Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ

19/01/2021 at 10:50 PM

ନୂଆଦିଲ୍ଲୀ ୧୯/୦୧: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ଗୁରୁ ଦାୟିତ୍ବ।  LIC  ଏମ୍‌ଡି ହେଲେ ସିଦ୍ଧାର୍ଥ ମହାନ୍ତି। ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ  LIC ଏମ୍‌ଡି ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର। ତେବେ ଫେବୃଆରୀ ୧ରୁ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟଭାର ସମ୍ଭାଳିବେ । ଟି.ସି. ସୁଶିଲ କୁମାରଙ୍କ ସ୍ଥାନ ନେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି।

ଏବେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ ମହାନ୍ତି ଏବେ ଭାରତର ସର୍ବବୃହତ୍ତ ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ (ଏମଡି) ହୋଇଛନ୍ତି। ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ସିଦ୍ଧାର୍ଥ ମହାନ୍ତି, ଟିସି ସୁଶିଲଙ୍କ ସ୍ଥାନ ନୋବକୁ ଯାଉଥିବା ବେଳେ ସେ ୩୧ ଜାନୁଆରୀ ୨୦୨୧ରେ ଅବସର ନେବେ। ଆର୍ଥିକ ବ୍ୟାପାର ବିଭାଗର ସୁପାରିଶ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ସିଦ୍ଧାର୍ଥ ମହାନ୍ତିଙ୍କୁ ଏହି ଗୁରୁଦାୟିତ୍ବ ଦେଇଛନ୍ତି।

ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ପରିଚାଳନା ନିର୍ଦେଶକ ଅଛନ୍ତି। ଏମଆର କୁମାର ଏଲଆଇସି ଚେୟାରମ୍ୟାନ ଥିବା ବେଳେ ଟିସି ସୁଶିଲ କୁମାର, ବିପୀନ ଆନନ୍ଦ, ମୁକେଶ କୁମାର ଗୁପ୍ତା ଓ ରାଜ କୁମାର ଏମଡି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ ସିଦ୍ଧାର୍ଥ କୁମାର ଏଲଆଇସି ହାଉସିଂ ଫାଇନାନ୍ସର ସିଇଓ ହେବା ପୂର୍ବରୁ ଚିଫ ଅପରେଟିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

   Related Posts