କରୋନାର ଆଉ ଏକ ଚିତ୍ର : ଗଧ ଉପରେ ବସି ମାସ୍କ ଲଗାଇ ହସ୍ପିଟାଲରେ ପହଞ୍ଚିଲେ ଅସୁସ୍ଥ ବୃଦ୍ଧ

Published By : Prameya-News7 Bureau | March 27, 2020 IST

ପାହାଡ଼ଗଡ଼ ୨୭/୩: ଲକଡାଉନ୍ ପାଇଁ ଜିଲ୍ଲା ବ୍ୟାପି ଗାଡ଼ି ଯାତାୟାତ ବନ୍ଦ ରହିଛି। ପାହାଡ଼ଗଡ଼ ବ୍ଲକରୁ ୬ କିଲୋମିଟର ଦୂର ସ୍ଥିତ ସାଗୋରିୟାପୁରା ଗାଁରେ ରହୁଥିବା ଜଣେ ଅସୁସ୍ଥ ବୃଦ୍ଧ(୬୫)ଙ୍କୁ ଗାଡ଼ି ନମିଳିବାରୁ ସେ ଗୁରୁବାର ନିଜ ଗଧରେ ବସି ପାହାଡ଼ଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚିଥିଲେ। ବୃଦ୍ଧଙ୍କୁ ଦେଖି ପାହାଡ଼ଗଡ଼ ବଜାରରେ ସବୁ ଲୋକ ଚମକି ଯାଇଥିଲେ। ପରେ ଜଣା ପଡ଼ିଥିଲା ଯେ ସେ ଏପରି ଅବସ୍ଥାରେ ବାଧ୍ୟରେ ପହଞ୍ଚିଥିଲେ। ଡାକ୍ତରଙ୍କଠୁ ଚେକଅପ୍ କରାଇ ଏବଂ ଔଷଧ ନେଇ ବୃଦ୍ଧ ଗାଁକୁ ଫେରିଥିଲେ।

{"id":244661,"sizeSlug":"large"}

ସେହିପରି କରୈରା ଅଞ୍ଚଳର ଆଦର୍ଶ ଗାଁ ସିରସୌଦରେ ଗୁରୁବାର ସକାଳେ ସଉଦା ବିତରଣ କରିବାକୁ ଖୋଲା ଯାଇଥିଲା। ଏହା ଜାଣିବା ପରେ ସଉଦା ନେବା ପାଇଁ ଗାଁ ଲୋକେ ଏକାଠି ଭିଡ଼ କରିଥିଲେ। ଶହ ଶହ ଲୋକେ ସଉଦା ନେବାକୁ ଦୋକାନକୁ ପହଞ୍ଚିଥିଲେ। ଏହା ପରେ ପୋଲିସ୍ ଲୋକଙ୍କୁ ଦୂରରେ ଛିଡ଼ା ହୋଇ ସଉଦା ନେବାକୁ ବୁଝାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.