ବାଣ ଫୁଟାଇ ଦୀପାବଳି ମନାଇଲେ ଆରସିବି ଖେଳାଳି ଶିବମ ଦୁବେ, ଟ୍ରୋଲ୍ ହେଲେ ବିରାଟ କୋହଲି

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ,୧୬|୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ବାଣ ନଫୁଟାଇବାକୁ ଅପିଲ କରିଥିଲେ । ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା । ଟ୍ରୋଲର୍ସମାନେ ତାଙ୍କୁ ଜନ୍ମଦିନରେ ଦୁବାଇରେ ହୋଇଥିବା ଆତସବାଜିର ଭିଡିଓ ଭାଇରାଲ କରି ସମାଲୋଚନା କରିଥିଲେ ।

{"id":362529,"sizeSlug":"large"}

ଏବେ ପୁଣି କୋହଲି ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି । ଏହାର କାରଣ ହେଉଛନ୍ତି ଶିବମ ଦୁବେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳି ଶିବମ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି । ଏହାସହ ସେ ବାଣ ଫୁଟାଇଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

{"id":362530,"sizeSlug":"large"}

ଏହାପରେ ସୋସିଆଲ ମିଡିଆ ୟୁଜର କୋହଲିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଏହି କାରଣରୁ ଆରସିବି ଟ୍ରଫି ଜିତିପାରୁ ନାହିଁ । କାରଣ ଅଧିନାୟକଙ୍କ କଥା କେହି ଶୁଣୁ ନାହାଁନ୍ତି ।

{"id":362531,"sizeSlug":"large"}

ସେହିପରି ଆଉ ଜଣେ ଯୁଜର ଲେଖିଛନ୍ତି ଯେ, କୋହଲି ଦୁବେଙ୍କୁ ଅନଫଲୋ କରିଦେଇଛନ୍ତି ।ଏତତ୍ ବ୍ୟତୀତ ଆଉଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଆସନ୍ତା ବର୍ଷ ଶିବମ ଆରସିବିରେ ସାମିଲ ହେବେ ନାହିଁ । କୋହଲି ବାଣ ଫୁଟାଇବାକୁ ମନା କରୁଛନ୍ତି କିନ୍ତୁ ତାଙ୍କ ଫେଭରେଟ୍ ଅଲରାଉଣ୍ଡର ବାଣ ଫୁଟାଉଥିବା ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.