Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

‘ମିଠି ଛୁରି’ ରଶ୍ମି ଦେଶାଇଙ୍କୁ ବିବାହ କରିବାକୁ ଚାହାନ୍ତି ସିଦ୍ଧାର୍ଥ ଶୁକ୍ଳା! ଭିଡିଓ ଭାଇରାଲ୍‌

5/02/2020 at 10:32 AM

ମୁମ୍ବାଇ୫|୨:ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରନ୍ତି। ତେବେ ଉଭୟ ଏଥର କଲର୍ସ ଚ୍ୟନାଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ବିଗବସ୍-୧୩’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି। ଅଧିକାଂଶ ସମୟ ଏହି ଶୋ’ ବିବାଦରେ ଥାଏ। ହେଲେ ଲୋକେ ଏହି ଶୋକୁ ଦେଖିବା ବହୁତ ପସନ୍ଦ କରନ୍ତି। ସେଥିପାଇଁ ତ ଏହି ଶୋ’ର ଟିଆରପି ସବୁବେଳେ ଅଧିକ ରହେ।

“ଦିଲ ସେ ଦିଲ ତକ” ଧାରାବାହିକରେ କଳାକାର ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମୀ ଦେଶାଇଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା। ଏହି ଧାରାବାହିକ ଉଭୟଙ୍କ ପାଇଁ ହିଟ୍‌ ହୋଇଥିଲା। ଦର୍ଶକ ଏହି ଯୋଡିକୁ ଏବେ ରିଆଲିଟି ଶୋରେ ଦେଖିବା ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ପ୍ରଥମେ ‘ବିଗବସ ୧୩’ରେ ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମୀ ଦେଶାଇଙ୍କର କେବଳ ଝଗଡା ଦେଖିବାକୁ ମିଳୁଥିଲା । ହେଲେ ଏବେ ଏମାନଙ୍କର  ପ୍ରେମ ଭରା ଝଗଡା ଦେଖିବାକୁ ମିଳୁଛି। ଏକ ଏପିସୋଡ୍‌ରେ ରଶ୍ମିଙ୍କୁ କାନ୍ଦିବାର ଦେଖି ସିର୍ଦ୍ଧାର୍ଥ ମଧ୍ୟ ଭାବୁକ ହୋଇଯାଇଥିଲେ ଓ ନିଜ ହାତରେ ରଶ୍ମିଙ୍କୁ ପାଣି ପିଆଇଥିଲେ।

ନିକଟରେ ବିଗ୍‌ବସ୍‌ର ଏକ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା କଥା କଥାରେ ରଶ୍ମିଙ୍କୁ ବିବାହ କରିବାକୁ ଇଙ୍ଗିତ କରିଛନ୍ତି। ଏହି ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହ ଭିଡିଓରେ ରଶ୍ମି ଅରହାନଙ୍କ ସହିତ ନିଜର ବ୍ରେକଅପ୍‌ ବିଷୟରେ ମଧ୍ୟ କହିଛନ୍ତି । ଏହି ଭିଡିଓରୁ ଜଣାପଡୁଛି ଯେ ଏବେ ରଶ୍ମୀ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ସବୁ ଠିକ୍‌ ହେବାରେ ଲାଗିଛି।

 

   Related Posts