କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତା କରୋନା ସଂକ୍ରମିତ, ମେଡିକାଲରେ ଭର୍ତ୍ତି ହେଲେ ସିଦ୍ଧରମୟା

Published By : Prameya-News7 Bureau | August 04, 2020 IST

ବେଙ୍ଗାଲୁରୁ ୦୪।୦୭ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ .ୟେୁଦୁରପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକ ବିରୋଧୀ ଦଳ ନେତା ସିଦ୍ଧାରମେୟା କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ସିଦ୍ଧାରମେୟା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୁଁ ମୋର କରୋନା ଟେଷ୍ଟ କରାଇଥିଲା । ସେ ରିପୋର୍ଟ ଏବେ ପଜିଟିଭି ଆସିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିକାଲରେ ଭର୍ତ୍ତି ହୋଇଛି । ଗତକିଛି ହେଲା ମୋ ସହିତ ମିଶିଥିବା ବା ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟବସ୍ଥାକୁ ନଜର ରଖି କରୋନା ଟେଷ୍ଟ କରାଇନିଅନ୍ତୁ ବୋଲି କହିଛନ୍ତି । ଯେଉଁମାନଙ୍କୁ କିଛି ବି ଅସୁବିଧା ହେଉଛି, ସେମାନେ ନିଜକୁ କ୍ୱାରେଣ୍ଟାଇନ୍‌ ରଖିନିଅନ୍ତୁ ।

wp:html /wp:html

ସେହିପରି କର୍ଣ୍ଣାଟକରେ କରୋନା ମହାମାରୀ ବହୁ ଜୋରରେ ଗତି କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହିପ୍ରରିପେକ୍ଷୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେୁଦୁରପ୍ପା କରୋନା ପଜିଟିଭ୍‌ ଜଣାପଡିଥିଲେ, ଏହାପରେ ତାଙ୍କ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଠାରେ କରୋନା ଜନିତ ଲକ୍ଷଣ ଦେଖାଯିବା ପରେ , ସେ ତାଙ୍କର କରୋନା ଟେଷ୍ଟ କରାଇଥିଲେ । ତେବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ , ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବାରଜ ସିଂହ ଚୌହାନ୍ ମଧ୍ୟ କରୋନା ସଂକ୍ରମିତ ଥିବା ରିପୋର୍ଟ ଆସିବା ପରେ ମେଡିକାଲରେ ଚିକିତ୍ସା ଜାରି ରହିଛି । ସୋମବାର ଦିନ ମେଡିକାଲ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନରେ , ଶିବାରଜଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଅଛି ବୋଲି ଦର୍ଶାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.