ସିଦ୍ଧରମେୟାଙ୍କ ବିସ୍ଫୋରକ ବୟାନ : ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି RSS

Published By : Prameya-News7 Bureau | January 18, 2021 IST

ବେଙ୍ଗାଲୁରୁ ୧୮/୦୧ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ଆାରମ୍ଭ ହୋଇଯାଇଛି । ଏହି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଏକ ବିସ୍ଫୋରଣ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉଛି । ସିଦ୍ଧରମେୟା ଏହା ଦାବି କରି କହିଛନ୍ତି ଯେ, ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ।

ଏହା ସହ ଦମ୍ଭୋକ୍ତି ପ୍ରକାଶ କରି ସିଦ୍ଧରମେୟା କହିଛନ୍ତି, ଏହି ବର୍ଷ ଅପ୍ରେଲରେ ହିଁ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦିଆଯିବ । କିନ୍ତୁ ରବିବାର ଗୃହ ମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକ ଗସ୍ତରେ ଯାଇ ଜନସଭାକୁ ସମ୍ବୋଧିତ କରିବା ସହ କହିଥିଲେ, ୟେଦିୟୁରପ୍ପା ନିଜର କାର୍ଯ୍ୟକାଳ ପୂରଣ କରିବେ ତା ସହିତ କର୍ଣ୍ଣାଟକରେ ଆଗାମୀ ନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜୟଲାଭ କରିବ ଏବଂ ସରକାର ଗଢିବ । ଶାହା କହିଥିଲେ, କଂଗ୍ରେସ ନେତାମାନେ ଯେଉଁଭଳି ଟିପ୍ପଣି ଦେଉଛନ୍ତି ତାହାର ଓଲଟା ପରିଣାମ ଦେଖିବାକୁ ମିଳିବ ଅର୍ଥାତ କର୍ଣ୍ଣାଟକରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବ ।

ଅମିତ ଶାହାଙ୍କ ଏହି ବୟାନ ପରେ ବିରୋଧି ଦଳ ନେତା ସିଦ୍ଧରମେୟା କହିଛନ୍ତି, ଅମିତ ଶାହା ୟେଦିୟୁରପ୍ପାଙ୍କ ନାଁକୁ ମୋହର ମାରିଲେ ମଧ୍ୟ RSS ଚାହୁଁଛି କି ଅପ୍ରେଲ ମାସ ପରେ ବିଏସ୍ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦିଆଯିବ ।

କର୍ଣ୍ଣାଟକ ବିଜେପିରେ ଏ​‌ବେ ଗୋଷ୍ଠୀକନ୍ଦଳ ବ୍ୟାପକ ରୂପ ଧାରଣ କରିଛି । କିଛି ଦିନ ପୂର୍ବରୁ ୟେଦିୟୁରପ୍ପା ତାଙ୍କର ମନ୍ତ୍ରୀ ମଣ୍ଡଳ ଅପସାରଣ କରିଛନ୍ତି । କିନ୍ତୁ ମନ୍ତ୍ରୀପଦ ପାଇନଥିବା କିଛି ବରିଷ୍ଠ ବିଧାୟକ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିବା ସୂଚନା ମିଳିଛି । କିନ୍ତୁ ଗୃହ ମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକ ଗସ୍ତବେଳେ ୟେଦିୟୁରପ୍ପାଙ୍କୁ ପ୍ରଶଂସା କରିଥିଲେ । ତେବେ ଆଗାମୀ ଦିନରେ ସିଦ୍ଧରମେୟାଙ୍କ ଏଭଳି ବୟାନ କଣ ପ୍ରଭାବ ପକାଉଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.