କିଆରା ନୁହେଁ ଏହି ଖାସ୍ ବନ୍ଧୁଙ୍କ ସହ ଲକ୍ ଡାଉନ୍‌ରେ ସମୟ ବିତାଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା

Published By : Prameya-News7 Bureau | April 19, 2020 IST

ମୁମ୍ବାଇ ୧୯।୪: କରୋନା ଭାଇରସ୍ ମୁକାବିଲା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ହୋଇଛି । ଏହି ପରିସ୍ଥିତିରେ ଯିଏ ଯେଉଁଠାରେ ଅଛନ୍ତି, ସେମାନେ ସେଠାରେ ଅଟକି ରହିଛନ୍ତି । ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ମୁମ୍ବାଇରେ ତାଙ୍କ ଘରେ ସମୟ ବିତାଉଛନ୍ତି । ସୌଭାଗ୍ୟବଶତଃ ସିଦ୍ଧାର୍ଥ ଘରେ ଏକୁଟିଆ ନାହାନ୍ତି, ବରଂ ତାଙ୍କୁ ତାଙ୍କର ଏକ ଖାସ୍ ବନ୍ଧୁଙ୍କ ସାଥ୍ ମିଳୁଛି ।

ସ୍ପଟବୟ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ବର୍ତ୍ତମାନ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ରିଚା ଧରଙ୍କ ସହ ଅଛନ୍ତି । ଏବେ ରିଚା ଧରଙ୍କ ବିଷୟରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ରିଚା ଧର ହେଉଛନ୍ତି ସିଦ୍ଧାର୍ଥଙ୍କ ବନ୍ଧୁ । ଉଭୟ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି ଦିଲ୍ଲୀ ଛାଡିଥିଲେ । ରିପୋର୍ଟ ଅନୁଯାୟୀ, ଦୁହେଁ ମୁମ୍ବାଇରେ ଏକାଠି ଏକ ଘର ଭଡା ନେଇଥିଲେ । ଉଭୟଙ୍କ ପରିଚୟ ବହୁତ ପୁରୁଣା । ଏହା ମଧ୍ୟ କୁହାଯାଇଛି ଯେ ରିଚା, ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ କିଆରା ଆଡଭାନୀ ଏବଂ ପୂର୍ବତନ ଗର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଛନ୍ତି ।

ସିଦ୍ଧାର୍ଥ ଏବଂ କିଆରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ଜୋର ଧରିଛି । ଏକାସହ ଅନେକ ସ୍ଥାନରେ ଉଭୟ ନଜର ଆସିବା ପରେ, ଏହି ଖବର ଅଧିକ ଚର୍ଚ୍ଚାର ପରିସରକୁ ଆସିଥିଲା । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି । କିଛି ଦିନ ପୂର୍ବରୁ, ଦୁହେଁ ଆଫ୍ରିକାରେ ଏକାଠି ଏକ ସଫାରି ଆଡଭେଞ୍ଚର ପାଇଁ ଯାଇଥିଲେ । ସେଠାରେ ଉଭୟଙ୍କ ଉଠାଇଥିବା ଫଟୋ ସେମାନଙ୍କ ରିଲେସନସିପର ଖବରକୁ ଆହୁରି ସୁଦୃଢ କରିଥିଲା । ନିକଟରେ ଏକ ଖବର ଆସିଥିଲା ​​ଯେ ସିଦ୍ଧାର୍ଥ ଏବଂ କିଆରାଙ୍କ ପରିବାର ମଧ୍ୟ ପରସ୍ପରକୁ ଭେଟିଛନ୍ତି ।

ୱାର୍କ ଫ୍ରଣ୍ଟରେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶେଷ ଥର ପାଇଁ ଫିଲ୍ମ ମରଜାୱାରେ ଦେଖିବାକୁ ମିଳିଥିଲା । ଏଥିରେ ତାରା ସୂତରିଆ ଏବଂ ରିତେଶ ଦେଶମୁଖ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତାଙ୍କର ଆଗାମୀ ପ୍ରୋଜେକ୍ଟ ହେଉଛି ଫିଲ୍ମ ଶେରଶାହା । ଏହା ବିକ୍ରମ ବତ୍ରାଙ୍କ ବାୟୋଗ୍ରାଫି ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.