Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପଞ୍ଜାବ ପଲିଟିକ୍ସରେ ଟ୍ବିଷ୍ଟ୍‌ : ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

28/09/2021 at 3:19 PM

ଚଣ୍ଡିଗଡ ୨୮/୦୯ : ପଞ୍ଜାବ ରାଜନୀତିରେ ଟ୍ବିଷ୍ଟ । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ । ମାତ୍ର ୨ ମାସ ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସର ସଭାପତି ହୋଇଥିଲେ ସିଦ୍ଧୁ । ଜୁଲାଇ ୧୮ ତାରିଖରେ ପିସିସି ସଭାପତି ହୋଇଥିବା ସିଦ୍ଧୁ ବର୍ତ୍ତମାନ ହଠାତ ଇସ୍ତଫା ଦେବା ଘଟଣା ସହଜରେ ହଜମ ହେଉନାହିଁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ କ୍ୟାପଟେନ୍‌ଙ୍କ ଘୋର ବିରୋଧୀ ଭାବେ ଧରାଯାଏ । ତେବେ ସିଦ୍ଧୁ ଇସ୍ତଫା ଦେବା ପରେ କିଏ ଧରିବେ ପଞ୍ଜାବ ମଙ୍ଗ ?

ସେପଟେ ଆଜି ସନ୍ଧ୍ୟାରେ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଭେଟିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ତେବେ କ୍ୟାପଟେନ୍‌ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କୁ ସଭାପତି କରି ମାଷ୍ଟର ​‌େ​‌ଷ୍ଟ୍ରାକ୍‌ ଖେଳିପାରେ କଂଗ୍ରେସ ।

ତେବେ ସେ କହିଛନ୍ତି ଯେ ସେ କଂଗ୍ରେସ ହିଁ ରହିବେ। ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ କଂଗ୍ରେସ ଦଳର ସଦସ୍ୟ ରହିବେ। ପଞ୍ଜାବରେ ମଙ୍ଗଳବାର ଦିନ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି। ଏହାର କିଛି ଘଣ୍ଟା ମଧ୍ୟରେ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପଠାଇଥିଲେ। ଏହା ପଛରେ କିଛି ମହତ୍ତ୍ୱପୂର୍ଣ୍ଣ କାରଣ ରହିଛି।

ବାସ୍ତବରେ, ଯେତେବେଳେ ପଞ୍ଜାବରେ ମନ୍ତ୍ରୀମାନଙ୍କ ନାଁ ଧାର୍ଯ୍ୟ ହୋଇଥିଲା ସେତେବେଳେ ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇଥିଲେ। ଏଥିରେ କେଉଁଠି ବି ସିଦ୍ଧୁଙ୍କ ନାଁ ସାମିଲ ହୋଇନଥିଲା। ପ୍ରଥମ ଦିନ ବୈଠକରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ନିଶ୍ଚୟ କିନ୍ତୁ ଯେତେବେଳେ ରାହୁଲ ଗାନ୍ଧୀ ଶିମଲାରୁ ଫେରି ବୈଠକ କରିଥିଲେ ସେଥିରେ ସିଦ୍ଧୁଙ୍କୁ ସାମିଲ କରାଯାଇନଥିଲା।

   Related Posts