ସିଦ୍ଧାର୍ଥ ପିଠାନୀ କଲେ ବଡ଼ ଖୁଲାସା : ସୁଶାନ୍ତଙ୍କ ଘର ଛାଡ଼ିବା ପୂର୍ବରୁ ୮ଟି ହାର୍ଡ଼ ଡ୍ରାଇଭ ନଷ୍ଟ କରି ଦେଇଥିଲେ ରିୟା ଚକ୍ରବର୍ତ୍ତୀ

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୮: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ନେଇ ସିବିଆଇ ଜୋରସୋର ତଦନ୍ତ ଚଳାଇଛି। ଏହି ମାମଲାରେ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନିଙ୍କୁ ଲଗାତାର ପଚରାଉଚୁରା କରାଯାଉଛି। ଅଗଷ୍ଟ ୨୬ତାରିଖରେ ପିଠାନୀଙ୍କ ସହ ହୋଇଥିବା ପଚରାଉଚୁରାରେ ବଡ଼ ଧରଣର ଖୁଲାସା ହୋଇଛି। ସିଦ୍ଧାର୍ଥ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘର ଛାଡ଼ିବା ପୂର୍ବରୁ ଅନେକ ହାର୍ଡ଼ ଡ୍ରାଇଭ ନଷ୍ଟ କରି ଯାଇଥିଲେ।

{"id":320746,"width":573,"height":378,"sizeSlug":"large"}

 ସିଦ୍ଧାର୍ଥ ପିଠାନୀ କହିଛନ୍ତି ଯେ ଜୁନ୍ ୮ତାରିଖରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ କିନ୍ତୁ ଯିବା ପୂର୍ବରୁ ରିୟା ୮ଟି ହାର୍ଡ଼ ଡ୍ରାଇଭ ନଷ୍ଟ କରି ଦେଇଥିଲେ। କୁହାଯାଉଛି ଯେ ଏହି କାମ ପାଇଁ ଏକ ଆଇଟି ପ୍ରୋଫେସନାଲଙ୍କୁ ଡକା ଯାଇଥିଲା। ଆଇଟି ପ୍ରୋଫେସନାଲଙ୍କୁ କିଏ ଡକାଇ ଥିଲେ ଏବଂ ସେହି ହାର୍ଡ଼ ଡ୍ରାଇଭରେ କ’ଣ ଥିଲା,ଏହାର ସୂଚନା ମିଳିନାହିଁ।

{"id":320747,"sizeSlug":"large"}

ଅନ୍ୟ ପଟେ ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟସଆପ୍ ଚ୍ୟାଟରୁ ଡ୍ରଗ୍ ଆଙ୍ଗଲର ଖୁଲାସା ହୋଇଛି। ହ୍ବାଟସଆପ୍ ଚ୍ୟାଟରେ ରିୟା ଚକ୍ରବର୍ତ୍ତୀ MDMA ଭଳି ଡ୍ରଗ୍ସକୁ ନେଇ କଥା ହୋଇଛନ୍ତି। ସେ ଅନେକ ଲୋକଙ୍କ ସହ କଥା ହୋଇଛନ୍ତି,ଯେଉଁଥିରେ ଗୌରବ ଆର୍ଯ୍ୟା ମଧ୍ୟ ସାମିଲ ରହିଛି,ଯାହାକୁ ଡ୍ରଗ୍ସ ଡିଲର କୁହାଯାଉଛି। ଏହା ରିଟ୍ରିଭ ଚ୍ୟାଟସ୍,ଯାହାକୁ ରିୟା ପ୍ରଥମେ ଡିଲିଟ୍ କରି ଦେଇଥିଲେ। ହ୍ବାଟସଆପ୍ ଚ୍ୟାଟରେ ରିୟା ଚକ୍ରବର୍ତ୍ତୀଙ୍କୁ ଜୟା କହୁଛନ୍ତି ଯେ,‘ ଚା,କଫି କିମ୍ବା ପାଣିରେ ୪ବୁନ୍ଦା ପକାଅ ଏବଂ ତାଙ୍କୁ ପିଇବାକୁ ଦିଅ। ଫଳ ଦେଖିବା ପାଇଁ ୩୦ରୁ ୪୦ମିନିଟ୍ ରୁହ। ଉଭୟଙ୍କ ମଧ୍ୟରେ ଏହି କଥାବାର୍ତ୍ତା ୨୦୧୯,ନଭେମ୍ବର ୨୫ତାରିଖରେ ହୋଇଥିଲା।

{"id":320748,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.