ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜନ୍ମଦିନ ଅବସରରେ ସଞ୍ଜୟ ରାଉତଙ୍କ ବଡ ବୟାନ: ଠାକରେ ରାଷ୍ଟ୍ରର ନେତୃତ୍ୱ ନେବା ପାଇଁ ସକ୍ଷମ

Published By : Prameya-News7 Bureau | July 27, 2021 IST

ମୁମ୍ବାଇ ୨୭/୦୭ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲ ସାହେବ ଠାକରେ ଆଜି ୬୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମହାରାଷ୍ଟ୍ରରେ ୬ ଜିଲ୍ଲାରେ ହୋଇଥିବା ବନ୍ୟା ଯୋଗୁଁ ଉଦ୍ଧବ ଠାକରେ ନିଜ ଜନ୍ମଦିନ ପାଳନ କରୁ ନାହାନ୍ତି। ତେବେ ରାଜନୈତିକରୁ ସାମାଜିକ ସ୍ଥରର ଅନେକ ଲୋକ ଉଦ୍ଧବ ଠାକରେଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭକାମନା ଜଣାଇଛନ୍ତି।

ଉଦ୍ଧବ ଠାକରେଙ୍କ ଜନ୍ମଦିନ ଅବସରରେ ଶିବସେନା ପ୍ରବକ୍ତା ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଉଦ୍ଧବ ଠାକରେଙ୍କର ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, 'ଉଦ୍ଧବ ଜି ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତି। ଉଦ୍ଧବ ଜୀଙ୍କ ନେତୃତ୍ୱ ରାଷ୍ଟ୍ରର ନେତୃତ୍ୱ କରିପାରିବ। ସଞ୍ଜୟ ରାଉତଙ୍କ ବୟାନ ପରେ ରଜନାଟିକା ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସଞ୍ଜୟ ରାଉତଙ୍କୁ ପଚରାଯାଇଥିଲା ଯେ ଠାକରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ସେ ଜବାବ ଦେଇଥିଲେ ଦେଖିବା।

ଉଦ୍ଧବ ଠାକରେ ଦେଶର ନେତୃତ୍ୱ ନେବାର କ୍ଷମତା ଉପରେ ଏନସିପି ପ୍ରମୁଖ ଶରଦ ପୱାର କହିଛନ୍ତି, 'ମୁଁ ବହୁତ ଖୁସି। ମହାରାଷ୍ଟ୍ରର କୌଣସି ବ୍ୟକ୍ତି ଦେଶର ନେତୃତ୍ୱ ନେବା ଖୁସିର କଥା।' ଶରଦ ପୱାର ଠାକରେଙ୍କ କାର୍ଯ୍ୟକଳାପକୁ ନେଇ ସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପିକୁ କହିଛନ୍ତି, 'କିଛି ଲୋକ କହୁଛନ୍ତି ସେ ଅପେକ୍ଷାରେ ଅଛନ୍ତି। ଲୋକେ ନିଜ କଥା ଚିନ୍ତା କରୁଛନ୍ତି। ପ୍ରଥମେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଆବଶ୍ୟକ।'

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ବିରୋଧୀ ନେତା ଦେବେନ୍ଦ୍ର ଫଡଣବିସ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିଜର ଶୁଭକାମନା ବାର୍ତ୍ତାରେ ସେ ଠାକରେଙ୍କ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.