ସିଦ୍ଧାର୍ଥ ଓ ରଶ୍ମୀଙ୍କର ଆଉ ଏକ ରୋମାନ୍ସ ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | November 29, 2019 IST

ମୁମ୍ବାଇ୨୯|୧୧: ବିଗବସ୍‌୧୩ ଆରମ୍ଭରୁ ହିଁ ସଲମାନ ଖାନ କହିଥିଲେ ଯେ “ଇସ ବାର ଶୋ ଟେଢା ହୋଗା”। ଯାହା ସତ ପ୍ରମାଣିତ ହୋଇଛି। ଫିନାଲେ ଯେତେ ପାଖେଇଆସୁଛି ଶୋରେ ସେତେ ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି।ଦିନ ବଢିବା ସହ ପ୍ରତିଯୋଗୀ ମାନଙ୍କର ନୂଆ ନୂଆ ରୂପ ଦେଖିବାକୁ ମିଳୁଛି।

{"id":191599,"sizeSlug":"large"}

ଟାସ୍କ ସହ ମରାମରି ମଧ୍ୟ ଚାଲିଛି। ଧୀରେ ଧୀରେ ଖେଳକୁ ଆହୁରୀ ଦମଦାର କରୁଛନ୍ତି ବିଗବସ୍‌। ସେହନାଜ ଗିଲଙ୍କୁ ଖେଳରୁ କାଢିବା ପାଇଁ ଭାଉ ତାଙ୍କୁ ଭଦ୍ରାମି ସହ ଧକ୍କା ଦଉଛନ୍ତି।ତେବେ ଭାଉଙ୍କର ଏହି ବ୍ୟବହାର ନେଇ ସନା ରାଗିଛନ୍ତି। ସନା କହିଛନ୍ତି ଯେ, ଭାଉ ତାଙ୍କୁ ଏଭଳି ଛୁଇଁବା ଅନୁଚିତ୍‌। ସନାଙ୍କର ଏହି କଥା ଶୁଣି ଭାଉ ତାଙ୍କୁ ବୁଝାଇବାକୁ ଲାଗିଲେ। ଟାସ୍କ ସମୟରେ ଏଭଳି ମାହୋଲ ହୋଇଥିଲା। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭାଉଙ୍କ ବିରୋଧରେ ଶେହନାଜ ଗିଲ ଅଭିଯୋଗ କରିଛନ୍ତି।  

{"id":191602,"sizeSlug":"large"}

ବିଗ୍‌ବସ୍‌ ୧୩ରେ ଲଗଜରୀ ବଜେଟ ଟାସ୍କ ସମୟରେ ସିଦ୍ଧାର୍ଥଙ୍କ ହାତରୁ ଆସୀମ ଜିନିଷ ଛଡେଇବା ପାଇଁ ଚେଷ୍ଟା କରୁଥିଲେ।ସେହି ସମୟରେ ସିଦ୍ଧାର୍ଥଙ୍କ ସମର୍ଥନରେ ଶେହନାଜ ଆସିଥିଲେ।ଏନେଇ ଭାଉ ସନାଙ୍କୁ ଛୁଇଁ ସାଇଡ କରିଥିଲେ। ଏହି ମଉକାର ଫାଇଦା ଉଠାଇ ମାହୀରା କଥା ବଢାଇଛନ୍ତି, ଫଳରେ ମାହୋଲ ଖରାପ ହୋଇଯାଇଥିଲା।

{"id":191600,"sizeSlug":"large"}

ହିନ୍ଦୁସ୍ତାନୀ ଭାଉ ସନାଙ୍କୁ ବୁଝାଇବାକୁ ଯାଇ ଏହି ସମସ୍ୟାର ସମାଧାନ କରିଥିଲେ।ସେହି ସମୟରେ ଭାଉ ରଶ୍ମୀଙ୍କୁ ଘିଅରେ ନିଆଁ ଢାଳିବାକୁ ମନା କରିଥିଲେ।ଆଜିର ଏପିସୋଡରେ ପାରସଙ୍କ ଖରାପ ବ୍ୟବହାର ନେଇ ଘରର ସଦସ୍ୟ ତାଙ୍କୁ ଜେଲ ଦଣ୍ଡ ଦେବେ।ପାରସ ଏହା ଶୁଣି ରାଗିଯାଇଥିଲେ। ଏଥର ପାରସ ଯଦି ଜେଲ ଯାଆନ୍ତି ତାହେଲେ ଏଥର ସେ ଦ୍ବିତୀୟ ଥର ପାଇଁ ଜେଲ ଯିବେ। ଏହା ପୂର୍ବରୁ ମଧ୍ୟ ଥରେ ଘର ଲୋକଙ୍କ ନିଷ୍ପତ୍ତି ଅନୁସାରେ ସେ ଜେଲ ଯାଇଥିଲେ।

wp:core-embed/instagram {"url":"https://www.instagram.com/p/B5cd15KJy9a/","type":"rich","providerNameSlug":"instagram","className":""}
https://www.instagram.com/p/B5cd15KJy9a/
/wp:core-embed/instagram

ଏଥର ପାରସ ଓ ଆସୀମଙ୍କ ନାଁ ଜେଲ ଦଣ୍ଡ ପାଇଁ କୁହାଯାଇଛି ଓ ପୂର୍ବରୁ ପାରସ ମାହୀରାଙ୍କ ସହ ଜେଲ ଯାଇଥିଲେ। ଅପରପକ୍ଷରେ ଆଉ ଏକ ଭିଡିଓରେ ସିଦ୍ଧାର୍ଥ ଓ ରଶ୍ମୀଙ୍କର ରୋମାନ୍ସ ଦେଖିବାକୁ ମିଳିଛି।          

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.