇସ୍ତଫା ଦେବା ପରେ ଏବେ ପ୍ରତ୍ୟାହାର କରିନେଲେ ନବଜୋତ ସିଂହ ସିଦ୍ଧୁ, ପୁଣି କ୍ୟାପଟେନ୍‌ଙ୍କୁ କଲେ ଟାର୍ଗେଟ୍‌

5/11/2021 at 5:23 PM

ଚଣ୍ଡିଗଡ ୦୫/୧୧ : ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଘମାସନ ଧିରେ ଧିରେ କମ ହେବାରେ ଲାଗିଛି । ନବଜୋତ ସିଂହ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି । ଅର୍ଥାତ ପୂର୍ବ ଭଳି ପଞ୍ଜାବ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ତୁଲାଇବେ ସିଦ୍ଧୁ । ଇସ୍ତଫା ପତ୍ର ଫେରାଇ ନେବା ପାଇଁ କିଛି ସର୍ତ୍ତ ରଖିଥି​‌ଲେ ସିଦ୍ଧୁ । ଏହା ପରେ ଯାଇ ସେ ସଭାପତି ଦାୟିତ୍ବରେ ରହିବେ ବୋଲି ସଫାସଫା ଶୁଣାଇଦେଇଥିଲେ । ଦଳର ହାଇ କମାଣ୍ଡଙ୍କ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିବା ପରେ ସିଦ୍ଧୁ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି ।

ସିଦ୍ଧୁଙ୍କ କହିବା କଥା ଯେ, ରାଜ୍ୟରେ ନୂଆ AG ଏବଂ DGP ନିଯୁକ୍ତ ହେବା ପରେ ଯାଇ ପଞ୍ଜାବରେ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳିହେବ । ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ସେ ଦେଇଥିବା ନିଯୁକ୍ତିଗୁଡିକୁ ବିରୋଧ କରିଥିଲେ ସିଦ୍ଧୁ । ଏମିତିକି ରାଜ୍ୟରେ ନିଯୁକ୍ତ ହୋଇଥିବା ଡିଜିପିଙ୍କୁ ବିରୋଧ କରିବା ସହ ଚନ୍ନିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ । ଯାହାକୁ କି ସେ ଏବେ ପୁଣି ଥରେ ଫେରାଇ ନେଇଛନ୍ତି ।

ପ୍ରେସ କନଫରେନ୍ସ କରି ସିଦ୍ଧୁ କହିଛନ୍ତି ଯେ, ‘ସଭାପତି ପଦରୁ ଇସ୍ତଫା ଦେଇଥିଲି ଏବେ ମୁଁ ଏହାକୁ ଫେରାଇ ନେଉଛି । ନୂଆ ଏଜି ଏବଂ ଡିଜିପି ଆସିବା ପରେ ରାଜ୍ୟରେ ଶାସନ ଭାର ସଠିକ ଢଙ୍ଗରେ ଜାରି ରହିବ । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କ ପାଇଁ ମୁଁ ସଭାପତି ପଦରୁ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଉଛି ।’

କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି, ‘୨ଟି ମୁଦ୍ଦା ପାଇଁ ୨୦୧୭ ମସିହାରେ ପଞ୍ଜାବରେ ଅକାଳୀ ଦଳ ସରକାର ଚାଲିଯାଇଥିଲା । ଆଉ ଏବେ ଦୁଇଟି କାରଣ ପାଇଁ ଅମରିନ୍ଦର ସିଂହଙ୍କ ଚୌକି ମଧ୍ୟ ଗଲା । ବିଶୃଙ୍ଖଳା ଏବଂ ଡ୍ରଗ୍ସ ଏହି ୨ଟି କାରଣ ଆଜିବି ମୁଣ୍ଡ ଟେକି ଛିଡା ହୋଇଛି ।’ ଦଳରେ ବିଶୃଙ୍ଖଳା ପାଇଁ କ୍ୟାପଟେନ୍‌ଙ୍କ ଉପରେ ପ୍ରବଳ ବର୍ଷିଥିଲେ ସିଦ୍ଧୁ । ଅମରିନ୍ଦର ସିଂହ ମଧ୍ୟ ସିଦ୍ଧୁଙ୍କୁ ଜାଛାତା କହୁଥିଲେ ଏବେ ବି ତାହା ଜାରି ରହିଛି । ତେବେ ସିଦ୍ଧୁ ପୁଣି ଥରେ ପଞ୍ଜାବ କଂଗ୍ରେସର ମଙ୍ଗ ଧରିଛନ୍ତି । ଆଗାମୀ ଦିନରେ ଚନ୍ନିଙ୍କ ସହିତ ତାଙ୍କର ସମ୍ପର୍କ କିପରି ରହୁଛି ତାହା ଦେଖିବାକୁ ରହିଲା ।

   Related Posts