Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ନିଜର ସମର୍ଥନ ଘୋଷଣା କଲେ ଶିବସେନା ନେତା ସଞ୍ଜୟ ରାଉତ, ଜାଣନ୍ତୁ କାହିଁକି ?

27/04/2021 at 6:45 PM

ମୁମ୍ବାଇ ୨୭।୪:  ଶିବ ସେନା ନେତା ସଞ୍ଜୟ ରାଉତ ମଙ୍ଗଳବାର ଦେଶର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ନିଜର ସମର୍ଥନ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଭାରତ ଏବେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ  ହେଉଛି। ହୁଏତ ଭାରତ ବିରୋଧରେଏହା ଏକ ଭୀଷଣ ଷଡ଼ଯନ୍ତ୍ର ବି ହୋଇପାରେ ଯାହା ଆମର ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଲାଗି ଆହ୍ୱାନ ହୋଇପାରେ।  ଏଥିରେ ପାରସ୍ପରିକ ଭେଦଭାବ ଭୁଲି ଆମ ସମସ୍ତଙ୍କୁ ଏବେ ଦେଶର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡା ହେବା ଦରକାର ବୋଲି ରାଉତ କହିଛନ୍ତି।

ଆମ ଦେଶର ନେତା ହୁଅନ୍ତୁ ଅଥବା ସରକାରଙ୍କୁ ଯଦି ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଏ  ଅପମାନ କରାଯାଏ ଏହା ଉଚିତ ନୁହେଁ। ଏହା ବିରୋଧରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛି ବୋଲି ସେ କହିଛନ୍ତି। ତେବେ ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜଯ ରାଉତଙ୍କ ଏଭଳି ଅଚାନକ ବୟାନ ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ସଞ୍ଜୟ ରାଉତ କହିଛନ୍ତି ଯେ ଅନ୍ତର୍ଜାତୀୟ ମଞ୍ଚରେ ଯଦି ପ୍ରଧାନମନ୍ତ୍ରୀଙ୍କର ଅପମାନ କରାଯାଏ ତେବେ ଆମ ସମସ୍ତଙ୍କୁ ପାରସ୍ପରିକ ଭେଦଭାବ ଭୁଲି ପ୍ରଧାନମନ୍ତ୍ରୀଙ୍କ ସହ ଛିଡା ହେବା ଦରକାର। ମୋଦି ଯେଉଁ ରାସ୍ତାରେ ଚାଲିବେ ଆମେ ସବୁ ତାଙ୍କ ପଛରେ ନିଶ୍ଚିତ ଛିଡା ହେବୁ ବୋଲି ସେ କହିଛନ୍ତି। ଦେଶରେ କରୋନାର ଯେଉଁ ଚିତ୍ର ଆସୁଛି ସେଥିରେ ଆମର ସାମାଜିକ ସ୍ୱାସ୍ଥ୍ୟ ଓ ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି। ହୁଏତ ଦେଶକୁ ବଦନାମ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବି ହୋଇପାରେ। ଏଥିଯୋଗୁ ଆମ ଅର୍ଥବ୍ୟବସ୍ଥା ଭୂଷୁଡିପଡିବାର ମଧ୍ୟ ଆଶଙ୍କା ରହିଛି।  ଏବେ ଏହା ବିରୋଧରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ଲଢିବାକୁ ପଡିବ ବୋଲି ରାଉତ କହିଛନ୍ତି।

ମୋଦିଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି
ରାଉତ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ଅଛି। କରୋନା ଦ୍ୱିତୀୟ ଓ ତୃତୀୟ ଲହର ଲାଗି ସେ ଯେଉଁ  ରଣନୀତି ପ୍ରସ୍ତୁତ କରିଛନ୍ତି ତାକୁ ଦେଖିଲେ ମାଡ୍ରାସ ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ସେ ଗୁରୁତ୍ୱର ସହ ଗ୍ରହଣ କରିଥିବାର ମନେ ହେଉଛି ବୋଲି ରାଉତ କହିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ରାୟ ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଅଚାନକ ରାଉତ ଏପରି ବୟାନ ଦେବା ସାମ୍ବାଦିକ ହତବମ୍ବ ହୋଇପଡିଥିଲେ। ରାଉତ ସର୍ବଦା ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସମାଲୋଚନା କରନ୍ତି। ତେବେ ଅଚାନକ ପକ୍ଷ ପରିବର୍ତ୍ତନ କରିବା ସମସ୍ତଙ୍କୁ ବିସ୍ମିତ କରିଥିଲା।

ନିର୍ବାଚନକୁ ନେଇ ମାଡ୍ରାସ ହାଇକୋର୍ଟ କରିଥିଲେ ଭର୍ତ୍ସନା
ଦିନକ ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦେଶର କରୋନା ପରିସ୍ଥିତି ଲାଗି ନିର୍ବାଚନ ଆୟୋଗଙ୍କ ବିରୋଧରେ ନରହତ୍ୟା ଅପରାଧ କାହିଁକି ରୁଜୁ ନ ହେବ ବୋଲି କହିଥିଲେ। ପଶ୍ଚିମବଙ୍ଗ, କେରଳ ଭଳି ବଡବଡ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି  ବିଭିନ୍ନ ରାଜ୍ୟରୁ ଲୋକେ ସେଠାକୁ ନିର୍ବାଚନ ପ୍ରଚାର ଓ ଅନ୍ୟ କାର୍ଯ୍ୟାପାଇଁ ଡକା ହୋଇ ଯାଇଥିଲେ। ନିର୍ବାଚନ ପରେ ସେମାନେ ନିଜନିଜ ରାଜ୍ୟକୁ ଫେରିବା ସହ ସେମାନଙ୍କ ସାଙ୍ଗରେ କରୋନା ସାରା ଦେଶକୁ ବ୍ୟାପିଯାଇଛି। କୁମ୍ଭ ମେଳା ଅପେକ୍ଷା ରାଜନୈତିକ କୁମ୍ଭ ଦେଶରେ କରୋନା ପ୍ରସାରରେ ସହାୟକ ହୋଇଥିବା କୋର୍ଟ  ଅନୁଭବ କରି ଏପରି ମନ୍ତ୍ରବ୍ୟ ଦେଇଥିଲେ। ଏଥିପ୍ରତି ଆୟୋଗ ପ୍ରଥମରୁ ଧ୍ୟାନ ଦେଇ ପଦକ୍ଷେପ ନେଇଥିଲେ ଦେଶକୁ ଆଜି ଏପରି ପରିସ୍ଥିତି ଭୋଗିବାକୁ ପଡୁ ନଥାନ୍ତା ବୋଲି କୋର୍ଟ ଅନୁଭବ କରିଛନ୍ତି।  

   Related Posts