ଶିବସେନା ଓ ଆରଏସଏସ କହିଲେ ରାମ ମନ୍ଦିର ଅପେକ୍ଷା କାଶ୍ମିରୀ ସମାଧାନ ପ୍ରଥମ , ଦେଶରେ ଆତଙ୍କବାଦ ବିଲୋପ ପ୍ରଥମ ଲକ୍ଷ୍ୟ

Published By : Prameya-News7 Bureau | February 23, 2019 IST

ଭାରତର ବଡ଼ ବଡ଼ ସମାସ୍ୟା ଭିତରେ କାଶ୍ମିରୀ ସମାସ୍ୟା ଅତି ଗୁରୁତ୍ଵପୂର୍ଣ୍ଣ । କାଶ୍ମିରୀ ସମାସ୍ୟା ସମାଧାନ ନ ହେଲେ ଦେଶ ଆହୁରି ଭୟଙ୍କର ପରିସ୍ଥିତି ଭିତରକୁ ଚାଲିଯିବ । ରାମ ମନ୍ଦିର ନିର୍ମାଣ ଜରୁରୀ କିନ୍ତୁ କାଶ୍ମିରୀ ସମାସ୍ୟାକୁ ପ୍ରଥମେ ପ୍ରାଥମିକତା ଦିଆଯିବା ଦରକାର ବୋଲି ଶିବସେନା ଓ ଆରଏସଏସ ଏକ ସ୍ଵରରେ କହିଛନ୍ତି ।

ଆଗାମୀ ନିର୍ବାଚନ ପାଇଁ ଶିବସେନା ବିଜେପି ସହିତ ମେଣ୍ଟ କରିଥିବାରୁ ନିଜର ସ୍ଵର ନରମ କରିଛି । ସଂଘ ପରିବାର କଥାକୁ ଶିବସେନା ଦୋହାରଇଥିବା କଥା ଜଣାଯାଇଛି । ଶିବସେନା ଦେଶର ସୁରକ୍ଷା ପାଇଁ କାଶ୍ମିରୀ ସମାଧାନ ଜରୁରୀ ବୋଲି କହିଛି ।

ପାକିସ୍ତାନର ଆତଙ୍କୀ ମନୋଭାବ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ୁଛି ବୋଲି କହିଛନ୍ତି ଶିବସେନାର ମୂଖ୍ୟ । ୩୭୦ ଧାରା ବିଲୋପ ହେଲେ କାଶ୍ମିରୀ ସମାଧାନ ସମ୍ଭବ ହୋଇପାରିବ ବୋଲି କହିଛନ୍ତି । ଆରଏସଏସର ମୁଖ୍ୟ ମୋହନ ଭାଗବତ ମଧ୍ୟ ଶିବସେନାର କଥା ସହିତ ଏକମତ ଥିବା କଥା ଜଣାଯାଇଛି । ଭାରତକୁ  ସବୁଦିନ ପାଇଁ ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ । ଦୀର୍ଘଦିନ ଧରି ୩୭୦ଧାରା ଲାଗିରହିଥିବାରୁ କାଶ୍ମିରୀର ଯୁବକମାନେ ଆତଙ୍କବାଦମନସ୍କ ପରୋକ୍ଷରେ ହେଉଛନ୍ତି । ସେମାନଙ୍କୁ ଦିଆଯାଉଥିବା ସୁବିଧାସୁଯୋଗର ଅପବ୍ୟବହାର କରି ପାକିସ୍ତାନ ସହ ସଂପର୍କ ସୁଦୃଢ଼ କରୁଛନ୍ତି । ଫଳରେ ଦେଶପ୍ରତି ସେମାନଙ୍କ କିଛି ବଳିଦାନ ରହୁନାହିଁ । ସବୁ ସମାଧାନ ହୋଇପାରିବ ଯଦି ଏହି ଧାରାକୁ ଉଚ୍ଛେଦ କରାଯାଇପାରିବ ।

ରାମ ମନ୍ଦିର ଓ କାଶ୍ମିରୀ ପ୍ରସଙ୍ଗରେ ରାଜନୀତିର ରଙ୍ଗ ଗୋଳେଇ ୨୦୧୯ ନିର୍ବାଚନ ପାରହେବା ହେଉ କିମ୍ବା ପୁଲଓ୍ଵମା ପରେ ଦେଶପ୍ରତି ସମର୍ପିତ ଚିନ୍ତାଧାରା ହେଉ ...ଏହି ଜିଦରେ ଅଟଳ ରହିବା ଶୁଭଦାୟକ ହୋଇପାରେ ।

ଶିବସେନା ଓ ଆରଏସଏସ ଏହି ସମାସ୍ୟାକୁ ସମାଧାନ କରିବେ ନା ବାକ୍ୟବାଣ ମାରି ବସିଯିବେ ଦେଖାଯାଉ ।

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.