‘ସିଦ୍ଧୁ ହେଉଛନ୍ତି ମିସ୍‌ଗାଇଡେଡ୍‌ ମିସାଇଲ୍‌, ତାଙ୍କ ଉପରେ କଣ୍ଟ୍ରୋଲ୍‌ ନାହିଁ’

Published By : Prameya-News7 Bureau | June 30, 2021 IST

ଚଣ୍ଡୀଗଡ଼ ୩୦/୬: ପଞ୍ଜାବ ରାଜନୀତିରେ ସିଦ୍ଧୁ ମିସ୍‌ଗାଇଡେଡ୍‌ ମିସାଇଲ୍‌। ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ଜୋରଦାର ବର୍ଷିଛନ୍ତି। କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁଙ୍କୁ ସେ ‘ମିସ୍‌ଗାଇଡେଡ୍‌ ମିସାଇଲ’ ବୋଲି କହିଛନ୍ତି। ବୁଧବାର ସୁଖବୀର ସିଂହ ବାଦଲ ତାଙ୍କ ପତ୍ନୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲଙ୍କ ସହ ସ୍ବର୍ଣ୍ଣ ମନ୍ଦିର ଗସ୍ତ କରିଥିଲେ । ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁଙ୍କୁ ଏକ ପଥଭ୍ରଷ୍ଟ ମିସାଇଲ୍‌ର ଆଖ୍ୟା ଦେଇଛନ୍ତି ସୁଖବୀର ସିଂହ। ଏହା ସହ ସିଦ୍ଧୁଙ୍କ ଉପରେ କାହାର କଣ୍ଟ୍ରୋଲ୍‌ ନାହିଁ ଏବଂ ସେ କୌଣସି ସ୍ଥାନରେ ମାଡ କରିପାରନ୍ତି ବୋଲି ସେ କହିଛନ୍ତି ।

ସେପଟେ ସିଦ୍ଧୁ ସୁଖବୀରଙ୍କ ଉପରେ ପାଲଟା ଆକ୍ରମଣ ମଧ୍ୟ କରିଛନ୍ତି।  ସିଦ୍ଧୁଙ୍କ ପକ୍ଷରୁ ୨୦୧୫ ଘଟଣାରେ ଯାଞ୍ଚକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ହେଉଥିବା ସମାଲୋଚନା ସମ୍ବନ୍ଧିତ ପ୍ରଶ୍ନରେ ଜବାବ ଦେଉଥିଲେ ସୁଖବୀର ସିଂହ ବାଦଲ । ​‌ସେ​‌ ସେତେବେଳେ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଥିବା ସହ ଗୃହ ବିଭାଗ ସମ୍ଭାଳୁଥିଲେ। ଗତ ଶନିବାର ଚଣ୍ଡୀଗଡ଼ରେ ପଞ୍ଜାବର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ତାଙ୍କୁ କୋଟକପୁରା ଫାୟରିଂ ମାମଲାରେ ପଚରା ଉଚରା କରିଥିଲା । ସୁଖବୀର ବାଦଲ ଆହୁରି କହିଛନ୍ତି, ଗତ ୨୫ ବର୍ଷ ହେଲା ସିଦ୍ଧୁ କାହା ପ୍ରତି ଭରସାଯୋଗ୍ୟ ହୋଇନାହାନ୍ତି। ସେ କ୍ରିକେଟ ଛାଡ଼ିଦେଲେ, ବିଜେପି ଛାଡ଼ିଦେଲେ ଏବଂ ନିଜର ନେତାଙ୍କୁ ସମାଲୋଚନା କରିବାକୁ କଂଗ୍ରେସର ‘ହାତ’ ଧରିଛନ୍ତି।

ଏହା ପୂର୍ବରୁ କିଛି ବୟାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୁସୀ କରୁଥିଲେ ଏବଂ ଠିକ୍‌ ସେମିତି ସୋନିଆ ଗାନ୍ଧୀଙ୍କ ପାଇଁ ମଧ୍ୟ ମନ୍ତବ୍ୟ ଦେଉଥିଲେ। ପଞ୍ଜାବକୁ ତାଙ୍କ ଭଳି ନାଟକ ପ୍ରିୟ ଅଭିନେତାଙ୍କ ଆବଶ୍ୟକତା ନାହିଁ ବୋଲି ଶିରୋମଣି ଅକାଳି ଦଳ ମୁଖ୍ୟ କହିଛନ୍ତି।

wp:embed {"url":"https://twitter.com/sherryontopp/status/1410139985689210880","type":"rich","providerNameSlug":"twitter","responsive":true,"className":""}
https://twitter.com/sherryontopp/status/1410139985689210880
/wp:embed

ସୁଖବୀରଙ୍କ ମନ୍ତବ୍ୟ ପରେ ସିଦ୍ଧୁ ପାଲଟା ଆକ୍ରମଣ କରିଛନ୍ତି। ଟ୍ବିଟରରେ ସିଦ୍ଧୁ ଲେଖିଛନ୍ତି, ‘ମୋର ଲକ୍ଷ୍ୟ ସୁଖବୀର ସିଂହଙ୍କ ଭ୍ରଷ୍ଟ ବ୍ୟବସାୟକୁ ଧ୍ବଂସ କରିବା। ଯେପର୍ଯ୍ୟନ୍ତ ପଞ୍ଜାବରେ ତିଆରି ହୋଇଥିବା ଆପଣଙ୍କ ବିଳାଶପୂର୍ଣ୍ଣ ସାମ୍ରାଜ୍ୟକୁ ପବ୍ଲିକ୍‌ ସ୍କୁଲ୍‌ ଏବଂ ପବ୍ଲିକ୍‌ ହସ୍ପଟାଲରେ ପରିଣତ ନକରିଛି ସେ ପର୍ଯ୍ୟନ୍ତ ପଛକୁ ଫେରିବିନି।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.