Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ମାଟି ଖୋଳିବା ବେଳେ ଭାଙ୍ଗିଗଲା ଶାବଳ ଓ କୋଦାଳ, ବାହାରିଲା ଶିବଲିଙ୍ଗ ଏବଂ ଧାତୁର ନାଗ ମୂର୍ତ୍ତି : କାଳିସୀ କହୁଛି- ‘ତଳେ ଆହୁରି କେତେ କ’ଣ ଅଛି’

11/03/2021 at 12:10 PM

ଭଦ୍ରକ, ୧୧/୦୩ :    ମାଟି ଖୋଳୁ ଖୋଳୁ ମହାଦେବ କଥାକୁ ସତ ମଣିଛନ୍ତି ଗାଁ ଲୋକେ । ବୋଇତାଳୁ ଚାଷ ପାଇଁ ମାଟି ଖୋଲିବା ବେଳେ କୋଦାଳ ଭାଙ୍ଗିଗଲା । ଶାବଳର ମଧ୍ୟ ସମାନ ଅବସ୍ଥା ହେଲା । ଶେଷରେ ଗାଁ ଲୋକେ ଖୋଲିବା ବେଳ ଏକ ଶିବ ଲିଙ୍ଗ ଆକୃତିର ପଥର ବାହାରିଲା ଓ ପରେ ବାହାରିଲା ଏକ ଧାତୁ ନିର୍ମିତ ନାଗ । ଗ୍ରାମ ଲୋକେ ପୂଜା ଆରମ୍ଭ କରିବାମତେ ପୁଣି କାଳେସୀ ଲାଗିଲା ଓ କାଳିସୀ କହୁଛି ମାଟି ଖୋଳ ଆହୁରି ଠାକୁର ସାମଗ୍ରୀ ବାହାରିବ । ଭଦ୍ରକ ଜିଲ୍ଲା କୁବେରା ଗାଁରୁ ଏହି ବିଶ୍ୱାସ ଓ ଅବିଶ୍ଵାସର କଥା ସାମ୍ନାକୁ ଆସିଛି ।

ବୋଇତାଳୁ କିଆରିରୁ ଶିବ ଲିଙ୍ଗ ଓ ତମ୍ବାର ଏକ ସାପ ଉଦ୍ଧାର ପରେ ଏବେ ଗାଁରେ ଚାଲିଛି ପୂଜା ଅର୍ଚ୍ଚନା । କାହାକୁ କାଳୀସି ଲାଗିଛି ତ କିଏ ମାଟିରେ ଗଡିଲାଣି ।  ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଉତ୍ସବ ମୁଖରିତ ଶୈବପୀଠ । କିନ୍ତୁ ଜାଗରର ଠିକ ଚାରିଦିନ ପୂର୍ବରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ  କୁବେରା ପଂଚାୟତ ଦୀପବାଡ଼ି ଗାଁରେ ହରି ହର ଜେନାଙ୍କ ବାଡିରୁ ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ବିଲରେ ବୋଇତାଳୁ  ଲଗାଇବା ପାଇଁ ହରି ହର ଜେନାଙ୍କ ପୁଅ ରାଜେନ୍ଦ୍ର  ମାଟି ଖୋଳୁଥିବା ବେଳେ ତାର କୋଦଳ ମୁନରେ କିଛି ଅଟକିଥିଲା । ପାଖରେ ଯାଇ ଖୋଳାଖୋଳି ପରେ ଦେଖିଲେ ଯାହା ଲାଗିଥିଲେ ତହା ଥିଲା ଶିବ ଲିଙ୍ଗ । ରାଜେନ୍ଦ୍ର  ପରିବାର ଲୋକଙ୍କୁ  ଡାକିଲା  ପରେ ଏକ ଲିଙ୍ଗ ସହ ଧାତୁ ର ସାପ ଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ ।  ଶିବ ଲିଙ୍ଗକୁ  ସେହି ବିଲରେ ରଖି ଧୂପ, ଝୁଣା, ଫୁଲ ଦେଇ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଗାଁରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପୂର୍ଜା ଅର୍ଚ୍ଚନା ଆରମ୍ଭ ବୋଇଛି ।ବିଲରେ ବୋଇତାଳୁ  ଲଗାଇବା ପାଇଁ  ମାଟି ଖୋଳୁ ଥିବା ବେଳେ ମାଟି  ତଳୁ ବାହାରିଛି ଶିବଲିଙ୍ଗ ଓ ନାଗ । ଏହି ଖବର ପ୍ରଚାରିତ ହେବା ପରେ ଉତ୍ସବ ମୁଖର ହୋଇ ଉଠିଛି ସେହି ଅଞ୍ଚଳ ।  ପିଲା ଠୁ ବୁଢ଼ା ଯାଏ ସମସ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ସୃଷ୍ଟି ହୋଇଛି  । କେହି କେହି କହୁଛନ୍ତି ଯେ ମିଳିଥିବା ଧାତୁ ନିର୍ମିତି ନାଗ ହେଉଛି ସୁବର୍ଣ ନାଗ । ଅନ୍ୟପଟେ ପୂଜାସ୍ଥଳୀ ନିକଟ ରେ ସାପ ବୁଲୁଥିବା ମଧ୍ୟ କହୁଛନ୍ତି ।

ପରିବାର ଲୋକଙ୍କ କହିବା କଥା, ଆଠ ମାସ ତଳେ  ତାଙ୍କ ପୁଅ ବିଲକୁ ଯାଇଥିବା ବେଳେ  ସାପ ସେଠାରେ ତାକୁ  କାମୁଡି ଥିଲା । ପୁଅ ପାଟିରୁ ଗରଳ ବାହାର କରି ପଡି ରହିଥିଲା ।  ପରିବାର ଲୋକ ଆଣି ବହୁ ଝଡା ଫୁଙ୍କା ଗୁଣିଆ, ଡାକ୍ତର ଦେଖିବା ପରେ ମଧ୍ୟ ଭଲ ହୋଇନଥିଲା । ବାରମ୍ବାର ପାଟିରୁ ଗରଳ ବାହାରିବା ସହ ପୁଅ ମୁର୍ଚ୍ଛା ହୋଇ ପଡି ରହୁଥିଲା ।  ଭଦ୍ରକ ଏବଂ କଟକ ଡାକ୍ତର ଦେଖିବାପରେ ମଧ୍ୟ ପିଲାର ଦେହ ଭଲ ହେଉନଥିବା କହୁଛନ୍ତି ପରିବାର ଲୋକ ।  କିନ୍ତୁ ଚାରିଦିନ ହେବ ଲିଙ୍ଗ ପାଇବା ପରେ ଏବେ ପିଲା ଦେହ ଏବେ ଭଲ ହେବା ସଙ୍ଗେ ସଙ୍ଗେ ଖାଇବା ପିଇବା ମଧ୍ୟ ଠିକଠାକ କରୁଛି । ଅନ୍ୟପଟେ ଗ୍ରାମର ଜଣେ ମହିଳାଙ୍କ ଦେହରେ ଶିବଶମ୍ବୁ ସବାର ହୋଇଥିବା ଦେଖି ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଉକ୍ତ ମହିଳା ମଧ୍ୟ ବିଭିନ୍ନ କଥା କହୁଥିବା ବେଳେ ବର୍ତ୍ତମାନ ଓ ଅତୀତର ସହ ଭବିଷ୍ୟତରେ କଣ ହେବ ସେ କଥା କହୁଛନ୍ତି । ଅନ୍ୟ ପଟରେ କିଛି ମହିଳାଙ୍କ ଦେହରେ କାଳିସୀ ଲାଗିଛି । ମହାଦେବ ସବାର ହୋଇଛନ୍ତି ବୋଲି ମାଟିରେ ଗଡୁଛନ୍ତି । କାଳେଶୀ କାହାକୁ ମାଡ ମାରୁଛି ତ କାହାକୁ ତାଗିଧ କରୁଛି । ମାହଶିବରାତ୍ରି ରେ ଏହି ସ୍ଥାନ ରେ ପୂଜାର୍ଚ୍ଛନା ଚାଲିଛି ।

ବିଶ୍ୱାସ ସତ ହେଉଛି କି ମିଛ । କିନ୍ତୁ ଏବେ ସବୁଠି ଚର୍ଚ୍ଚା ଯେ ବାବାଙ୍କର ଆବିର୍ଭାବ ହୋଇଛି ଓ ଗ୍ରାମର ମଙ୍ଗଲ ହେବ । ତେବେ ସମୟ କହିବ ବିଶ୍ୱାସ ବେଳେ ସର୍ବସିଦ୍ଧି କୁଆଯାଉଥିବା କଥାର କେତେ ସତ୍ୟତା ରହୁଛି ।

   Related Posts