Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

CDSଙ୍କ ହେଲିକପ୍ଟର କ୍ରାସ୍ ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ, କହିଲେ ଯେଉଁଠି ସେନାପତି ସୁରକ୍ଷିତ ନୁହନ୍ତି ସେଠି ଦେଶର ଅବସ୍ଥା କ’ଣ ?

9/12/2021 at 4:13 PM

ନୂଆଦିଲ୍ଲୀ ୯।୧୨: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଲୋକସଭାରେ ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍)ଙ୍କ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ନେଇ ସଂସଦକୁ ସୂଚିତ କରିଛନ୍ତି। ତାମିଲନାଡୁ କୁନ୍ନୁର ନିକଟ ଜଙ୍ଗଲରେ ହେଲିକପ୍ଟରଟି ଜଳିଜଳି ଖସିଥିବା ସ୍ଥାନୀୟ ଲୋକେ ଦେଖିଥିବା ରକ୍ଷାମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳକୁ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚାଇବା ସହ ଦୁର୍ଘଟଣା ମୃତାହତଙ୍କୁ ସନ୍ଧାନକରି ହସ୍ପିଟାଲକୁ ପଠାଇଥିଲେ ବୋଲି କହିଛନ୍ତି।

ଦିବଙ୍ଗତ ସିଡିଏସ ବିପିନ ସିଂ ରାୱତଙ୍କ ଅନ୍ତ୍ୟେଷ୍ଟି ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ରାଜନାଥ ଗୃହକୁ କହିଛନ୍ତି। ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସେନା ଅଧିକାରୀଙ୍କ ଅନ୍ତ୍ୟେଷ୍ଟିରେ ମଧ୍ୟ ଉଚ୍ଚିତ ମର୍ଯ୍ୟଦାର ସହ ସମ୍ପନ୍ନ କରାଯିବ ବୋଲି କହିଛନ୍ତି। ତେବେ ଗୃହରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ବିଭିନ୍ନ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦେଶର ସର୍ବୋଚ୍ଚ ସେନାପତି ଯେଉଁଠି ସୁରକ୍ଷିତ ନୁହନ୍ତି ସେଠାରେ ଦେଶର ଅବସ୍ଥା  କ’ଣ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଏମଆଇ-୧୭ ଭି-୫ ଏକ ଋଷିଆ ନିର୍ମିତ ଅତ୍ୟାଧୁନିକ ହେଲିକପ୍ଟର ଥିଲା। ବିପିନ ରାୱତ ଦେଶର ସେନା ଆଧୁନିକରଣ ଦାୟିତ୍ୱ ସମ୍ପର୍କିତ କାର୍ଯ୍ୟ କରୁଥିଲେ। ସେ ଚୀନ୍‌ ଓ ପାକିସ୍ତାନ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ସାମିଲ ଥିଲେ। ଦେଶର ସର୍ବୋଚ୍ଚ ସେନାପତି ସବୁଠୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରରେ ଯାତ୍ରା କରନ୍ତି ଓ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଲୋକଙ୍କ ମନରେ ସନ୍ଦେହ ଉପୁଜିବା ସ୍ୱଭାବିକ । ଏପରି ସ୍ଥଳେ ଲୋକଙ୍କ ମନରୁ ସନ୍ଦେହ ଦୂର କରିବା ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସଞ୍ଜୟ ରାଉତ କହିଛନ୍ତି।

ସେହିପରି ଲୋକ ଜନଶକ୍ତି ପାର୍ଟି (ରାମବିଳାଶ) ସାଂସଦ ଚିରାଗ ପାଶ୍ୱାନ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ହୁଏତ ଏହା ଇତିହାସରେ ପ୍ରଥମ ଦୁର୍ଘଟଣା ହୋଇପାରେ ଯେଉଁଥିରେ ଦେଶର ସର୍ବୋଚ୍ଚ ସେନା ମୁଖ୍ୟ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରାଣ ହରାଇଛନ୍ତି। ଏଣୁ ଏହି ମାମଲାର କଡ଼ାକଡି ଯାଞ୍ଚ ହେବା ଦରକାର ବୋଲି ଚିରାଗ କହିଛନ୍ତି।

ଆମଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ସିଡିଏସ ରାୱତ, ତାଙ୍କ ପତ୍ନୀ ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସେନା କର୍ମଚାରୀ ଏବଂ ଅଧିକାରୀଙ୍କ ଲାଗି ସମବେଦନା ଜଣାଇବା ସହ ଏହା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି। ଏତେ ସୁରକ୍ଷିତ ବିମାନ ହୋଇ ମଧ୍ୟ ଏପରି ଦୁର୍ଘଟଣା ଘଟିଲା କିପରି ବୋଲି କହିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିଶ୍ଚିତ କୌଣସି କଡ଼ା ପଦକ୍ଷେପ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଯେଉଁଥିରୁ ଏପରି ଦୁର୍ଘଟଣା କାହିଁକି ଘଟିଲା ସେ ନେଇ ଦେଶବାସୀ  ଜାଣିପାରିବେ ବୋଲି କହିଛନ୍ତି।

   Related Posts