ଫଡନାବୀସଙ୍କ ବୈଠକରେ ଯୋଗଦେଲେନି ଶିବସେନା ବିଧାୟକ ଦଳ ନେତା, ଅଣ ମୌସୁମୀ ବର୍ଷା ଉପରେ ହୋଇଥାନ୍ତା ଆଲୋଚନା

Published By : Prameya-News7 Bureau | November 02, 2019 IST

ମୁମ୍ବାଇ:  ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ସସପେନ୍ସ ଜାରି ରହିଛି । ଶିବସେନା ନିଜର ୫୦-୫୦ ଫର୍ମୁଲାକୁ ନେଇ ଅଡି ବସିଥିବା ବେଳେ ବିଜେପି କୌଣସି ପରିସ୍ଥିତିରେ ଶିବସେନାକୁ ବାଟ ଛାଡିବାକୁ ଚାହୁଁନାହିଁ ।  ଏପରିକି ଶିବସେନା ନେତା ମଧ୍ୟ ବିଜେପି ନେତାଙ୍କ ସହ ସାମ୍ନାସାମ୍ନି ହେବାକୁ ପ୍ରସ୍ତୁତ ନାହାନ୍ତି ।   ଏହା ମଧ୍ୟରେ ଆଜି ଶିବସେନା ଅଣ-ମୌସୁମୁମୀ ବର୍ଷାକୁ ନେଇ ହେବାକୁ ଥିବା ଏକ ବୈଠକକୁ ଟାଳି ଦେଇଛି ।  ଏହି ବୈଠକ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିଲା ।  

{"id":178100,"width":580,"height":375}

ଫଡନାବୀସଙ୍କ ବାସଭବନରେ ହେବାକୁ ଥିବା ଏହି ବୈଠକରେ ଅଣମୌସୁମୀ ସମୟରେ ହେବାକୁ ଥିବା ବର୍ଷା ବାବଦରେ ଚର୍ଚ୍ଚା ହୋଇଥାନ୍ତା । ଏହି ପ୍ରସଙ୍ଗକୁ ନେଇ ଗଠିତ କମିଟିରେ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଦେ ସାମିଲ ଥିଲେ।ବୈଠକରେ   ସେ ଏଥିରେ ଯୋଗଦେବାର ଥିଲା ।  କିନ୍ତୁ ସେ ବୈଠକରେ ଅନୁପସ୍ଥିତ ରହିଥିଲେ ।  ବୈଠକ ପୂର୍ବରୁ ସେ ଔରଙ୍ଗାବାଦ ଗସ୍ତ କରିଥିଲେ ।  ତେବେ ବୈଠକରେ ଅନ୍ୟ ଶିବସେନା ନେତା ତଥା ରାଜ୍ୟମନ୍ତ୍ରୀ ବିଜୟ ଶିବରେ ଉପସ୍ଥିତ ଥିଲେ ।  

{"id":178101,"width":579,"height":391}

ମହାରାଷ୍ଟ୍ରରେ ନିର୍ବାଚନ ଫଳ ପ୍ରକାଶିତ ହେବା ପରେ ବିଜେପି ଓ ଶିବସେନା ମଧ୍ୟରେ ଅଡୁଆ ଛିଡୁନି ।  ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ଯମନ୍ତ୍ରୀ ପଦବୀ ଦାବି କରୁଥିବା ବେଳେ ବିଜେପି କିନ୍ତୁ ଏହି ପ୍ରସ୍ତାବରେ ରାଜି ହେଉନାହିଁ  ।  ଏହା ମଧ୍ଯରେ ଶିବସେନା ଏନସିପି ସହ କଆବାର୍ତ୍ତା ଆଲୋଚନା ଆରମ୍ଭ କରିଛି ।  ସୂଚନାଯୋଗ୍ଯ ଯେ ସଦ୍ଯ ସମାପ୍ତ ହୋଇିଥିବା ନିର୍ବାଚନରେ ବିଜେପି ମୋଟ ୨୮୮ ଆସନରୁ ୧୦୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନା ୫୬ଟି ଆସନରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.