Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବିହାର ନିର୍ବାଚନ ପରେ ବଦଳିଯିବ କର୍ଣ୍ଣାଟକ ଗଣିତ: ୟେଦୁରପ୍ପାଙ୍କୁ ଚ୍ୟାଲେଞ୍ଜ ଦେଲେ ସିଦ୍ଧରମୈୟା

30/10/2020 at 6:34 PM

ବେଙ୍ଗାଲୁରୁ ୩୦।୧୦: କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଗୁରୁବାର କହିଛନ୍ତି ବିହାର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ। ଏକ ସ୍ଥାନୀୟ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ ସିଦ୍ଧରମୈୟା ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ମୋ ପାଖରେ ସଠିକ୍ ସୂଚନା ଅଛି ଯେ, ବିହାର ନିର୍ବାଚନ ପରେ ସିଦ୍ଧରମୈୟା ଆଉ ମୁଖ୍ୟମନ୍ତ୍ରୀ ପଦରେ ନଥିବେ। ଯେତେବେଳେ ଏହା ଉପରେ ସାମ୍ବାଦିକ ପ୍ରଶ୍ନ କଲେ, ସିଦ୍ଧରମୈୟା ଉତ୍ତରରେ କହିଛନ୍ତି, ଦିଲ୍ଲୀରୁ ମୋତେ ସଠିକ୍ ସୂଚନା ମିଳିଛି ଯେ, ୟେଦୁରପ୍ପା ବିହାର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରେ ନଥିବେ। ମୋତେ ଜଣା ନାହିଁ ଯେ, ୟେଦୁରପ୍ପାଙ୍କ ଇସ୍ତଫା ପରେ ବିଜେପି ସରକାର ନିଜର କାର୍ଯ୍ୟକାଳ ପୂରା କରି ପାରିବ କି ନାହିଁ। ଯଦି ସରକାର ଚାଲିବ ନାହିଁ ତେବେ ଆମେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି ସିଦ୍ଧରମୈୟା କହିଛନ୍ତି।

ପ୍ରଥମ ଥର ସିଦ୍ଧରମୈୟା ଏହିପରି ବୟାନ ଦେଇ ନାହାନ୍ତି। ଏହା ପୂର୍ବରୁ ଅକ୍ଟୋବର ୨୦ରେ ବିଜାପୁର ବିଧାୟକ ବସନଗୌଡା ପାଟିଲ ୟତନାଲ କହିଥିଲେ, ବିଏସ ୟେଦୁରପ୍ପା ଆଉ ଅଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ। ଏବେ ଉତ୍ତର କର୍ଣ୍ଣାଟକରୁ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ୟତନାଲଙ୍କ ଏହି ଟିପ୍ପଣୀ ଉପରେ ମୋହର ମାରି ସିଦ୍ଧରମୈୟା କହିଛନ୍ତି, ଅନେକ ବିଧାୟକ ୟେଦୁରପ୍ପାଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି କାରଣ ସେମାନଙ୍କର ନିର୍ବାଚନ ମଣ୍ଡଳୀ ପାଇଁ ଟଙ୍କା ଦେଇ ନାହାନ୍ତି। ଏହା ସତ ଯେ ୟେଦୁରପ୍ପା ଆଉ ଅଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ।

ଗୁରୁବାର ସିଦ୍ଧରମୈୟାଙ୍କ ଏହି ବୟାନ ଆସିବା ପରେ ଏହା ମଧ୍ୟ କଳ୍ପନା ଜଳ୍ପନା କରାଯାଉଛି ଯେ, ନିଜର ଉତ୍ତରାଧିକାରୀ ପାଇଁ ୟେଦୁରପ୍ପା ନିଜ ପଦରୁ ହଟିଯିବେ। ଅନ୍ୟପଟେ ଅଣଦେଖା ହେବାରୁ ବିଜେପିର ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। ବୁଧବାର ବେଲଗାଭି ଉପ ନିର୍ବାଚନ ପାଇଁ ସମ୍ଭାବିତ ପ୍ରାର୍ଥୀ ଉପରେ ଆଲୋଚନା ପାଇଁ ହୁବଲିରେ ଏକ ହୋଟେଲ୍‌ରେ ନେତାଙ୍କ ବୈଠକ ବସିଥିଲା।  ବୈଠକରେ ୟେଦୁରପ୍ପାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କୁହାଯାଇଛି କର୍ଣ୍ଣାଟକ ବିଧାୟକ ଖୁବ୍ ଶୀଘ୍ର ଏହା ଉପରେ ନିର୍ଣ୍ଣୟ ନେବା ପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବେ।

୭୮ ବର୍ଷୀୟ ସିଦ୍ଧରମୈୟା ବିଜେପିର ଏକ ନିୟମ ବୀପରିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ବିଜେପିର ନୀତି ୭୫ ବର୍ଷ ବସୟରୁ ଅଧିକ ନେତାଙ୍କୁ ପରାମର୍ଶଦାତା ଦାୟିତ୍ଵ ଦିଆଯାଏ। ୟେଦୁରପ୍ପାଙ୍କୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦଳ ଅନୁମତି ଦେଇଛି କାରଣ କର୍ଣ୍ଣାଟକରେ ବିଜେପିର ଭୋଟ୍ ବ୍ୟାଙ୍କ ଉପରେ ତାଙ୍କର ବହୁତ ନିୟନ୍ତ୍ରଣ ରହିଛି। ସୂତ୍ର ଅନୁଯାୟୀ ପାର୍ଟି ଏମିତି ନିଷ୍ପତ୍ତି ନେବାକୁ ଚାହୁଁନାହିଁ ଯଦ୍ଵାରା କର୍ଣ୍ଣାଟକରେ ବିଜେପି ପାଇଁ ହାନୀକାରକ ହେବ। କାରଣ ୨୦୧୩ରେ ପାର୍ଟିରୁ ବହିଷ୍କାର କରାଯିବା ପରେ ୟେଦୁରପ୍ପା ନିଜେ ଦଳ ଗଠନ କରିଥିଲେ।

   Related Posts