Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପୁରୀ ଭଳି କଣ୍ଟିଲୋ ନୀଳମାଧବ ମନ୍ଦିର ସେବାୟତଙ୍କୁ ଆର୍ଥିକ ସହାୟତା ପାଇଁ ଦାବି କଲେ ଖଣ୍ଡପଡାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର

18/04/2020 at 8:58 PM

ଭୁବନେଶ୍ବର୧୮/୪: ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନ୍‌କୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି। ତେବେ ପୁରୀ ସେବାୟତଙ୍କ ଭଳି ମହାପ୍ରଭୁ ଜଗନ୍ନାଥଙ୍କ  ଆଦ୍ୟପୀଠ କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ଅନୁରୂପ  ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ।

ପୂର୍ବତନ ବିଧାୟକ ତଥା ଖଣ୍ଡପଡା ଯୁବରାଜ  ସିଦ୍ଧାର୍ଥ ଶେଖର ସିଂହ ଏହି ଦାବି ରଖି କହିଛନ୍ତି,  ନୟାଗଡ ଜିଲ୍ଲା ଖଣ୍ଡପଡାସ୍ଥିତ ଏହି ପୁରାତନ ବିଷ୍ଣୁ ମନ୍ଦିରର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି। ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ କଣ୍ଟିଲୋ ନୀଳମାଧବ  ମନ୍ଦିରର ଗାଥା ସମ୍ପର୍କରେ  ସବୁ ଓଡିଶା  ବାସୀ  ଅବଗତ ଅଛନ୍ତି। ମହାନଦୀ କୂଳରେ ଥିବା ଏହି ନୀଳମାଧବ ମନ୍ଦିରକୁ ଓଡିଶାର ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ କୁହଯାଏ। ଏହି ପବିତ୍ର ସ୍ଥାନକୁ ନୀଳମାଧବଙ୍କ ଦର୍ଶନ ନିମନ୍ତେ ବର୍ଷସାରା ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ କରୋନା ମହାମାରୀ ଯୋଗୁଁ ଏବେ ସାରାଦେଶରେ ଲକଡାଉନ୍ ଥିବାବେଳେ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଭକ୍ତମାନଙ୍କୁ ଯିବାରେ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୀଳମାଧବ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆସିବା, ଯିବା ବନ୍ଦ ହୋଇଯାଇଛି।

ଏହାଫଳରେ  ଭକ୍ତଙ୍କଠାରୁ ପୂଜାର୍ଚ୍ଚନ ପ୍ରାପ୍ୟ ପାଇ ନିଜ ପରିବାରର  ଗୁଜୁରାଣ ମେଣ୍ଟାଉଥିବା ନୀଳମାଧବ ମନ୍ଦିରର ସେବାୟତମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧୦ ଜଣ  ସେବାୟତଙ୍କ  ୫୦ଟି ପରିବାର ଏବେ ଲକଡାଉନ୍ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟସରକାରଙ୍କ ଏହି  ଆର୍ଥିକ ସହାୟତା ଯୋଗୁଁ ପୁରୀ ସେବାୟତଙ୍କ ୨୧୩୦ ପରିବାର ଉପକୃତ ହେବେ।  ଏଥିପାଇଁ ରାଜ୍ୟ ସରକାର ୧ କୋଟି ୬ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେଣୁ ପୁରୀ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ନିଷ୍ପତିକୁ ସ୍ବାଗତ କରିବା ସହ ଅନୁରୂପ ଭାବେ କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଖଣ୍ଡପଡା ଯୁବରାଜ  ସିଦ୍ଧାର୍ଥ ଶେଖର ସିଂହ।

   Related Posts